ETV Bharat / state

ଧୈର୍ଯ୍ୟର ସହିତ ବୋର୍ଡ ପରୀକ୍ଷା ଦେବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ

author img

By

Published : Feb 15, 2023, 7:48 AM IST

ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି ବିଭାଗ । ନମ୍ବର ଚିନ୍ତା ନକରି ଧୈର୍ଯ୍ୟର ସହିତ ପରୀକ୍ଷା ଦେବା ପାଇଁ ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢ଼ନ୍ତୁ

ମାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ
ମାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ

ମାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଗଣଶିକ୍ଷା ମନ୍ତ୍ରୀ ପରାମର୍ଶ

ଭୁବନେଶ୍ବର: ଆଗକୁ ବୋର୍ଡ ପରୀକ୍ଷା । ଚଳିତ ବର୍ଷ ଶତପ୍ରତିଶତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଉଭୟ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିଛି ବିଭାଗ । ମାଟ୍ରିକ ପରୀକ୍ଷା ଏବଂ ଯୁକ୍ତଦୁଇ ପରୀକ୍ଷା ପାଇଁ ସମସ୍ତ ପ୍ରକାରର ପକ୍ରିୟା ଶେଷ ହୋଇଛି । ପରୀକ୍ଷାକୁ କିଭଳି ଭାବରେ ଶୃଙ୍ଖଳାର ସହିତ କରାଯାଇପାରିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଫେବୃଆରୀ ୨୦ ତାରିଖରୁ ନବମ ଶ୍ରେଣୀର ପରୀକ୍ଷା ରହିଛି । ତେବେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ଛାତ୍ରଛାତ୍ରୀ ଆତ୍ମବିଶ୍ଵାସର ସହିତ ପରୀକ୍ଷା ଦିଅନ୍ତୁ । ପରୀକ୍ଷାରେ ନମ୍ବର କେତେ ରହିବ ତାହା ଉପରେ ନଜର ନରଖି ପରୀକ୍ଷା ଦିଅନ୍ତୁ । ଏହା ଜୀବନର ଶେଷ ପରୀକ୍ଷା ନୁହେଁ । ପିଲାମାନେ ବିଚଳିତ ନରହି ଧୈର୍ଯ୍ୟର ସହିତ ପରୀକ୍ଷା ଦିଅନ୍ତୁ ।"

ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଏହି ପରୀକ୍ଷା ୧୦ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ । ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ୍‌ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିଥିବା ବେଳେ ୩୦୨୯ଟି କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୩୧୬ଟି ନୋଡାଲ ସେଣ୍ଟର କରିଛି ବୋର୍ଡ । ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । କନ୍ଧମାଳରେ ୭ଟି କୋରାପୁଟରେ ୫ ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି । ସେହିଭଳି ମଧ୍ୟମା ପାଇଁ ୨୯୧୪ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା ହୋଇଛି ଏବଂ ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେବେ । ସମ୍ମେଟିଭ ୧ ପରୀକ୍ଷା କେନ୍ଦ୍ରରେ ହିଁ ସମ୍ମେଟିଭ ୨ ପରୀକ୍ଷା ଅନୁଷ୍ଠିତ ହେବ ।

ସେହିପରି ଭାବରେ ମାର୍ଚ୍ଚ ପହିଲାରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ହେବ ପରୀକ୍ଷା । ମାର୍ଚ୍ଚ ୧ ତାରିଖରୁ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ୨ ତାରିଖରୁ କଳା ଓ ବାଣିଜ୍ୟ ଏବଂ ୩ ତାରିଖରୁ ଧନ୍ଦାମୂଳକ ପରୀକ୍ଷା ହେବ। ପରୀକ୍ଷାର ଅଧଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ । ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.