ETV Bharat / state

ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ, ଚଳଚଞ୍ଚଳ ଏକାମ୍ରକ୍ଷେତ୍ର

author img

By ETV Bharat Odisha Team

Published : Nov 23, 2023, 12:20 PM IST

ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ । ଏନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସକାଳୁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଅଧିକ ପଢ଼ନ୍ତୁ

first day of panchuka ritual
first day of panchuka ritual

first day of panchuka ritual

ଭୁବେନେଶ୍ବର : ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚୁକ ବୋଲି କୁହାଯାଉଥିବା ବେଳେ ଏହି ପାଞ୍ଚ ଦିନକୁ ମାସ ଓ ବର୍ଷଯାକର ସବୁଠାରୁ ବଡ଼ ପବିତ୍ର ଦିନ ବୋଲି କୁହାଯାଏ । ତେବେ ଏନେଇ ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର । ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସକାଳୁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ପଞ୍ଚୁକର ପ୍ରଥମ ଦିନରେ ଶିବଙ୍କ ମୁଣ୍ଡରେ ଜଳଲାଗି କରିଛନ୍ତି ଭକ୍ତ।

ଏହା ମଧ୍ୟ ପଢନ୍ତୁ-ପଞ୍ଚୁକ ପାଇଁ ଶ୍ରୀମନ୍ଦିର ପ୍ରସ୍ତୁତି ଶେଷ, ଭକ୍ତଙ୍କ ଶୃଙ୍ଖଳିତ ଓ ଶୀଘ୍ର ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

ଅନ୍ୟପଟେ କାର୍ତ୍ତିକ ମାସ ପଞ୍ଚୁକର ପ୍ରଥମ ଦିନରେ ହବିଷ୍ୟାଳି ଶିବିରରେ ଚାଲିଛି ପୂଜାର୍ଚ୍ଚନା । ହବିଷ୍ୟାଳିମାନେ ମାସସାରା ବଡ଼ ନିଷ୍ଠାର ସହ ଏହି ବ୍ରତ ପାଳିଥିବା ବେଳେ ପଞ୍ଚୁକରେ ମଧ୍ୟ ବେଶ ନିଷ୍ଠା ଓ ଭକ୍ତିର ସହ ରାଇଦାମୋଦରଙ୍କ ପୂଜା କରିଛନ୍ତି । ସମସ୍ତେ ସକାଳୁ ଉଠି ବିନ୍ଦୁସାଗରରେ ବୁଡ଼ ପକାଇ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଧର୍ମଶାଳାରେ ଆସି ମା ବୃନ୍ଦାବତୀଙ୍କ ପୂଜା କରିଛନ୍ତି । ପରିଣତ ବୟସରେ ମୋକ୍ଷ ଓ ଶାନ୍ତି ପାଇଁ ମା ବୃନ୍ଦାବତୀଙ୍କ ନିକଟରେ ରାଇଦାମୋଦରଙ୍କ ପୂଜା କରିଛନ୍ତି । ଚଉରାମୂଳେ ଝୋଟି ଚିତା ପକାଇ ପ୍ରଭୁଙ୍କ ଆରାଧନା କରିଛନ୍ତି । ତେବେ ରାଜ୍ୟର ବିଭିନ ସ୍ଥାନରୁ ଆସିଥିବା ହବିଷ୍ୟାଳି ଏକାଠି ହୋଇ ଲିଙ୍ଗରାଜ କ୍ଷେତ୍ରରେ ହବିଷ ବ୍ରତ ପାଳନ କରି ପରମାନନ୍ଦ ଲାଭ କରିଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଶ୍ରୀମନ୍ଦିର ପଞ୍ଚୁକ ନୀତି ଆରମ୍ଭ, ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଏହା ମଧ୍ୟ ପଢନ୍ତୁ - ପଞ୍ଚୁକ ଏକାଦଶୀରେ ମହାପ୍ରଭୁଙ୍କ ପାଖରେ ଲାଗି ହେବ ତୁଳସୀ, ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚିଲା ତୁଳସୀ ରଥ

ସେହିପରି ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ହରିଉତ୍ଥାପନ ଏକାଦଶୀରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହୋଇ ଅଗଣିତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ତେବେ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁ ନିଦ୍ରା ଯାଇଥିଲେ । ଆଉ ଆଜି କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ବା ପବିତ୍ର ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ନିଦ୍ରାଭଙ୍ଗ କରିଥାନ୍ତି । ଯାହାକୁ ହରିଉତ୍ଥାପନ ଏକାଦଶୀ ବି କୁହାଯାଇଥାଏ । ପଞ୍ଚୁକ ଆରମ୍ଭ ହେବାପରେ ଆଜି ଲିଙ୍ଗରାଜଙ୍କ ପୀଠରେ ପ୍ରବଳ ଭକ୍ତ ସମାଗମ ହୋଇଛି । ବଡ଼ି ଭୋରୁ ଏଠାରେ ହବିଷ୍ୟାଳି ପହଞ୍ଚି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.