ETV Bharat / state

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ଦୀପାବଳି ପାଳିବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ଵାନ

author img

By ETV Bharat Odisha Team

Published : Jan 18, 2024, 7:35 PM IST

Pran Pratishtha of Ram Temple: ପ୍ରଭୁ ଶ୍ରୀରାମଙ୍କ ପାଇଁ ଦୀପ ଜାଳି ଦିନଟିକୁ ସ୍ମରଣୀୟ ଓ ଐତିହାସିକ କରିବା ପାଇଁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଦି ଦିନକୁ ଦୀପାବଳି ଭଳି ପାଳନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

Pran Pratishtha of Ram Temple
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ବର: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ । ପ୍ରଭୁ ଶ୍ରୀରାମଙ୍କ ପାଇଁ ଦୀପ ଜାଳି ଦିନଟିକୁ ସ୍ମରଣୀୟ ଓ ଐତିହାସିକ କରିବା ପାଇଁ ଅପିଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଯେତେବେଳେ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ଫେରିଥିଲେ, ସେତେବେଳେ ଅଯୋଧ୍ୟାବାସୀ ଆନନ୍ଦରେ ସମଗ୍ର ନଗରୀକୁ ଦୀପ ଦ୍ବାରା ସଜାଇ ଥିଲେ । ଆମେମାନେ ମଧ୍ୟ ଜାନୁଆରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ସବୁଠି ଦୀପ ଜାଳି ଦିନଟିକୁ ଦୀପାବଳି ଉତ୍ସବ ଭଳି ପାଳନ କରିବା ।"

ସେ ଆହୁରି ମଧ୍ୟ କହିଛନ୍ତି, "ଆଉ ମାତ୍ର ୩ ଦିନ ପରେ ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବ । ଜାନୁଆରୀ ୨୨ ତାରିଖରେ ରାମ ନଗରୀ ଅଯୋଧ୍ୟାରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ଦିନ ସମଗ୍ର ଭାରତବର୍ଷ, କୋଟି କୋଟି ହିନ୍ଦୁ, ସନାତନୀ ଓ ରାମଭକ୍ତଙ୍କ ପାଇଁ ଏକ ମହାନ ଓ ପବିତ୍ର ଅବସର ଆଣିଦେବ । ଶ୍ରୀରାମ ହେଉଛନ୍ତି ସୁଶାସନର ପ୍ରତୀକ । ତାଙ୍କ ଜୀବନ କାହାଣୀ ଆମକୁ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାର ଶିକ୍ଷା ଦେଇଥାଏ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ହୁଅନ୍ତି ଦୁର୍ଲ୍ଲଭ ରଘୁନାଥବେଶ । ତ୍ରେତୟା ଯୁଗରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷର ବନବାସରୁ ଅଯୋଧ୍ୟାକୁ ଫେରିଥିଲେ । ଅଯୋଧ୍ୟାରେ ନୂଆ ଇତିହାସର ରଚନା ହେବା ପାଇଁ ଯାଉଛି । ଓଡ଼ିଶା ସମେତ ସମଗ୍ର ଭାରତ ବର୍ଷର ନାଗରିକ ଓ ରାମଭକ୍ତମାନେ ‘ଅକ୍ଷତ ବଣ୍ଟନ ଯାତ୍ରା’ରେ ସାମିଲ ହେଉଛନ୍ତି । ଦେଶ ବିଦେଶରେ ନାହିଁ ନଥିବା ଉତ୍ସାହ ଦେଖାଯାଇଛି । ‘ରାମନାମ'ର ଉଚ୍ଚାରଣ ଓ ହନୁମାନ ଚାଳିଶା ପାଠରେ ସବୁଠି ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।"

ଏହା ମଧ୍ୟ ପଢନ୍ତୁ...ପ୍ରାଣ ପ୍ରତିଷ୍ଠା ଉତ୍ସବ: 22ରେ ହାଫ୍-ଡେ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର

"ଶ୍ରୀରାମଙ୍କ ଆଗମନକୁ ଭବ୍ୟ କରିବା ପାଇଁ ଏକାଠି ହୋଇଛେ । ସେହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସବୁ ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ସ୍ବଚ୍ଛ ରଖିବା ପାଇଁ ଦେଶବାସୀଙ୍କୁ ଆହ୍ଵାନ କରିଛନ୍ତି । ତାଙ୍କ ଆହ୍ୱାନ କ୍ରମେ ଆମେ ଆମର ଆଖପାଖ ଦେବାଳୟ ଓ ତୀର୍ଥସ୍ଥାନକୁ ସ୍ବଚ୍ଛ ଓ ପବିତ୍ର ରଖିବା । ସେ ସବୁର ଫଟୋ ଓ ଭିଡ଼ିଓକୁ ନିଜ ସାମାଜିକ ଗଣମାଧ୍ୟମରେ '#SwachhTeerthCampaign' ଟ୍ୟାଗ ବ୍ୟବହାର କରି ଅପଲୋଡ୍ କରିବା । ଅନ୍ୟମାନଙ୍କୁ ଏହି ସେବାକାର୍ଯ୍ୟ କରିବା ପାଇଁ ପ୍ରେରିତ କରିବା । ସ୍ବଚ୍ଛତା ଶ୍ରମଦାନ ଜରିଆରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ସମର୍ପଣ ହେବା"ବୋଲି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.