ETV Bharat / state

ଦିଲ୍ଳୀରେ ହେବ କୃଷକଙ୍କ ମହାସମାବେଶ, ଓଡ଼ିଶାରୁ 10 ହଜାର ହେବେ ସାମିଲ

author img

By

Published : Jan 11, 2023, 5:02 PM IST

ଏପ୍ରିଲ 5ରେ ଦିଲ୍ଳୀରେ ହେବ ମହାସମାବେଶ। ଓଡ଼ିଶାରୁ 10 ହଜାର ଶ୍ରମିକ କୃଷକ କ୍ଷେତମଜଦୁର ସାମିଲ କରିବାକୁ ଭୁବନେଶ୍ବରରେ ରାଜ୍ୟସ୍ତରୀୟ କନଭେନସନ୍ । ଅଧିକ ପଢନ୍ତୁ

farmer protest
farmer protest

farmer protest

ଭୁବନେଶ୍ବର: ଏପ୍ରିଲ 5ରେ ସିଆଇଟିୟୁ, କୃଷକ ସଭା ଓ ଜମି ମଜଦୁର ୟୁନିୟନର ଦିଲ୍ଳୀରେ ହେବ ମହାସମାବେଶ । ଓଡ଼ିଶାରୁ 10 ହଜାର ଶ୍ରମିକ କୃଷକ ଜମି ମଜଦୁର ସାମିଲ କରିବାକୁ ଭୁବନେଶ୍ବରରେ ରାଜ୍ୟସ୍ତରୀୟ କନଭେନସନ । 15 ଦଫା ଦାବି ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ହେବ ସମାବେଶ ।

ତେବେ ଓଡ଼ିଶାର ସମସ୍ତ ଶିଳ୍ପାଞ୍ଚଳ ଓ ପ୍ରାୟ 100ଟି ବ୍ଲକ୍‌ରେ ପ୍ରଚାର ଚଳାଇବାକୁ ଘୋଷଣା କରାଯାଇଛି । ଜାନୁଆରୀ ମାସଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦୀର୍ଘ ତିନି ମାସ ବ୍ୟାପି ସାରା ରାଜ୍ୟରେ ପ୍ରଚାର କରାଯିବାକୁ ଏହି ବୈଠକରେ ଆହ୍ୱାନ ଦିଆଯାଇଛି । ଶ୍ରମିକ ବସ୍ତିରେ, ଗାଁ, ବଜାର ଛକରେ ସଭା ଓ ପଟୁଆର କରାଯାଇ ବିଭିନ୍ନ ଦାବିଗୁଡ଼ିକ ଉପରେ ଲୋକମାନଙ୍କୁ ଅବଗତ କରାଯିବ । ମୁଖ୍ୟତଃ 4 ଶ୍ରମ କୋଡ୍ ଉଚ୍ଛେଦ, କୃଷକଙ୍କୁ MSP ବୃଦ୍ଧି ସହ ଭତ୍ତା ଲାଗୁ, ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି ଏମିତି ଅନେକ ଦାବି ନେଇ ହେବ ସମାବେଶ । ସମାବେଶକୁ ସଫଳ କରିବା ପାଇଁ ଆଜି କନ୍‌ଭେନ୍‌ସନ୍‌ରେ ଏସବୁ କଥା ଆଲୋଚନା ହୋଇଛି । ଆସନ୍ତା 100 ଦିନ ଭିତରେ ସମସ୍ତ ବ୍ଳକରେ ସଚେତନତା ରାଲି ପରେ ମେ ମାସ 1, 2 ଏବଂ 3 ତାରିଖରେ ଦିଲ୍ଲୀ ସମାବେଶ ଅଭିମୁଖେ ଯାତ୍ରା ଆରମ୍ଭ ହେବ।

ଦାବି ଅନୁଯାୟୀ, ସମସ୍ତଙ୍କ ପାଇଁ ମାସିକ ସର୍ବନିମ୍ନ ମଜୁରୀ 26 ହଜାର ଟଙ୍କା ଓ ପେନସନ 10 ହଜାର ଟଙ୍କା ସୁନିଶ୍ଚିତ କରାଯିବା ସହ ଠିକା କାମ ବନ୍ଦ କରାଯାଉ । ଅଗ୍ନିପଥ ଯୋଜନାକୁ ବାତିଲ କରାଯାଉ । ସେହିପରି ସମସ୍ତ କୃଷିଜାତ ପଦାର୍ଥ ସଂଗ୍ରହ ବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରାଯାଉ ଏବଂ ଆଇନଗତ ଭାବରେ ମାନ୍ୟତା ଦିଆଯାଉ । ସମସ୍ତ ଗରିବ ମଧ୍ୟବର୍ତ୍ତୀ ଚାଷୀ ଓ କୃଷି ଶ୍ରମିକମାନଙ୍କ ଉପରୁ କେନ୍ଦ୍ର ସରକାର ଏକକାଳୀନ ଋଣ ଛାଡ କରନ୍ତୁ । 60 ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଚାଷୀମାନଙ୍କ ପାଇଁ ପେନ୍‌ସନ୍‌ ଲାଗୁ କରାଯାଉ । 4 ଚାରୋଟି ଲେବର କୋଡ୍‌ ଓ ବିଦ୍ୟୁତ ସଂଶୋଧନ ବିଲ୍‌-2022କୁ ବାତିଲ କରାଯାଉ । ଏଥିସହ ସମସ୍ତଙ୍କ ପାଇଁ ବାସଗୃହ ସୁନିଶ୍ଚିତ କରାଯିବା ସହ 6 ସାର୍ବଜନୀନ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଶିକ୍ଷ୍ୟା ସମସ୍ତଙ୍କ ପାଇଁ ସୁନିଶ୍ଚିତ କରାଯାଉ । 2020 ଜାତୀୟ ଶିକ୍ଷା ନୀତିକୁ ରଦ୍ଦ କରାଯିବ । ଏହାଛଡା 7 ସଂଖ୍ୟା ଲଘୁ ଓ ଦଳିତମାନଙ୍କ ଉପରେ ସାମ୍ପ୍ରଦାୟିକ ଶକ୍ତିମାନଙ୍କ ଆକ୍ରମଣ ବନ୍ଦ କରାଯାଉ ବୋଲି କହିଛନ୍ତି କିଷାନ ମୋର୍ଚ୍ଚା ରାଜ୍ୟ ଆବାହକ ସୁରେଶ ପାଣିଗ୍ରାହୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.