ETV Bharat / state

୨୪ ନିର୍ବାଚନ ପାଇଁ ଅଡୁଆ ସାହାରା ଜମାକାରୀ ! ପ୍ରଭାବିତ ହେବ ଭୋଟ୍ ବ୍ୟାଙ୍କ୍, କେନ୍ଦ୍ର ଦେଇଛି ଲଲିପପ୍

author img

By

Published : Aug 1, 2023, 10:43 PM IST

Updated : Aug 1, 2023, 11:06 PM IST

ସାହାରା ଗ୍ରୁପରେ ନିବେଶ କରିଥିବା ନିବେଶକମାନେ ନିଜର ଟଙ୍କା ଫେରିପାଇବା ନେଇ କେନ୍ଦ୍ର ସରକାର ଘୋଷଣା ଉପରେ ପ୍ରଶ୍ନ ଉଠାଇଛି ଜମାକାରୀ ମିଳିତ ମଞ୍ଚ । ଓ୍ବେବ ପୋର୍ଟାଲ କରି ଜମାକାରୀଙ୍କୁ ଭୁଆଁ ବୁଲାଯାଉଥିବା ମଞ୍ଚ ଅଭିଯୋଗ କରିଛି । ଅଧିକ ପଢ଼ନ୍ତୁ

depository union targets govt over sahara refund
ସାହାରା ଟଙ୍କା ନେଇ ସରକାରଙ୍କ ଉପରେ ବର୍ଷିଲା ଜମାକାରୀ ମିଳିତ ମଞ୍ଚ

ସାହାରା ଟଙ୍କା ନେଇ ସରକାରଙ୍କ ଉପରେ ବର୍ଷିଲା ଜମାକାରୀ ମିଳିତ ମଞ୍ଚ

ଭୁବନେଶ୍ବର: ସାହାରା ଜମାକାରୀଙ୍କ ଲାଗି ଟଙ୍କା ଫେରସ୍ତ ପାଇଁ ସରକାର ଘୋଷଣା କରିଥିବା ଓ୍ବେବ ପୋର୍ଟାଲ ଏବେ ଜମାକାରୀଙ୍କ ଟେନସନ ବଢ଼ାଇଛି । ଲୋକେ ଟଙ୍କା ଫେରି ପାଇବେ ନା ଜମାକାରୀଙ୍କୁ ଭୁଆଁ ବୁଲାଯାଉଛି ସେନେଇ ପ୍ରଶ୍ନ ଉଠାଇଛନ୍ତି ଜମାକାରୀ ମିଳିତ ମଞ୍ଚ । ଓ୍ବେବ ପୋର୍ଟାଲ କରି ଆଗକୁ ଆସୁଥିବା ନିର୍ବାଚନ ଲାଗି ସରକାର ବିରୋଧି ଜନମତ ହାଓ୍ବାର ମୋଡ଼ ବଦଳାଇବାକୁ ଏପରି ଏକ ଲଲିପପ ଥୋପ ପକାଇଛନ୍ତି ବୋଲି ମଞ୍ଚ ଅଭିଯୋଗ କରିଛି ।

ଜମାକାରୀ ମିଳିତ ମଞ୍ଚ କେନ୍ଦ୍ର ସରାକାରଙ୍କୁ ଟାର୍ଗେଟ କରି କହିଛି, ଦୀର୍ଘ ଦିନ ଧରି ଟଙ୍କା ପାଇବା ଆଶାରେ ଥିବା ଜମାକାରୀ ଟିଏ ଓ୍ବେବ ପୋର୍ଟାଲ ଖବର ଶୁଣି ଉତ୍ସାହିତ ହୋଇଛି । ହେଲେ ଏହା ପଛରେ ସରକାର ରଚିଥିଲା ଷଡ଼ଯନ୍ତ୍ର ଜମାକାରୀର ବିଶ୍ବାସ ତୁଟାଇଦେବ । କେବଳ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମାକାରୀ ଫେରି ପାଇବେ । ଏବେ ଏଥିପାଇଁ ଓ୍ବେବ ପୋର୍ଟାଲ ଜରିଆରେ ଜମାକାରୀଙ୍କ ତଥ୍ୟ ନିଆଯାଉଛି । ହେଲେ ବାକି ଟଙ୍କା କେବେ ପାଇବେ ତାହା ମଧ୍ୟ ବଡ ପ୍ରଶ୍ନ । ଏହା କେବଳ କ୍ଷୁଦ୍ର ଜମାକାରୀଙ୍କୁ କିଛି ମାତ୍ରାରେ ସୁହାଇଲା ଭଳି । ଏପରିକି ମାସକୁ ୧୦୦ଟଙ୍କା ରୁ ୨୦୦ ଟଙ୍କା ଲେଖାଏଁ ପ୍ରିମିୟମ ବାନ୍ଧି ରଖୁଥିବା ଲୋକର ବି ୧୦ ହଜାର ଉପରେ ମାଚୁରିଟି ହେବ । ତେବେ ସରକାର ଯଦି କେବଳ ମାତ୍ର ୧୦ ହଜାର‌ ଫେରଇବେ ବାକି କେବେ ଦେବେ ବୋଲି ପ୍ରଶ୍ନ କରିଛନ୍ତି ମିଳିତ ମଞ୍ଚର ଷ୍ଟେଟ କନଭେନର ଅନୁରାଧା ସୁବୁଦ୍ଧି । ସେ କହିଛନ୍ତି, "ଝିଅ ବାହାଘର ପାଇଁ ଅବସରପ୍ରାପ୍ତ ଜୀବନ ବଞ୍ଚିବା ପାଇଁ ଓ ପିଲାଙ୍କ ପାଠପଢା ପାଇଁ ଟଙ୍କା ବାନ୍ଧି ରଖିଥିବା ଲୋକ କଣ ମାଚୁରିଟି ପରେ ମାତ୍ର ୧୦ ହଜାର‌ ପାଇବ । ଲୋକେ ୧୦ ହଜାରଠାରୁ ଲକ୍ଷେ, ୧୦ ଲକ୍ଷ ପରି କେତେ ଟଙ୍କା ବାନ୍ଧିଛନ୍ତି । ହେଲେ ଏହି ଓ୍ବେବ ପୋର୍ଟାଲ କରି ୧୦ ହଜାର‌ ଟଙ୍କା ଫେରାଇବାର ଅର୍ଥ ଲଲିପପ ସଦୃଶ ।"

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟରେ ଚିଟଫଣ୍ଡ ଜାଲିଆତି, ଜମାକାରୀଙ୍କ ଟଙ୍କା ଫେରାଇବାକୁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତି

ସାଧାରଣ ଜନତା ବା ଘରେ ଘରେ ପ୍ରିମିୟମ ବାନ୍ଧିଥିବା ଭୋଟରଙ୍କ ଆଶା ଭରସା ଭାଙ୍ଗିବା ସରକାରଙ୍କ ଉପରେ ପ୍ରଭାବ ପଡିବ ବୋଲି କହିଛନ୍ତି ମିଳିତ ମଞ୍ଚ ଆବାହକ ଜୟନ୍ତ ଦାସ । କେନ୍ଦ୍ରରେ ଥିବା ୯ ବର୍ଷର ସରକାର ଓ ରାଜ୍ୟରେ ଥିବା ୨୩ ବର୍ଷର ସରକାରକୁ ଲୋକେ ଏହାର ଜବାବ ଦେବେ । ଜମାକାରୀଙ୍କ ଟଙ୍କା ହଡ଼ପ କରିଥିବା କମ୍ପାନୀଙ୍କ ଠାରୁ ନିର୍ବାଚନୀ ଚାନ୍ଦା ନେଉଥିବା କ୍ଷମତାରେ ଥିବା ଦଳ ପାଇଁ ମହଙ୍ଗା ପଡ଼ିବ ବୋଲି ମଞ୍ଚ କହିଛି । ଯେଉଁ ମାନେ ଓ୍ବେବ ପୋର୍ଟାଲ ପଞ୍ଜୀକରଣ କରିବେ ସେମାନେ ପରେ କୌଣସି ବିରୋଧ‌ ବା ସଂଗଠନ କରି ଏପରି ବିରୋଧାଭାସ କରିପାରିବେ ନାହିଁ ବୋଲି ସରକାର ଏପରି ଯୋଜନା କରିଛନ୍ତି ବୋଲି ମଞ୍ଚ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଏହା ଏକ ବଡ଼ ଆନ୍ଦୋଳନ ରୂପ ନେବ ଜମାକାରୀ ମିଳିତ ମଞ୍ଚ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 1, 2023, 11:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.