ETV Bharat / state

ଇଟିଭି ଭାରତର ପ୍ରଭାବ: ଆବାସ ଘୋଟାଲାରେ ସମ୍ପୃକ୍ତ 3 PEO ବହିଷ୍କୃତ

author img

By

Published : Dec 21, 2019, 9:15 PM IST

ଇଟିଭି ଭାରତର ପ୍ରଭାବ । ପୋଡାଡିହି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟାଲାରେ କାର୍ଯ୍ୟାନୁଷ୍ଠାନ । ଘଟଣାରେ ସମ୍ପୃକ୍ତ ଥିବା 3 ପିଇଓଙ୍କୁ ବହିଷ୍କାର ନିର୍ଦ୍ଦେଶ ସହ ବ୍ଲକର ବିଡ଼ିଓ ଏବଂ ଏବିଡ଼ିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ETV IMPACT
ଇଟିଭି ଭାରତର ମହାପ୍ରଭାବ

ଖୋର୍ଦ୍ଧା: ଇଟିଭି ଭାରତର ମହାପ୍ରଭାବ । ଖୋର୍ଦ୍ଧା ପୋଡାଡିହି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ପଦାରେ ପଡିବା ଏବଂ ଆରଟିଆଇ କର୍ମୀ ତଥା ସମାଜସେବୀ ବିଭୂତି ଦାସ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଜିଲ୍ଲା ପ୍ରଶାସନ । ଘଟଣାରେ ସମ୍ପୃକ୍ତ ଥିବା 3 ଜଣ ପିଇଓଙ୍କୁ ବହିଷ୍କାର ନିର୍ଦ୍ଦେଶ ଦେବା ସହ ବ୍ଲକର ବିଡ଼ିଓ ଏବଂ ଏବିଡ଼ିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି ।

ପୋଡାଡିହ ଆବାସ ଘୋଟାଲାରେ ସମ୍ପୃକ୍ତ 3 ପିଇଓ ବହିଷ୍କୃତ

ସୂଚନାନୁସାରେ, ଗତ 21 ନଭେମ୍ବର 2019ରେ ବେଗୁନିଆ ବ୍ଲକ୍‌ ପୋଡାଡିହି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ନେଇ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଏଥିସହିତ ଆରଟିଆଇ କର୍ମୀ ତଥା ସମାଜସେବୀ ବିଭୂତି ଦାସ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଉକ୍ତ ଘଟଣା ପଦାରେ ପଡିବା ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିଲା । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଘଟଣାର ତଦନ୍ତ କରି ଶୁକ୍ରବାର ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପରେ ଜିଲ୍ଲାପାଳ ତୁରନ୍ତ ପଞ୍ଚାୟତରେ ଆର୍ଥିକ ବର୍ଷ 2016-17ରେ ଥିବା ତିନି ପିଇଓ ନାରାୟଣ ଜେନା, ଜୟଦେବ ସୁବୁଦ୍ଧି ଏବଂ କେଦାର ବେହେରାଙ୍କୁ ବହିଷ୍କାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବ୍ଲକର ବିଡ଼ିଓ ଏବଂ ଏବିଡ଼ିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଥିବା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ପୋଡାଡିହରେ ଆବାସ ଯୋଜନା ଘୋଟଲା : ବହିଷ୍କାର ହେଲେ 3 ପଂଚାୟତ ଅଧିକାରୀ , ବିଡ଼ିଓ ଏବଂ ଏବିଡ଼ିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ


Body:ଖୋର୍ଦ୍ଧା : ଈଟିଭି ଭାରତର ମହାପ୍ରଭାବ ଗତ 21: 11:19ରେ ଆମ ପକ୍ଷରୁ ହୋଇଥିବା ଖବର ପ୍ରସାରଣ ଏବଂ ଏହି ଘଟଣାକୁ ନେଇ ଆରଟିଆଇ କର୍ମୀ ବିଭୁତି ଦାଶ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପରେ ଜିଲା ପ୍ରଶାସନ ନେଲା ପଦକ୍ଷେପ । ବେଗୁନିଆ ବ୍ଲକ ପୋଡାଡିହ ପଂଚାୟତରେ ହୋଇଥିବା ଆବାସ ଯୋଜନାରେ ଘୋଟଲା ସମ୍ପର୍କରେ ପ୍ରଥମେ ସମ୍ନାକୁ ଆଣିଥିଲୁ ଆମେ । ଏହି ଘଟଣାରେ ଆଜି ଜିଲା ପ୍ରକଳ୍ପ ନିର୍ଦେଶକ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାପରେ ଜିଲାପାଳ ତୁରନ୍ତ ପଞ୍ଚାୟତରେ ଆର୍ଥିକ ବର୍ଷ 2016-17ରେ ଥିବା ତିନି ପିଇଓଙ୍କୁ ବହିଷ୍କାର ନିର୍ଦେଶ ଦେବା ସହ ବ୍ଲକର ବିଡ଼ିଓ ରବି ନାରାୟଣ ମାଝି ଏବଂ ଏବିଡ଼ିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିବା ଜିଲା ପ୍ରକଳ୍ପ ନିର୍ଦେଶକ କହିଛନ୍ତି ।


Conclusion:ବାଇଟ - ଦିଗନ୍ତ ରାଉତରାୟ , ଜିଲା ପ୍ରକଳ୍ପ ନିର୍ଦେଶକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.