ETV Bharat / state

ବଦଳିବ ସ୍କୁଲର ଭିତ୍ତିଭୂମି ରୂପରେଖ, ଯୋଡି ହେଉଛି ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ

author img

By ETV Bharat Odisha Team

Published : Nov 6, 2023, 10:58 PM IST

ମୋ ସ୍କୁଲ ଅଭିଯାନରେ ଯୋଡି ହେଉଛନ୍ତି ପୁରାତନ ଛାତ୍ରଛାତ୍ରୀ । ନିଜ ସ୍କୁଲର ଉନ୍ନତିକରଣ ପାଇଁ ବଢାଉଛନ୍ତି ସାହାଯ୍ୟର ହାତ । ଅଧିକ ପଢନ୍ତୁ...

ବଦଳିବ ସ୍କୁଲର ଭିତ୍ତିଭୂମି ରୂପରେଖ
ବଦଳିବ ସ୍କୁଲର ଭିତ୍ତିଭୂମି ରୂପରେଖ

ବଦଳିବ ସ୍କୁଲର ଭିତ୍ତିଭୂମି ରୂପରେଖ

ଭୁବନେଶ୍ବର: ପୁରାତନ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ । ବିଦ୍ୟାଳୟର ବିକାଶ ପାଇଁ ବଢାଇଲେ ସହାୟତାର ହାତ । ଭୁବନେଶ୍ବରର ସହିଦ ନଗରର ହାଇସ୍କୁଲର 2003 ବ୍ୟାଚର କିଛି ଛାତ୍ରଛାତ୍ରୀ 'ମୋ ସ୍କୁଲ ଅଭିଯାନ' ଜରିଆରେେ ସ୍କୁଲକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ସ୍କୁଲର ବିକାଶ ପାଇଁ ଛାତ୍ରଛାତ୍ରୀମାନେ 10ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

ରାଜ୍ୟରେ ଥିବା ସରକାରୀ ସ୍କୁଲ ଗୁଡିକର ବଦଳୁଛି ରୂପରେଖ । ମୋ ସ୍କୁଲ ଅଭିଯାନ ଜରିଆରେ ସ୍କୁଲରେ ଉନ୍ନତିକରଣ କରାଯାଉଛି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି ହେଉଛି ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ। ନୂଆ ନୂଆ ଟେକନିକ ବିଷୟରେ ଜାଣୁଛନ୍ତି ଛାତ୍ରଛାତ୍ରୀ । ସ୍ମାର୍ଟ କ୍ଳାସରେ ବସି ଇଂରାଜୀ ସ୍କୁଲର ପିଲାଙ୍କ ଭଳି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ତେବେ ଏହାରି ମାଧ୍ୟମ ସାଜିଛନ୍ତି ସ୍କୁଲର ପୁରାତନ ଛାତ୍ରଛାତ୍ରୀ । ତେବେ ଆଜି ସହିଦ ନଗର ହାଇସ୍କୁଲ ର 2003 ବ୍ୟାଚର କିଛି ଛାତ୍ରଛାତ୍ରୀ ମାନେ ମୋ ସ୍କୁଲ ଅଭିଯାନରେ ସ୍କୁଲ କୁ ଆର୍ଥିକ ସହାୟତା ରାଶି ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..Fake Mo School Website: ଚାକିରି ଆଶାୟୀଙ୍କୁ ଠକିବାକୁ ସରକାରୀ ଥୋପ ! ମୋ ସ୍କୁଲ ଅଭିଯାନ ନାଁରେ ଠକୁଥିବା ଠକ ଗିରଫ

ତେବେ ମୋ ସ୍କୁଲ ଅଭିଯାନ ଏହାର ହିତାଧିକାରୀ ଓ ବିଭିନ୍ନ ଅନୁଷ୍ଠାନ ସହିତ ନିର୍ଦ୍ଧାରିତ ୪ଟି କ୍ଲବ ତଥା କୌଶଳୀ, କ୍ରୀଡ଼ାଙ୍ଗନା, ଜିଜ୍ଞାସା ଓ ସାହିତ୍ୟ ସୃଜନୀ କ୍ଲବ ପାଇଁ ଆବଶ୍ୟକୀୟ ଶିକ୍ଷଣ ସାମଗ୍ରୀ ଏବଂ ଏହାର ରୂପରେଖ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି । ୩୦ଟି ଜିଲ୍ଲାର ମୋଟ ୫୨୯ କୋଟି ୫୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ଏକ ମାସ ମଧ୍ୟରେ ୭ ହଜାର ୩୫୮ ଜଣ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍‌ ଅଭିଯାନ ସହ ସାମିଲ ହୋଇଛନ୍ତି । ଏହି ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ବିକାଶ ପାଇଁ ୬ କୋଟି ୬୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ତେବେ ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସଆର ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୫୨୯ କୋଟି ୫୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରାଯାଇଛି। ରାଜ୍ୟରେ ୨,୪୦୨ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ଏହା ବିନିଯୋଗ ହେବ । ବାଲେଶ୍ବରରେ ସର୍ବାଧିକ ୨ କୋଟି ୪ ଲକ୍ଷ, ଗଞ୍ଜାମରେ ୬୦ ଲକ୍ଷ, କଟକରେ ୪୮ ଲକ୍ଷ ୧୩ ହଜାର, ବଲାଙ୍ଗୀରରେ ୪୭ ଲକ୍ଷ ୪୩ ହଜାର ଏବଂ ଭଦ୍ରକରେ ୩୮ ଲକ୍ଷ ୮୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୭ ଲକ୍ଷ ୯୦ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.