ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦଳୀୟ କାର୍ଯ୍ୟକ୍ରମ: ରାଜ୍ୟ ବିଜେପି ସଭାପତି

author img

By ETV Bharat Odisha Team

Published : Jan 15, 2024, 6:39 PM IST

Updated : Jan 15, 2024, 7:08 PM IST

Manmohan Samal on Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦଳୀୟ କାର୍ଯ୍ୟକ୍ରମ କହି ସାମିଲ ହେବନି ବୋଲି କହିଲା ରାଜ୍ୟ ବିଜେପି । ଅଧିକ ପଢନ୍ତୁ

Manmohan Samal
Manmohan Samal
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦଳୀୟ କାର୍ଯ୍ୟକ୍ରମ: ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ । ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦଳୀୟ କାର୍ଯ୍ୟକ୍ରମ କହିଲା ଦଳ । ଏଣୁ ଏହି କାର୍ଯ୍ୟକ୍ରମରେ ବିଜେପି ସାମିଲ ହେବ ନାହିଁ ବୋଲି କହିଛି । ଆଜି (ସୋମବାର) ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଏପରି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ମନମୋହନ କହିଛନ୍ତି, " ପରିକ୍ରମା ପ୍ରକଳ୍ପ ନାଁରେ ଶାସକ ଦଳ ବିଜେଡି 4ଟି ଶୌଚାଳୟ ନିର୍ମାଣ କରିଛି । ରତ୍ନ ଭଣ୍ଡାରର ଚାବି ହଜେଇ ଦେଇଛନ୍ତି । ଏହି ସରକାରରେ ଜଗନ୍ନାଥ ସଂସ୍କୃତି ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେବେ ଜଗନ୍ନାଥ କେଉଁ ଦଳର ନୁହନ୍ତି । ସାଲବେଗଙ୍କୁ ଭେଟିବାକୁ ଜଗନ୍ନାଥ ୯ ଦିନ ବାହାରକୁ ବାହାରିଥିଲେ । ଏହା ଏକ ଦଳୀୟ କାର୍ଯ୍ୟକ୍ରମ । ଏବେ ଆମେ ସାମିଲ ହେବା ଠିକ୍ କି ନୁହେଁ, ଆପଣ ବିଚାର କରନ୍ତୁ ।"

ଏହା ବି ପଢନ୍ତୁ- ଆଉ ହାତରେ 2ଦିନ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ପୋଲିସ ଡିଜି

ସୂଚନା ଥାଉ କି, ଦୀର୍ଘ ଦିନ ଧରି ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଆସୁଛି । ଏ ନେଇ ବିଜେପି କହିଥିଲା ଯେ ଜଗନ୍ନାଥ ସଂସ୍କୃତି ସହ ସମ୍ପୂର୍ଣ୍ଣ ଓଡ଼ିଶା ଯୋଡ଼ି ହୋଇଅଛି । ସମସ୍ତ ହିନ୍ଦୁଙ୍କ ଆସ୍ଥା ହେଉଛନ୍ତି ଜଗନ୍ନାଥ। ସଂସ୍କୃତି, ପରମ୍ପରାର ଯଦି କେଉଁଠି ବେଶୀ କ୍ଷତି ବା ଅପମାନ ହୋଇଛି ତେବେ ଏହି ସରକାର ସମୟରେ ହୋଇଛି । ଦାରୁ ବିଭ୍ରାଟ, ବ୍ରହ୍ମ ବିଭ୍ରାଟ, ଭଳି ବିବାଦ ଏହି ସରକାର ସମୟରେ ହୋଇଛି । ହାଇକୋର୍ଟ କହୁଛନ୍ତି ରତ୍ନ ଭଣ୍ଡାର ଖୋଲାଯାଉ। ଏଏସଆଇ କହୁଛି ପାଣି ଗଳୁଛି ମରାମତିର ଆବଶ୍ୟକତା ଅଛି । ସରକାରଙ୍କ ସେ ପ୍ରତି ନିଘା ନାହିଁ। ରତ୍ନ ସୁରକ୍ଷିତ ଅଛି କି ନାହିଁ କେହି ଜାଣି ନାହାନ୍ତି। ବିକାଶକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ହଜାର ହଜାର ବର୍ଷର ମଠ ମନ୍ଦିରକୁ ଭାଙ୍ଗି ଦିଆଗଲା। ସରକାର କହିଲେ ମଠର ପୁନରୁଦ୍ଧାର କରାଯିବ। ଦୁଇ ବର୍ଷରୁ ଅଧିକ ସମୟ ଗଲାଣି ଏଯାଏ କିଛି ନାହିଁ।

ଏହା ବି ପଢନ୍ତୁ- ଅର୍ପଣ ରଥ ପାଇଁ ଆସୁଥିବା 5 ଲକ୍ଷ ଟଙ୍କାର ହିସାବ ମାଗିଲା ବିଜେପି

ସେପଟେ ଆଜି ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଅର୍ପଣ ରଥକୁ ନେଇ ରାଜ୍ୟ ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ସରକାର ଅଣଓଡ଼ିଆ ଚିନ୍ତାଧାରା ଦ୍ବାରା ପ୍ରଭାବିତ, ସରକାର ଜାଣିନାହାନ୍ତି ଶ୍ରୀମନ୍ଦିରର ମାହାତ୍ମ୍ୟ କ’ଣ ? ଅନ୍ୟପଟେ ବିଜେଡି କହିଛି ଇତିହାସରେ ଲିପିବଦ୍ଧ ହୋଇ ରହିବ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 15, 2024, 7:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.