ETV Bharat / state

ଚିଲିକା BJDରେ କାଦୁଅ ଫିଙ୍ଗା ରାଜନୀତି, ଅଭିଯୋଗ ପରେ ଜଗଦେବଙ୍କୁ ରଘୁଙ୍କ କଡା ସମାଲୋଚନା

author img

By

Published : Jan 16, 2023, 4:47 PM IST

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ । ଜଗଦ୍ଦେବ ଜଣେ ଦୁର୍ନୀତିଗ୍ରସ୍ତ ବିଧାୟକ । ତାଙ୍କର ଏଭଳି ଆଚରଣ ଉପରେ ଦଳର ସୁପ୍ରିମୋ ଅବଗତ ଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

Former Chilika MLA Raghu Sahu
Former Chilika MLA Raghu Sahu

ଚିଲିକା BJDରେ କାଦୁଅ ଫିଙ୍ଗା ରାଜନୀତି

ଖୋର୍ଦ୍ଧା: ନିର୍ବାଚନ ଯେତିକି ପାଖଉଛି ନେତା ନେତାଙ୍କ ମଧ୍ୟରେ ସେତିକି ତୁ ତୁ ମେ ମେ ଆରମ୍ଭ ହେଉଥିବା ଦେଖିବକୁ ମିଳୁଛି । ବିଶେଷକରି ଚିଲିକା ବିଜେଡିରେ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ । ଅଭିଯୋଗକୁ ଖଣ୍ଡନ କରିବା ସହ ସେ ଜଗଦ୍ଦେବଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

BJDରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବହୁ ଦିନ ଚୁପ୍ ରହିବା ପରେ ବାଘମାରି-ଅଟ୍ରି ଉଷ୍ମ ପ୍ରସବଣସ୍ଥିତ ହଟକେଶ୍ବର ଦେବ ମନ୍ଦିର ନିକଟରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିବା ସହ ତାଙ୍କ ବ୍ୟକ୍ତିଗତ ସ୍ତରକୁ ଯାଇ ସମାଲୋଚନା କରିଥିଲେ । ସେ କହିଥିଲେ, "ରଘୁନାଥ ସାହୁ ଚିଲିକା ବିଧାୟକ ହେବା ପୂର୍ବରୁ ଷ୍ଟୋରେଜ ଏଜେଣ୍ଟ ଥିଲେ, ତା'ପରେ କାଠ ଚୋରି କରି କାଠ ମାଫିଆ ହେଲେ , ତା'ପରେ ପାମ ଅଏଲ ଚୋରି କରିବା, ମଦ ମାଫିଆ ଓ ସୈତାନ ବେଦ ପାଠ କରୁଥିଲେ ।"

ଏହା ବି ପଢନ୍ତୁ- ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଥିଲା: ମୋତେ ଟିକେଟ ମିଳିବ, ମୁଁ ଜିତିବି କହିଲେ ଚିଲିକା ବିଧାୟକ

ଜଗଦ୍ଦେବଙ୍କ ଏହି ସମାଲୋଚନା ଉପରେ ପ୍ରତିକ୍ରିୟା ରଖିଛନ୍ତି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ । ସେ କହିଛନ୍ତି, "ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପିସି କାରବାରକୁ ଚିଲିକା ନିର୍ବାଚନ ମଣ୍ଡଳୀରେ ବଢ଼ାଉଛନ୍ତି । ସେହିଭଳି ପ୍ରଶାନ୍ତ ଜଗଦ୍ଦେବ ଜଣେ ମାଡୁଆ ବିଧାୟକ, ଲାଞ୍ଚୁଆ ବିଧାୟକ, ଦୁର୍ନୀତିଗ୍ରସ୍ତ ବିଧାୟକ । ମୋ ବିରୁଦ୍ଧରେ ଯେଉଁ ସବୁ କଥା କହିଛନ୍ତି ତାହା ହାସ୍ୟାସ୍ପଦ । ଦଳର ସୁପ୍ରିମୋ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ।" ଜଗଦ୍ଦେବ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ।

ପୂର୍ବତନ ବିଧାୟକଙ୍କୁ ସେ ଟାର୍ଗେଟ କରି ଜଗଦ୍ଦେବ କହିଥିଲେ, ''ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଥିଲା । ପୂର୍ବତନ ବିଧାୟକଙ୍କ ଷଡଯନ୍ତ୍ରର ଶିକାର ହୋଇ ମୁଁ ଦଳରୁ ନିଲମ୍ବିତ ହୋଇଛି । ମୋର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସେ ଅତିଷ୍ଠ ହୋଇପଡିଥିଲେ ଏବଂ ନିଜେ ବିଧାୟକ ହେବା ପାଇଁ ଜାଣିଶୁଣି ମୋ ବିରୁଦ୍ଧରେ ଷଡଯନ୍ତ୍ର ରଚିଥିଲେ ।'' ତେବେ ଜଗଦ୍ଦେବ ଖାଲି ଟାର୍ଗେଟ କରିନାହାନ୍ତି ବରଂ ରଘୁନାଥଙ୍କ ବ୍ୟକ୍ତିଗତସ୍ତରକୁ ଯାଇ ସମାଲୋଚନା ମଧ୍ୟ କରିଛନ୍ତି । ଯାହାକୁ ଆଜି ଖଣ୍ଡନ କରିଛନ୍ତି ପୂର୍ବତନ ବିଧାୟକ ରଘୁ ସାହୁ । ତେବେ ଦଳ ଭିତରେ ନେତା ନେତାଙ୍କ ଭିତରେ ଚାଲିଥିବା କାଦୁଅ ଫିଙ୍ଗା ରାଜନୀତି ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.