ETV Bharat / state

ରାତି ଅଧରେ ଜଳି ଉଠିଲା ସିଫୁଡ୍ କମ୍ପାନୀ, ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ୬ କର୍ମଚାରୀ

author img

By ETV Bharat Odisha Team

Published : Nov 19, 2023, 12:02 PM IST

ଭୁବନେଶ୍ବରର ପଟିଆ ସାଇ ଆନନ୍ଦ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ । ରାତି ଅଧରେ ଜଳି ଉଠିଲା ସିଫୁଡ୍ କମ୍ପାନୀ । ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ୬ କର୍ମଚାରୀ ।ଅଧିକ ପଢନ୍ତୁ

ଭୁବନେଶ୍ବରର ପଟିଆ ସାଇ ଆନନ୍ଦ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ
ଭୁବନେଶ୍ବରର ପଟିଆ ସାଇ ଆନନ୍ଦ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ

ଭୁବନେଶ୍ବରର ପଟିଆ ସାଇ ଆନନ୍ଦ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଡ଼ ଧରଣର ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ପଟିଆ ସାଇ ଆନନ୍ଦ କମ୍ପ୍ଲେକ୍ସ ନିକଟରେ ଥିବା ଏକ ସି' ଫୁଡ୍ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି । ତେବେ ଏହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବିଭାଗ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି । ଅଫିସ ଘର ମଧ୍ୟରେ ଫସିରହିଥିବା 6 ଜଣଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି(ଶନିବାର) ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ଭୁବନେଶ୍ବର ପଟିଆ ସାଇ ଆନନ୍ଦ କମ୍ପ୍ଲେକ୍ସରେ ନିକଟରେ ଥିବା ଏକ ସି' ଫୁଡ୍ କମ୍ପାନୀରେ ହଠାତ ନିଆଁ ଲାଗିଯାଇଥିଲା । ତଳ ମହଲାରେ ନିଆଁ ଲାଗିବା ପରେ ଉପର ମହଲା ପର୍ଯ୍ୟନ୍ତ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଏନେଇ ଅଗ୍ନିଶମ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । 2ଟି ଦମକଳ ବାହିନୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ନିଆଁକୁ ଆୟତ୍ତ କରିବା ସହ ଉପର ମହଲାରେ ଫସି ରହିଥିବା 6 ଜଣଙ୍କୁ ଉଦ୍ଧାର କରିଥିଲା ଟିମ୍ । ଅନ୍ୟପଟେ ଏହି ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ..ଦୀପାବଳୀରେ ଅଘଟଣ, ରକେଟ୍‌ ବାଣ ଯୋଗୁଁ ଫ୍ଲାଟ୍‌ରେ ଲାଗିଲା ନିଆଁ

ଏହାମଧ୍ୟ ପଢନ୍ତୁ..ଦୀପରୁ ନିଆଁ ଲାଗି ଜଳିଗଲା 2 ମହଲା କୋଠା, ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ

ତେବେ ଡେପୁଟି ଫାୟାର ଅଫିସର ଅବନି କାନ୍ତ ସ୍ବାଇଁଙ୍କ ସୂଚନା ମୁତାବକ, ରାତି ପ୍ରାୟ ୨ଟା ବେଳକୁ ଏକ ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମକୁ ଖବର ମିଳିଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ଶ୍ରୀଗମ ଏକ୍ସପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ କାର୍ଯ୍ୟାଳୟର ପ୍ରଥମ ଓ ଦ୍ବିତୀୟ ମହଲାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ରେସିଡେନ୍ସିଆଲ ଏରିଆ ଯୋଗୁଁ ନିଆଁ ବ୍ୟାପିବାର ଭୟ ରହିଥିଲା, ତେଣୁ ନିଆଁକୁ ତୁରନ୍ତ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା । ଏହି କାର୍ଯ୍ୟରେ 2ଟି ଦମକଳବାହୀନି ନିୟୋଜିତ ହୋଇଥିଲା । ତେବେ ନିଆଁକୁ ଆୟତ୍ତ କରିବା ସହ ଘର ମଧ୍ୟରେ ସର୍ଚ୍ଚ ଅପରେସନ କରାଯାଇଥିଲା । ସେହି ସମୟରେ ଉପର ମହଲାରେ 6 ଜଣ ବ୍ୟକ୍ତି ଫସି ରହିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

ଅନ୍ୟପଟେ ରେସିଡେନ୍ସିଆଲ ଅଞ୍ଚଳରେ ଅବସ୍ଥିତ ଏହି ବ୍ୟବସାୟିକ ପ୍ରତିଷ୍ଠାନ ଚଳାଇବା ପାଇଁ ଅନୁମତି ଥିଲା କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି । ଆଉ ମଧ୍ୟ କମ୍ପାନୀ ମଧ୍ୟରେ ଅଗ୍ନି ନିରାପତ୍ତା ସାମଗ୍ରୀ ବା ଫାୟାର ଲାଇସେନ୍ସ ଥିଲା କି ନାହିଁ ସେ ନେଇ ତଦନ୍ତ ଜାରି ରହିଥିବା ସୂଚନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.