ETV Bharat / state

ପୁରୀ ଯିବାକୁ ଭକ୍ତି ଡୋରି ଲାଗୁନି: ବିଧାୟକ ସୁର

author img

By ETV Bharat Odisha Team

Published : Jan 16, 2024, 8:27 PM IST

Updated : Jan 16, 2024, 9:02 PM IST

Suresh Routray boycotts Parikrama project inauguration: ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସାମିଲ ହେବେ ନାହିଁ ବିଧାୟକ ସୁର ରାଉତରାୟ । କହିଲେ ଭକ୍ତି ଡୋରି ଲାଗୁନାହିଁ । ଅଧିକ ପଢନ୍ତୁ

Congress MLA Suresh Routray
Congress MLA Suresh Routray
ପୁରୀ ଯିବାକୁ ଭକ୍ତି ଡୋରି ଲାଗୁନି

ଭୁବନେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଶସ୍ତା ପ୍ରଚାର କରାଯାଉଛି । ଏହା ମୋତେ ବ୍ୟଥିତ କରିଛି, ତେଣୁ ପୁରୀ ଯିବି ନାହିଁ । ଏପରି କହି ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଶାସକ ଦଳ ବିଜେଡି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଦଳୀୟ ପ୍ରଚାର କରୁଛି ବୋଲି ପୂର୍ବରୁ ମଧ୍ୟ ବିରୋଧୀ ଅଭିଯୋଗ ଆଣିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ଗାଁରେ ଅର୍ପଣ ରଥ ମାଧ୍ୟମରେ ନିମନ୍ତ୍ରଣ କରାଯାଇ ଗୁଆ ଚାଉଳ ସଂଗ୍ରହ କରାଯାଉଛି । ଭକ୍ତଙ୍କ ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ । ତେବେ ଏହାକୁ ନେଇ ଭିନ୍ନ ଆଭିମୁଖ୍ୟ ପୋଷଣ କରିଛନ୍ତି ବିରୋଧୀ । ବିରୋଧୀଙ୍କ ଅଭିଯୋଗ ସରକାର ଏହାକୁ ନେଇ ରାଜନୀତି କରୁଛନ୍ତି । କେବଳ ପ୍ରଚାର ପ୍ରସାର ପାଇଁ ଏହା କରାଯାଉଛି ବୋଲି ବିରୋଧୀ ଅଭିଯୋଗ କରିଆସୁଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଏକ ଦଳୀୟ କାର୍ଯ୍ୟ ବୋଲି କହି ବିଜେପି ଏହି କାର୍ଯ୍ୟକ୍ରମକୁ ବର୍ଜନ କରିସାରିଛି ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦଳୀୟ କାର୍ଯ୍ୟକ୍ରମ: ରାଜ୍ୟ ବିଜେପି ସଭାପତି

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟରେ ରାଜ୍ୟ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଠ ବ୍ୟକ୍ତି ଧର୍ମାନୁଷ୍ଠାନ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ନିମନ୍ତ୍ରଣ ପାଇଥିଲେ ବି ଯିବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଯଦିଓ ଦଳର କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନାହିଁ, କିନ୍ତୁ ସୁର ଏହାକୁ ପୁରୀ ଯିବେ ନାହିଁ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯେଉଁଭଳି ରାଜ୍ୟ ସରକାର ରଥ ବୁଲାଇ ଭିକ୍ଷା ମାଗୁଛନ୍ତି, ତାହା ତାଙ୍କୁ ଅତ୍ୟନ୍ତ ଦୁଃଖ ଦେଇଛି ବୋଲି ସୁର କହିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଡୋରି ଲାଗୁନାହିଁ । ଖାଲି ନିଜର ପ୍ରଚାର ପାଇଁ ଏଭଳି କରୁଛନ୍ତି ସରକାର । ଭକ୍ତି ଡୋରି ଲାଗୁନାହିଁ, ତେଣୁ ମନ ବଳୁନାହିଁ ବୋଲି କହିଛନ୍ତି ସୁର ।

ଏହା ବି ପଢନ୍ତୁ- ପରିକ୍ରମା ପ୍ରକଳ୍ପ 2ୟ ଦିବସ; ଅନୁଷ୍ଠିତ ହେଲା ମହାଯଜ୍ଞ, କାଲି ପୂର୍ଣ୍ଣାହୁତି

ପୂର୍ବରୁ କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା, ରତ୍ନ ଭଣ୍ଡାର ମରାମତି, ରତ୍ନ ଅଳଙ୍କାର ଗଣତି ନେଇ ଦାବି ହୋଇ ଆସୁଛି । କଂଗ୍ରେସ ପକ୍ଷରୁ ଭୁବନେଶ୍ବରରୁ ଶରଧା ବାଲିକୁ ତୁଳସୀ ଯାତ୍ରା ମଧ୍ୟ କରାଯାଉଛି । ଅନ୍ୟପଟେ ଦିଲ୍ଲୀରେ ଜଗନ୍ନାଥ ସେନା ପକ୍ଷରୁ ଯନ୍ତର ମନ୍ତରଠାରେ ଧାରଣା ଦିଆଯାଉଛି । ଚାରିଦ୍ବାର ଖୋଲିବା, ରତ୍ନ ଭଣ୍ଡାର ଖୋଲିବା ଦାବି କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଲ୍ଲୀରେ ଧାରଣା ଦିଆଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 16, 2024, 9:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.