ETV Bharat / state

ଜାଲ ଦସ୍ତଖତ କରି ଲକ୍ଷାଧିକ ଟଙ୍କାର ବିଲ୍, ଜେଇ ଓ ଜିଆରଏସଙ୍କ ନାଁରେ ସରପଞ୍ଚଙ୍କ ଅଭିଯୋଗ

author img

By ETV Bharat Odisha Team

Published : Dec 21, 2023, 5:44 PM IST

Fake Signature of Sarpanch Misused: ଜାଲ ଦସ୍ତଖତ କରି ଲକ୍ଷାଧିକ ଟଙ୍କାର ଅର୍ଥ ହଡପ କରାଯାଇଥିବା ଅଭିଯୋଗ ଆଣିଲେ ସରପଞ୍ଚ । ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି । ଅଧିକ ପଢନ୍ତୁ

ଜାଲ ଦସ୍ତଖତ କରି ଲକ୍ଷାଧିକ ଟଙ୍କାର ବିଲ୍
ଜାଲ ଦସ୍ତଖତ କରି ଲକ୍ଷାଧିକ ଟଙ୍କାର ବିଲ୍

ଜାଲ ଦସ୍ତଖତ କରି ଲକ୍ଷାଧିକ ଟଙ୍କାର ବିଲ୍

ଖୋର୍ଦ୍ଧା: ଜାଲ ଦସ୍ତଖତ କରି ଲକ୍ଷାଧିକ ଟଙ୍କାର ଅର୍ଥ ହଡପ । ଜିଆରଏସ ଓ ଜେଇ ଲକ୍ଷାଧିକ ଟଙ୍କା ବିଲ କରିନେଇଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଜଣେ ମହିଳା ସରପଞ୍ଚ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ମାଣିବନ୍ଧ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । ସରପଞ୍ଚଙ୍କ ଜାଲ ଦସ୍ତଖତ କରି ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ଓ ଜେଇ ମନରେଗା ଓ ସୋପିଟ୍ କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ବିଲ୍ କରାଇଥିବା ଅଭିଯୋଗ ହୋଇଛି । ଏହି ଦୁର୍ନୀତି ବିରୁଦ୍ଧରେ ମାଣିବନ୍ଧ ସରପଞ୍ଚ ସୁନନ୍ଦା ବରାଳ, ଖୋର୍ଦ୍ଧା ଜିଲ୍ଲାପାଳ, ବୋଲଗଡ ବିଡିଓ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସରକାର ମହିଳାମାନଙ୍କ ସଶକ୍ତିକରଣ କରିବା ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ଯବସ୍ଥା କରିଛନ୍ତି । ଯାହାକୁ ମୋହରା କରି କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ସରକାରୀ ଅର୍ଥ ଲୁଟ୍ କରୁଥିବା ଘଟଣା ସାମ୍ନାକୁ ଆସିଛି । ସରପଞ୍ଚଙ୍କ ଅଜାଣତରେ ତାଙ୍କ ଫାଇଲ ଖୋଲି ତାଙ୍କ ଜାଲ ଦସ୍ତଖତ କରି ଲକ୍ଷାଧିକ ଟଙ୍କାର ବିଲ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଡିସେମ୍ବର ୬ ତାରିଖରୁ ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବୋଲଗଡ଼ ବିଡିଓ ଓ ବେଗୁନିଆ ପୋଲିସକୁ ଅଭିଯୋଗ କରିଛନ୍ତି ସରପଞ୍ଚ । ହେଲେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ ।

ଏହା ମଧ୍ୟ ପଢନ୍ତୁ...ପୌର ଅଧିକାରୀଙ୍କ ଜାଲ ଦସ୍ତଖତରେ କର୍ମଚାରୀଙ୍କୁ ଫସାଇବା ଉଦ୍ୟମ

ଏହା ମଧ୍ୟ ପଢନ୍ତୁ...ସିଏମସି ଜମି ଦୁର୍ନୀତି ଘଟଣା, ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ଏହା ମଧ୍ୟ ପଢନ୍ତୁ...ବାଲିଯାତ୍ରା ଅନିୟମିତତାରେ ମେୟରଙ୍କ ସଫେଇ, ସହର ଉନ୍ନତିରେ ବାଧା ଦେଉଛନ୍ତି ମୋକିମ

ଘଟଣାକୁ ନେଇ ବୋଲଗଡ଼ ବିଡିଓ ଶରତ ଚନ୍ଦ୍ର ମଲ୍ଲିକ କହିଛନ୍ତି, "ତଦନ୍ତ ଜାରି ରହିଛି । ଯଦି କୌଣସି ସରକାରୀ କର୍ମଚାରୀ ଦୁର୍ନୀତିରେ ସମ୍ପୃକ୍ତ ଥିବେ, ତାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ସେପଟେ ଦୀର୍ଘ ଦିନ ଧରି ଅଭିଯୋଗ କରିବା ପରେ ମଧ୍ଯ କାହିଁକି କାର୍ଯ୍ୟାନୁଷ୍ଠାନ ନେବାରେ ବ୍ଲକ ପ୍ରଶାସନ ବିଳମ୍ବ କରୁଛି କାହିଁକି ? ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉନାହିଁ କାହିଁକି ?"ବୋଲି ସରପଞ୍ଚ ପ୍ରଶ୍ନ ଉଠାଇବା ସହ ତଦନ୍ତକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଯଦି ଘଟଣାର ତୁରନ୍ତ ତଦନ୍ତ କରାନଯାଏ ତେବେ ସରପଞ୍ଚଙ୍କ ସହ ସମସ୍ତ ୱାର୍ଡ଼ ସଭ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.