ETV Bharat / state

ଗଭୀର ଅବପାତରେ ପରିଣତ ହେଲା ବାତ୍ୟା 'ହାମୁନ', ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା !

author img

By ETV Bharat Odisha Team

Published : Oct 25, 2023, 5:42 PM IST

ଗଭୀର ଅବପାତରେ ପରିଣତ ହେଲା ବାତ୍ୟା 'ହାମୁନ' । ଏହା ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

hamoon weakend in to deep depression
ରାଜ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ରାଜ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗଭୀର ଅବପାତରେ ପରିଣତ ହେଲା ବାତ୍ୟା 'ହାମୁନ' । ଦୁର୍ବଳ ହୋଇ ବାତ୍ୟା 'ହାମୁନ' ଗଭୀର ଅବପାତରେ ପରିଣତ ହୋଇଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଅବପାତ ଓ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତାରେ ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲା ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ଥିବା ନେଇ ବିଭାଗ ଆକଳନ କରିଛି ।

ଜିଲ୍ଲା ଗୁଡିକ ହେଲା ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ରାୟଗଡା, ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର । ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ୨୪ ଘଣ୍ଟା ପାଇଁ କୌଣସି ସତର୍କ ସୂଚନା ନଥିବାବେଳେ ଅବଶିଷ୍ଟ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ଆଉ ସତର୍କ ସୂଚନା ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ ।


ଏହା ବି ପଢନ୍ତୁ...Cyclone: ବାଂଲାଦେଶ ଅତିକ୍ରମ କଲା ବାତ୍ୟା ହାମୁନ

ଆଗାମୀ ୫ ଦିନ ବା 31 ତାରିଖ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ମେଘୁଆ ପାଗ ସହ କେତେକ ସ୍ଥାନରେ ହାଲୁକରୁ ଧରଣର ବର୍ଷାର ହେବାର ସମ୍ଭାବନା ରହିଛି । ଏହିକ୍ରମରେ ରାୟଗଡାର ଗୁଣୁପୁର ସର୍ବାଧିକ ୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏଣିକି ରାଜ୍ୟରେ ଶୁଖିଲା ପାଗ ସହ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା 'ହାମୁନ' ଗଭୀର ଅବପାତ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିଲା । ଧୀରେଧୀରେ ଘନୀଭୂତ ହେଉଥିଲା ବାତ୍ୟା 'ହାମୁନ'। ଅତି ଭୀଷଣ ବାତ୍ୟାର ରୂପ ନେଇ ବାଂଲାଦେଶ ଉପକୂଳରେ ଖେପୁପଡ଼ା ଓ ଚିଟାଗଙ୍ଗ୍‌ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଥିଲା । ଚିଟାଗଙ୍ଗରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ।

ଏହା ପରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ 'ହାମୁନ' । ଆଜି ସକାଳୁ ସାକାଳୁ ଲ୍ୟାଣ୍ଡଫଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାର ପ୍ରଭାବରେ ମଣିପୁର, ମିଜୋରାମ, ତ୍ରିପୁରା, ଦକ୍ଷିଣ ଆସାମ ଓ ମେଘାଳୟରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଆଜି ଓ ଆସନ୍ତାକାଲି ନାଗାଲାଣ୍ଡ, ମଣିପୁର ଓ ପୂର୍ବ ଅରୁଣାଚଳ ପ୍ରଦେଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.