ETV Bharat / state

ପ୍ରସିଦ୍ଧ ମାଇପି ମେଳା ଆରମ୍ଭ, ନଡିଆ ଫାଟିଲେ ପୂରଣ ହୁଏ ମାନସିକ !

author img

By

Published : Mar 30, 2022, 2:13 PM IST

ପ୍ରସିଦ୍ଧ ମାଇପି ମେଳା ଆରମ୍ଭ। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ନରିଶୋ ଛିଟିକଣାସ୍ଥିତ ମା ବନବିହାରୀଙ୍କ ପୀଠରେ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ମାଇପି ମେଳା। ଅଧିକ ପଢ଼ନ୍ତୁ

famous maipi mela at balipatna in khordha
ପ୍ରସିଦ୍ଧ ମାଇପି ମେଳା ଆରମ୍ଭ, ଲକ୍ଷାଧିକ ଭକ୍ତଙ୍କ ଛୁଟୁଛି ସୁଅ

ବାଲିପାଟଣା: ପ୍ରସିଦ୍ଧ ମାଇପି ମେଳା ଆରମ୍ଭ। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ନରିଶୋ ଛିଟିକଣାସ୍ଥିତ ମା ବନବିହାରୀଙ୍କ ପୀଠରେ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ମାଇପି ମେଳା। ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ମହିଳା ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।

ପ୍ରସିଦ୍ଧ ମାଇପି ମେଳା ଆରମ୍ଭ, ଲକ୍ଷାଧିକ ଭକ୍ତଙ୍କ ଛୁଟୁଛି ସୁଅ

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚୈତ୍ରମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମାଇପି ମେଳା । ଏହି ମେଳା ୨ ଶହ ବର୍ଷ ତଳୁ ଅନୁଷ୍ଠିତ ହୋଇଆସୁଛି। ମା ବନବିହାରୀଙ୍କ ପରିସରରେ ଆଜିର ଦିନରେ ମାନସିକ ଓ ଅଧିଆ ପଡିଲେ ସବୁ ମାନସିକ ପୂରଣ ହୋଇଥାଏ ବୋଲି ଲୋକକଥା ରହିଛି।‌ ଆଜି ପ୍ରତ୍ୟୁଷରୁ ବନବିହାରୀଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ମାନସିକଧାରୀ ମାନେ ବନବାହାରୀଙ୍କ ପୀଠରେ ନଡିଆ,ଗୁଆ ଓ ମନ୍ଦାର ଫୁଲ ରଖି ଅଧିଆ ପଡିଥିଲେ। ନଡିଆ ଯଦି ମନକୁ ଫାଟେ ବା କିଛି ସଂଙ୍କେତ ମିଳେ ତେବେ ମାନସିକ ପ୍ରାପ୍ତି ହୋଇଥାଏ ବୋଲି ଏଠାରେ ଦୃଢ଼ ବିଶ୍ବାସ ରହିଛି। ତେଣୁ ନିଜ ମନସ୍କାମନା ପୂରଣ କରିବା ପାଇଁ ଭକ୍ତ ସୁଅ ଛୁଟିଥାଏ।

ପ୍ରସିଦ୍ଧ ମାଇପି ମେଳା ତିନିଦିନ ବ୍ୟାପୀ ଚାଲିଥାଏ।‌ ନରିଶୋ ଓ ଆଖପାଖ ଅଞ୍ଚଳର ୫୦/୬୦ ଖଣ୍ତ ଗ୍ରାମର ଲୋକମାନେ ଏହି ମେଳାକୁ ଆୟୋଜନ କରିଥାନ୍ତି। ମେଳାରେ ବାଡି ଖେଳ,ପାଲା,ଦାସ କାଠିଆ, ସଂକୀର୍ତ୍ତନ ଓ ଯଜ୍ଞ ଅନୁଷ୍ଠିତ ହୋଇଥାଏ।‌ ମେଳାରେ ଲୋକଙ୍କ ସମାଗମ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।‌

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.