ETV Bharat / state

BJPs Mishrana Parva: ଦଳରେ ସାମିଲ ହେଲେ ବହୁ ନେତା କର୍ମୀ, ସ୍ବାଗତ କଲେ ସଭାପତି

author img

By ETV Bharat Odisha Team

Published : Nov 8, 2023, 9:20 PM IST

Updated : Nov 8, 2023, 9:29 PM IST

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ବିଜେଡି ଓ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତାମାନେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

BJPs Mishrana Parva: ଦଳରେ ସାମିଲ ହେଲେ ବହୁ ନେତା କର୍ମୀ, ସ୍ବାଗତ କଲେ ସଭାପତି
BJPs Mishrana Parva: ଦଳରେ ସାମିଲ ହେଲେ ବହୁ ନେତା କର୍ମୀ, ସ୍ବାଗତ କଲେ ସଭାପତି

BJPs Mishrana Parva: ଦଳରେ ସାମିଲ ହେଲେ ବହୁ ନେତା କର୍ମୀ, ସ୍ବାଗତ କଲେ ସଭାପତି

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେପି । ବିଜେପିର ବଡ ମିଶ୍ରଣ ପର୍ବ । ବିଜେପିରେ ମିଶିଲେ ବିଜେଡ଼ିରୁ ବହିଷ୍କୃତ ରଘୁରାମ ମାଛ । ଦୁଇ ଦିନ ତଳେ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜେଡି । ଦଳ ବିରୋଧୀ କାମ ପାଇଁ ନିଲମ୍ବିତ କରିଥିଲା ଦଳ । ବିଜେପି ସଭାପତି ମନମୋହନ ସାମଲ ସମସ୍ତ ନେତାଙ୍କୁ ଦଳରେ ସ୍ବାଗତ କରିଛନ୍ତି ।

ଏହା ସହ ଜୟପୁର ନିର୍ବାଚନ ମଣ୍ଡଳୀର ହିମାଂଶୁ ମହାପାତ୍ର ମଧ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ବଡ଼ମ୍ବାର ଅବସର ପ୍ରାପ୍ତ ସରକାରୀ ଅଧିକାରୀ ସମ୍ବିତ ତ୍ରିପାଠୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ରାପଡା ରାଜନଗର କନିକା ରାଜ ପରିବାରର ଦୁର୍ଗା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ବିଜେଡି ଓ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତାମାନେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ଓ ସୁସଂଗଠକ ଏବଂ ଗତ ସାଧାରଣ ନିର୍ବାଚନରେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ରଘୁରାମ ମାଛ ଜୟପୁର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ହିମାଂଶୁ ମହାପାତ୍ର ଆଜି ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ଫକୀର ନାୟକ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି ।

ଅଧିକ ପଢନ୍ତୁ- ନିର୍ବାଚନ ପୂର୍ବରୁ ମହାମିଶ୍ରଣ ପର୍ବ, ବିଜେପିରେ ମିଶିଲେ କଂଗ୍ରେସ-ବିଜେଡି କର୍ମୀ

କଟକ ଜିଲ୍ଲା ବଡମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରୁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ ସମ୍ବିତ ତ୍ରିପାଠୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । କେନ୍ଦ୍ରାପଡା କନିକା ରାଜପରିବାରର ସଦସ୍ୟା ଦୁର୍ଗାଦେବୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ସୟଦ ମୁକ୍ତାର ଅଲ୍ଲୀ ମଧ୍ୟ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ ।

ଏନେଇ ରାଜ୍ୟ ସଭାପତି କହିଛନ୍ତି ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟର ବିକାଶରେ ବଡ ବାଧକ ସାଜିଛି । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଓଡିଶାବାସୀଙ୍କ ବିଶ୍ବାସର କେନ୍ଦ୍ରବିନ୍ଦୁ ପାଲଟିଛି ବିଜେପି । ଶାସନକୁ ଆସିଲେ ରାଜ୍ୟରେ ଭୁଷୁଡି ପଡିଥିବା ରାଜନୈତିକ ବ୍ୟବସ୍ଥାର ପୁନଃସ୍ଥାପିତ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 8, 2023, 9:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.