ETV Bharat / state

Note Exchange: କମିଶନ ନେଇ ଟଙ୍କା ଅଦଳବଦଳ ! RBI ସାମ୍ନାରେ ED ଓ EOWର ଛାନଭିନ୍

author img

By ETV Bharat Odisha Team

Published : Nov 1, 2023, 5:42 PM IST

କମିଶନ ନେଇ 2 ହଜାର ଟଙ୍କା ଅଦଳବଦଳ ଅଭିଯୋଗରେ ଛାନଭିନ୍ ଚଳାଇଛି ED ଓ EOW । ସାଧା ପୋଷାକରେ ନିୟୋଜିତ ରହି ପଚରାଉଚରା କରୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କର୍ମଚାରୀ । ଅଧିକ ପଢନ୍ତୁ

ED and EOW officials question people
କମିଶନ ନେଇ ଟଙ୍କା ଅଦଳବଦଳ ଅଭିଯୋଗ

ଭୁବନେଶ୍ବର: କମିଶନ ନେଇ 2 ହଜାର ଟଙ୍କା ଅଦଳବଦଳ ଅଭିଯୋଗ । ରିଜର୍ଭ ବ୍ୟାଙ୍କ ସାମ୍ନାରେ ଛାନଭିନ୍ ଚଳାଇଛି ED ଓ EOW । ୨ ହଜାର ଟଙ୍କିଆ ନୋଟ୍ ଅଦଳବଦଳ ପାଇଁ ଲମ୍ବା ଲାଇନରେ ରହି ଟଙ୍କା ବଦଳାଉଛନ୍ତି ଲୋକେ । ରିଜର୍ଭ ବ୍ୟାଙ୍କ ସାମ୍ନାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବାବେଳେ ଏତେ ପରିମାଣରେ ଟଙ୍କା କାହାର ସେନେଇ ଇଡି ପକ୍ଷରୁ ପଚରାଉଚରା କରାଯାଉଛି ।

ଏନେଇ ରିଜର୍ଭ ବ୍ୟାଙ୍କ ସାମ୍ନାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ED) ଓ ଅର୍ଥନୈତିକ ଅପରାଧା ଶାଖା (EOW)ର ଟିମ୍ ସାଧା ପୋଷାକରେ ବୁଲୁଛନ୍ତି । ଯେଉଁମାନେ ଟଙ୍କା ବଦଳାଇବା ପାଇଁ ଲାଇନରେ ରହିଛନ୍ତି, ସେମାନଙ୍କୁ ଅଦଳବଦଳ ପାଇଁ କିଏ ଟଙ୍କା ଦେଉଛି ? କେତେ ଟଙ୍କା ନେଇ କିଏ କିଏ ଟଙ୍କା ଅଦଳବଦଳ କରୁଛନ୍ତି ? ସେ ସମ୍ପର୍କରେ ସାଧା ପୋଷାକରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କର୍ମଚାରୀ ଯାଞ୍ଚ କରୁଛନ୍ତି । ଏହାସହ ସେମାନେ ସମସ୍ତ ଆର୍ଥିକ କାରବାର ଉପରେ ନଜର ରଖୁଛନ୍ତି ।

ଟଙ୍କା ଅଦଳବଦଳ କରୁଥିବା ଲୋକଙ୍କ ଉପରେ ସନ୍ଦେହ ଉପୁଜିଲେ ସାଧା ପୋଷାକରେ ଥିବା କର୍ମଚାରୀମାନେ ସେମାନଙ୍କୁ ପିଛା ମଧ୍ୟ କରୁଛନ୍ତି । କାହା ଜରିଆରେ କିଏ ସବୁ କଳା ଟଙ୍କା ବଦଳ ପାଇଁ ଏହାର ମାଧ୍ୟମ ସାଜିଛନ୍ତି ? କିଏ ଏମାନଙ୍କର କିଙ୍ଗ ପିନ‌ ? ଏହା ପଛରେ କେଉଁ ବ୍ୟବସାୟୀ ନା ଆଉ କେହି ବ୍ୟକ୍ତି ରହିଛନ୍ତି ? ସେନେଇ ତଦନ୍ତ କରୁଛନ୍ତି । ସେପଟେ EOWର ଦୁଇ ଜଣିଆ ଟିମ୍ ମଧ୍ୟ RBI ଅଫିସରେ ଓ‌ ବାହାରେ ବୁଲି ତଥ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...Note Exchange: RBI ଆଗରେ ଲମ୍ବା ଲାଇନ, କଳା ଟଙ୍କାକୁ ଧଳା ପ୍ରସଙ୍ଗରେ ଇଡିର ଛାନଭିନ୍

ବଡ଼ ବଡ଼ ଲୋକଙ୍କ କଳା ଟଙ୍କା ଆଣି RBIରେ ସାଧାରଣ ଲୋକେ ବଦଳାଉଥିବା କୁହାଯାଇଛି । ସେଥିପାଇଁ ଟଙ୍କା ବଦଳାଉଥିବା ଲୋକଙ୍କୁ ପଚରାଉଚରା କରୁଛି ଇଡି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁମାନେ ଲାଇନରେ ଛିଡା ହୋଇଛନ୍ତି ସେମାନେ ହେଲେ ବସ୍ତି ବାସିନ୍ଦା, ଜରି ଗୋଟାଳି, ଗୁପଚୁପ ବିକାଳି, ଦିନ ମଜୁରିଆ । ତେବେ ଏମାନଙ୍କୁ ମୋହରା କରି ବଡ଼ ବଡ଼ ଲୋକ କଳା ଟଙ୍କାକୁ ଧଳା କରୁଥିବା ନେଇ ଅଭିଯୋଗ ଆସିଛି । ୨ ହଜାର ଟଙ୍କିଆ ନୋଟ୍ ବଦଳ ପ୍ରକ୍ରିୟା ଜାରି ରହିଥିବାବେଳେ RBI ସାମ୍ନାରେ ପହଞ୍ଚି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ ତନାଘନା କରିଛି । ଲାଇନରେଛିଡା ହୋଇ ଟଙ୍କା ବଦଳାଇବା ପାଇଁ ଶହ ଶହ ଲୋକଙ୍କ ଲାଇନ ଦେଖିବାକୁ ମିଳିଛି । ତେବେ ମଜୁରୀ ନେଇ ଟଙ୍କା ବଦଳାଯାଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.