ETV Bharat / state

ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ, ପରିବାର ଆଣିଲା ହତ୍ୟା ଅଭିଯୋଗ

author img

By

Published : Aug 7, 2023, 7:09 AM IST

ଭୁବନେଶ୍ବର ଦୀପାଳି ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଆସିଛି ନୂଆ ମୋଡ଼ । ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିବାବେଳେ ତନାଘନା ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ
ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଭୁବନେଶ୍ବର: ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି । ସେପଟେ ଖବର ପାଇ ବାପାଙ୍କ ଆଖିରୁ ଲୁହ ଶୁଖୁନଥିବାବେଳେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର । ସେପଟେ ଝିଅର ପାର୍ଥିବ ଶରୀର ପାଖରେ ବସି ପାୟଲ ଓରଫ ଶୁଭଲକ୍ଷ୍ମୀ ସାହୁଙ୍କୁ ମନେ ପକାଇଛନ୍ତି ବାପା । ତେବେ ଶନିବାର ସନ୍ଧ୍ୟାରେ ଝିଅର ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଥିଲା । ଏହାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଯାଇଥିଲା । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ।

ଏନେଇ ଶୁଭଲକ୍ଷ୍ମୀଙ୍କ ବାପା ରମେଶ ସାହୁ କହିଛନ୍ତି, ‘‘ପୋଲିସ ତଦନ୍ତ କଲେ ସତ ସାମ୍ନାକୁ ଆସିବ । ଏହାସହ ଝିଅ ହୋଟେଲକୁ କେମିତି ଆସିଲା ? ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ପରିବାରଲୋକେ । ତେଣୁ ଝିଅର ହତ୍ୟା କରାଯାଇଥିବା ନେଇ ସନ୍ଦେହ କରିଛନ୍ତି ଶୁଭଲକ୍ଷ୍ମୀଙ୍କ ବାପା ଓ ପଡୋଶୀ ।’’ ଏହାସହ ହୋଟେଲରେ ଥିବା ସିସିଟିଭିକୁ ଯାଞ୍ଚ କରିବାକୁ ସେମାନେ ଦାବି କରିଛନ୍ତି ।

ରାଜଧାନୀ କଳ୍ପନା ଛକରେ ଥିବା ଦୀପାଲି ନାମକ ହୋଟେଲରୁ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ । ଯୁବତୀ ଜଣକ ଭଦ୍ରକ କୁଆ ବାଗସାହିର ଶୁଭଲକ୍ଷ୍ମୀ ସାହୁ ବୋଲି ଜଣାପଡିଥିଲା । ସେ ରମାଦେବୀ କଲେଜରେ ଅଧ୍ୟୟନ କରୁଥିଲେ । ଶୁଭଲକ୍ଷ୍ମୀଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାବେଳେ ସେ ପାଠ ପଢି ଚାକିରି କରିବା ଆଶାରେ ରାଜଧାନୀ ଭୁବନେଶ୍ବର ଆସିଥିଲେ । ଆଉ ହଠାତ୍‌ ରହସ୍ୟମୟ ଅବସ୍ଥାରେ ଝିଅର ମୃତଦେହ ମିଳିବା ନେଇ ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ।

ଏହା ବି ପଢନ୍ତୁ...ହୋଟେଲରୁ ଯୁବତୀଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ସେପଟେ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଯୁବତୀଙ୍କୁ ମୋବାଇଲ ଓ ଭ୍ୟାନିଟି ମଧ୍ୟ ଜବତ କରିଛି ପୋଲିସ। ମୃତ୍ୟୁ ପୂର୍ବରୁ ସେ କେତେକ ଲୋକଙ୍କୁ କଲ୍ କରିଥିବା ଜଣାପଡିଛି । ଯାହାକି ପୋଲିସର ରାଡାରରେ ରହିଛି । ତେବେ ସିସିଟିଭି ଯାଞ୍ଚ ପରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରେ ବୋଲି ପୋଲିସ ଅନୁମାନ କରୁଛି । ଏନେଇ କମିଶନରେଟ ପୋଲିସ କୌଣସି ସୂଚନା ଦେଇନଥିବାବେଳେ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଥାନାଧିକାରୀ ।

ସେପଟେ କିଛି ଦିନ ପୂର୍ବେ ଲକ୍ଷ୍ମୀସାଗର ଥାନାରେ ଦୀପାଲି ହୋଟେଲ ମ୍ୟାନେଜରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ପରେ ସେ କହିଥିଲେ, "କିଛି ବାର୍ ଗାର୍ଲଙ୍କୁ ଅତ୍ୟାଚାର କରାଯାଉଥିବାବେଳେ ସେ ବିରୋଧ କରିବାରୁ ତାଙ୍କୁ ମାଡ଼ ମରାଯାଇଛି ।" ହେଲେ ସେହି ହୋଟେଲ ରୁମରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିବା ଘଟଣା ପରେ ସନ୍ଦେହ ଘନୀଭୂତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.