ETV Bharat / state

ସୁବର୍ଣ୍ଣପୁର ନକଲି ନୋଟ ଜବତ ଘଟଣା, CIB ଓ NIA ସ୍କାନରରେ ଏହି ରାକେଟ

author img

By ETV Bharat Odisha Team

Published : Sep 8, 2023, 9:35 PM IST

ସୁବର୍ଣ୍ଣପୁର ଉଲୁଣ୍ଡା ଅଞ୍ଚଳରୁ ୪୧ ଲକ୍ଷ ୧୬ ହଜାର‌ ନକଲି ନୋଟ ଜବତ ଘଟଣା । ଏସମ୍ପର୍କରେ ଏସଟିଏଫ ଠାରୁ ତଥ୍ୟ ସଂଗ୍ରହ କରିଛି ଦୁଇ ତଦନ୍ତକାରୀ ସଂସ୍ଥା CIB ଓ NIA । ଅଧିକ ପଢ଼ନ୍ତୁ

fake currency notes sized case
ସୁବର୍ଣ୍ଣପୁର ନକଲି ନୋଟ ଜବତ ଘଟଣା

ସୁବର୍ଣ୍ଣପୁର ନକଲି ନୋଟ ଜବତ ଘଟଣା

ଭୁବନେଶ୍ବର: ସୁବର୍ଣ୍ଣପୁର ଉଲୁଣ୍ଡା ଅଞ୍ଚଳରେ ଜାଲ ନୋଟ ରାକେଟ ଘଟଣା ଉପରେ ଏବେ ସେଣ୍ଟ୍ରାଲ ଇଣ୍ଟେଲିଜେନସ ବ୍ୟୁରୋ(CIB) ଓ NIAର ନଜର । ଟଙ୍କା ଜବତ ପରେ ଏସଟିଏଫ ଠାରୁ ତଥ୍ୟ ସଂଗ୍ରହ କରିଛି ଏହି ଦୁଇ ତଦନ୍ତକାରୀ ସଂସ୍ଥା । ଏସଟିଏଫ ଅଧିକାରୀଙ୍କୁ ଏହାର ପ୍ରୋଟୋକଲ ଅନୁସାରେ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି ।

ଏହି ଜବତ ଟଙ୍କାର ଡିଜାଇନ୍ ଓ କ୍ବାଲିଟିରୁ ଏହା ସହଜରେ ଅସଲି କି ନକଲି ବାରିବା କଷ୍ଟକର । ନିର୍ବାଚନୀ ମାହୋଲରେ ଏଭଳି ଟଙ୍କା କାରବାର ପାଇଁ ଚକ୍ରାନ୍ତ କରାଯାଇଥିଲା ନେଇ ସନ୍ଦେହ ଉଠୁଛି । କିଛି ନୀରିହ ଲୋକଙ୍କୁ ଏହି ନୋଟ ବାଣ୍ଟିବାକୁ ଗିରଫ ହୋଇଥିବା ଫେରିବାଲା ଲୁଗା ବେପାରୀଙ୍କ ସାହାରା ନିଆଯାଇଥିଲା କି? କାରଣ ଗିରଫ ହୋଇଥିବା ଲୁଗା ବେପାରୀ ଅନେକ ସମୟରେ ଛତିଶଗଡ଼ରେ କାରବାର ଓ ଚଳପ୍ରଚଳ ଥିବା ଜଣାପଡିଛି । ପୋଲିସ ବା ନିର୍ବାଚନୀ ଅଧିକାରୀଙ୍କ ନଜରରୁ ବର୍ତ୍ତିବାକୁ କୌଣସି ରାଜନୈତିକ ଲୋକ ଏଭଳି ଷଡ଼ଯନ୍ତ୍ର ରଚିଥିଲେ କି? ଏନେଇ ତମାମ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ସବୁ ଦିଗକୁ କେନ୍ଦ୍ର କରି ଏସଟିଏଫ ଟିମ ତଦନ୍ତ କରୁଛି ।

ଏନେଇ ଏସ୍‌ଟିଏଫ୍‌ ଏସ୍‌ପି କହିଛନ୍ତି, "ସନ୍ଦେହ ତ ରହିଛି ହେଲେ ଏଯାବତ ସେଭଳି କୌଣସି ଠୋସ୍‌ ଲିଙ୍କ୍‌ ମିଳିନାହିଁ । ତେଣୁ ତଦନ୍ତ ଚାଲିଛି ଏନେଇ NIAକୁ ଜଣାଇ ଦିଆଯାଇଛି । ଯଦି ସେଭଳି କିଛି କାରବାର ବା ଟେରର ଫଣ୍ଡିଂ ହୋଇଥିବା ଜଣାପଡ଼େ ତେବେ UAPA ଭଳି କଡ଼ା ଆଇନ ଲଗାଇବାକୁ ଚେଷ୍ଟା କରିବୁ । ବର୍ତ୍ତମାନ ସୁଦ୍ଧା ଗିରଫ ଅଭିଯୁକ୍ତର ବଡ଼ ଭାଇ ଯଶବନ୍ତ ମେହେରକୁ ଖୋଜୁଛି ଏସଟିଏଫ ଟିମ୍ । ସେ ଧରାପଡ଼ିବା ପରେ ଏହା ପଛର ଲିଙ୍କ୍‌ ସାମ୍ନାକୁ ଆସିପାରିବ । ଏକ ଟିମ୍ ମଧ୍ୟ ସେଠାରେ ବିଭିନ୍ନ ସ୍ଥାନରେ‌ ରେଡ ଜାରି ରଖିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ପଡୋଶୀ ରାଜ୍ୟରେ ନିର୍ବାଚନୀ ମାହୋଲ, ସୋନପୁରରୁ 41 ଲକ୍ଷର ଜାଲ ନୋଟ ଜବତ କଲା STF

ତେବେ ଏହି ଘଟଣାରେ CIB ଓ NIAର ନଜର ପଡ଼ିବା ପରେ ଏହା ପଛର କାରଣ ଜାଣିବା ଏମାନଙ୍କ ପାଇଁ ମଧ୍ୟ ଏକ ଚ୍ୟାଲେଞ୍ଜ୍‌ ହୋଇଛି । ଖୁଚୁରା ବେପାରୀଙ୍କ ଜରିଆରେ ଟଙ୍କା ପହଞ୍ଚାଇବା ହୁଏତ ନୁଆ ଟ୍ରେଣ୍ଡ୍‌ ହୋଇ ଥାଏପାରେ । ତେବେ ସୁବର୍ଣ୍ଣପୁର ନକଲି ନୋଟ ପଛରେ କେଉଁ ରାଜନେତାଙ୍କ ହାତ ରହିଛି ନା ନାହିଁ ପୋଲିସ ତା'ର ତଦନ୍ତ କରୁଛି । ଯେହେତୁ ପଶ୍ଚିମ ଓଡ଼ିଶାରୁ ଏଭିଳି ନକଲି ନୋଟ୍‌ ଅନେକ ଥର ଜବତ ହୋଇଛି ପ୍ରକୃତରେ ଏହା ପଛରେ କୌଣସି ପଶ୍ଚିମ ଓଡ଼ିଶା ନେତାଙ୍କ ହାତ ରହିଛି କି ? ତେଣୁ ଏହି ରାକେଟ ଉପରୁ ପରଦା ହଟାଇବାକୁ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.