ETV Bharat / state

ଅତିଭୀଷଣ ବାତ୍ୟାରେ ପରିଣତ ହେଲା ମୋକା, ଘଣ୍ଟାପ୍ରତି 13 କି.ମି ବେଗରେ ଗତି କରୁଛି

author img

By

Published : May 12, 2023, 6:04 PM IST

ଘଣ୍ଟାପ୍ରତି ବେଗ ୧୩ କିମି ହାରରେ ଉତ୍ତର ଓ ଉତ୍ତର ପୂର୍ବ ଆଡକୁ ଗତି କରୁଛି ବାତ୍ୟା ମୋକା l ପୋର୍ଟବ୍ଲେୟାର ଠାରୁ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ୫୩୦ କିମି ଦୂରରେ ରହିଛି । ଅଧିକ ପଢନ୍ତୁ

Severe Cyclonic Storm
Severe Cyclonic Storm

ଅତିଭୀଷଣ ବାତ୍ୟାରେ ପରିଣତ ହେଲା ମୋକା

ଭୁବନେଶ୍ବର: ବୋଙ୍ଗୋପସାଗରରେ ଅତିଭୀଷଣ ବାତ୍ୟାର ରୂପ ନେଲା ମୋକା l ଘଣ୍ଟାପ୍ରତି ବେଗ ୧୩ କିମି ହାରରେ ଉତ୍ତର ଓ ଉତ୍ତର ପୂର୍ବ ଆଡକୁ ଗତି କରୁଛି ବାତ୍ୟା l ବର୍ତ୍ତମାନ ଏହାର ସ୍ଥିତି ପୋର୍ଟବ୍ଲେୟାର ଠାରୁ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ୫୩୦ କିମି ଦୂରରେ ରହିଛି । ବାଙ୍ଗଲାଦେଶ ର କକ୍ସ ବଜ଼ାର ଠାରୁ ଦକ୍ଷିଣଦକ୍ଷିଣ ପଶ୍ଚିମ ଦିଗରେ ୯୫୦ କିମି ଏବଂ ମିଆଁମାର ର ସ୍ବଇଟେ ଠାରୁ ସମାନ ଦିଗରେ ୮୭୦ କିମି ଦୂରରେ ସକ୍ରିୟ ରହିଛି l ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ପରେ ଏହା ଧୀରେଧୀରେ ଗତିର ଦିଗ ପରିବର୍ତ୍ତନ କରି ଉତ୍ତରଉତ୍ତର-ପୂର୍ବ ଦିଗରେ ଗତିକରିବ । ଏଥି ସହ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି l

ତେବେ ଏହା ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଆସନ୍ତା ୧୪ ତାରିଖ ରେ ବାତ୍ୟା ମୋକା ବାଂଲାଦେଶର କକ୍ସ ବଜାର ଏବଂ ମିଆଁମାରର କ୍ୟୁପ୍ୟୁର ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ସେହି ସମୟରେ ପବନ ଘଣ୍ଟାପ୍ରତି ୧୫୦ ରୁ ୧୬୦ ସର୍ବାଧିକ ୧୭୫କିମି ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ l ସେହିପରି ଉତ୍ତର ପୂର୍ବ ରାଜ୍ୟରେ ଏହାର ପ୍ରଭାବ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି l ସମୁଦ୍ର ମଧ୍ୟରେ ୧୩୫ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଓଡିଶା ପାଇଁ କେବଳ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏହାସହ ବାତ୍ୟାର ପ୍ରଭାବରେ ରାଜ୍ୟକୁ ପୂର୍ବ ଦିଗରୁ ଯେଉଁ ପବନ ବୋହୁଛି ଏହାକୁ ନେଇ ତାପମାତ୍ରା କମିବ ଓ ଆକାଶ ମେଘୁଆ ରହିବ ବୋଲି ବିଭାଗ ଆକଳନ କରିଛି l

ଅନ୍ୟପଟେ ବର୍ତ୍ତମାନ ଓଡ଼ିଶାରେ ଅନେକ ସହରରେ ୪୦ ଡିଗ୍ରୀ ତାପମାତ୍ରା ରହିବା ସହ ଗୁଳୁଗୁଳି ଅନୁଭୂତ ହେଉଛି । ଅପରାହ୍ନରେ କାଁଭାଁ କାଳବୈଶାଖୀ ବର୍ଷା ହେଉଛି । ତେବେ 3ରୁ ୪ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କିଛି ପରିବର୍ତ୍ତନ ହେବାକୁ ନଥିବା ବେଳେ ୧୫ରୁ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପୂର୍ବାନୁମାନ କରାଯାଉଛି । ସେହିପରି ୧୫ ତାରିଖରେ ଝାରସୁଗୁଡା, ସୁଦରଗଡ, ସମ୍ବଲପୁର ଅନୁଗୋଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିପାରେ । ଏଥିସହ ୧୬ ତାରିଖ ପାଇଁ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର , ଅନୁଗୋଳ , ସୋନପୁର , ବୌଦ୍ଧ ଓ ବଲାଙ୍ଗୀର ରେ ଗ୍ରୀଷ୍ମ ପ୍ରବାହ ଜାରି ରହିପାରେ । ସେହି ସମୟରେ ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ଅଧିକ ପ୍ରଭାବ ରହିବ ।

ଏଥିସହ ଆଜି ରାଜ୍ୟର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୩ ଦିନ ପାଇଁ କୌଣସି ଓ୍ବାର୍ଣ୍ଣିଂ ଜାରି କରାଯାଇ ନାହିଁ । ରାଜ୍ୟକୁ ନେଇ ବର୍ତ୍ତମାନ ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ନାହିଁ, ଖରା ବଢିବା ସହ ଗ୍ରୀଷ୍ମ ପ୍ରବାହ ପ୍ରଭାବ ରହିବାର ସମ୍ଭାବନାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଗତକାଲି ଝାରସୁଗୁଡା ଓ ବୌଦ୍ଧରେ ସର୍ବାଧିକ ୪୩.୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.