ETV Bharat / state

Padmapur By Poll Results: କଂଗ୍ରେସକୁ ହରାଇବାକୁ ହୋଇଛି ଡିଲ୍‌, ସ୍ୱୀକାର କଲେ ସୁର

author img

By

Published : Dec 11, 2022, 6:19 PM IST

Updated : Dec 11, 2022, 10:26 PM IST

ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଚାଲିଛି ବିରୋଧିଙ୍କ ଆତ୍ମଚିନ୍ତନ । କଂଗ୍ରେସ ଭୋଟ ବିଜେଡିକୁ ଯାଇଥିବା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ବାରମ୍ବାର ଅଭିଯୋଗ କରିଥିବାବେଳେ ଏହାକୁ ସତ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଅଧିକ ପଢ଼ନ୍ତୁ

ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଭୋଟ ବିଜେଡିକୁ ଯାଇଥିବା ଅଭିଯୋଗ କଲା ବିଜେପି, ସ୍ବୀକାର କଲେ ସୁର
ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଭୋଟ ବିଜେଡିକୁ ଯାଇଥିବା ଅଭିଯୋଗ କଲା ବିଜେପି, ସ୍ବୀକାର କଲେ ସୁର

ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଭୋଟ ବିଜେଡିକୁ ଯାଇଥିବା ଅଭିଯୋଗ କଲା ବିଜେପି, ସ୍ବୀକାର କଲେ ସୁର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ସରିଯାଇଛି । ଫଳାଫଳ ଘୋଷଣା ବି ହୋଇସାରିଛି । ହେଲେ ବିଜେଡି ଏତେ ବ୍ୟବଧାନରେ ଜିତିବାକୁ ନେଇ ସହଜରେ ହଜମ କରିପାରୁନାହାନ୍ତି ବିରୋଧୀ । ଏନେଇ ଚାଲିଛି ଆତ୍ମଚିନ୍ତନ । କଂଗ୍ରେସ ଭୋଟ ବିଜେଡିକୁ ଯାଇଥିବା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ବାରମ୍ବାର ଅଭିଯୋଗ କରିଥିବାବେଳେ ଏହାକୁ ଆଜି ସତ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି, "ପଦ୍ମପୁରରେ କଂଗ୍ରେସକୁ ହରାଇବା ପାଇଁ ସମ୍ପୂର୍ଣ୍ଣ ଡିଲ୍‌ ହୋଇଥିଲା । ଦଳର ଅନେକ ନେତା କଂଗ୍ରେସକୁ ହରାଇବାକୁ ସେଠିକି ଯାଇଥିଲେ । ଜିତାଇବାକୁ ତାଙ୍କର ଲକ୍ଷ୍ୟ ନଥିଲା । ଏପରିକି ଉଭୟଙ୍କ ମଧ୍ୟରେ ପଡ଼ୁନଥିବା ନେତା ସେଠି ଏତେ ଘନିଷ୍ଠ ହୋଇଗଲେ ଯେ ଗୋଟିଏ ହୋଟେଲରେ ଗୋଟିଏ ରୁମ୍‌ରେ ରହିଥିଲେ। ଉପରଠୁ ତଳ ପର୍ଯ୍ୟନ୍ତ ଅନେକ ନେତା ଏହି ଡିଲ୍‌ରେ ବିକ୍ରି ହୋଇଛନ୍ତି । ଶରତ ପଟ୍ଟନାୟକ ନିରୀହ ଲୋକ । ତେଣୁ ତାଙ୍କୁ ସଖୀ କଣ୍ଡେଇ ପରି ନଚାଉଛନ୍ତି ।" ତେବେ ଆଗକୁ ତ୍ରିମୁଖୀ ନୁହେଁ ଦ୍ବିମୁଖୀ ଲଢେଇ ହେବ କି ପ୍ରଶ୍ନରେ ସୁର କହିଛନ୍ତି, "ଏହା କେତେକାଂଶରେ ସତ୍ୟ । ଜାନକୀ ପଟ୍ଟନାୟକଙ୍କ ପରେ ଯେଉଁମାନେ କଂଗ୍ରେସ ପାଇଁ ନାଁ କମେଇଛନ୍ତି, ସେମାନେ କଂଗ୍ରେସକୁ ଉପଭୋଗ କରିଛନ୍ତି ଆଉ କଂଗ୍ରେସ ଜରିଆରେ ପଇସା ଓ ପାୱାର କମେଇଛନ୍ତି । ଏବଂ ସେମାନେ ହିଁ ଦଳକୁ ହରାଉଛନ୍ତି ।"

ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ପଦ୍ମପୁର ଡିଲ୍ କଥାକୁ ପୁଣି ଦୋହରାଇଛନ୍ତି । ସେ କହିଛନ୍ତି, "ସତ୍ୟକୁ ସମସ୍ତେ ମାନିବେ । ସୁର ଭାଇ ବି ମାନିଛନ୍ତି । କଂଗ୍ରେସ ଓ ବିଜେଡି ଲୋକଙ୍କଠାରୁ ହିଁ ମୁଁ ଶୁଣିଛି ଯେ, ଡିଲ୍ ହୋଇଛି ବୋଲି । ସେମାନେ ବି ସ୍ୱୀକାର କରିଛନ୍ତି । କିନ୍ତୁ ମୋ ପାଖରେ ତାର କୌଣସି ଭିଡିଓ ନାହିଁ । ୨୦୨୪ରେ ବିଜେଡି ଓ କଂଗ୍ରେସ ଡିଲ କାମ ଦେବନି । ପ୍ରତି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ କରିବୁ । ଭୋଟରଙ୍କୁ ଆକୃଷ୍ଟ କରିବୁ । କଂଗ୍ରେସ ଦଳର ଭୋଟ କମ୍‌ । ସେଥିପାଇଁ ଅଣକଂଗ୍ରେସ ଭୋଟକୁ ଏକତ୍ରିତ କରିବାକୁ ଚେଷ୍ଟା କରିବୁ । ୨୦୨୪ରେ ଓଡ଼ିଶାରେ ନିର୍ବାଚନ ବିଜେପି ଓ ବିଜେଡି ଭିତରେ ହବ । କଂଗ୍ରେସ ପ୍ରତିଦ୍ବନ୍ଦିତାରୁ ବାହାରି ଗଲାଣି । ବହୁତ କମ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ ରହିଛି । ଆମେ ୫୧ ପ୍ରତିଶତ ଭୋଟ୍‌ ନେବାକୁ ଯୋଜନା ରଖିଛୁ । କଂଗ୍ରେସ ଭୋଟ ବିଜେପି ବା ବିଜେଡି ଆଡ଼କୁ ଯିବ । ବିଜେଡିର ସଂଗଠନ ହେଲା ୩ଟା । ଅର୍ଥବଳ, ବାହୁବଳ ଓ ସରକାରୀ କଳ । ନବୀନ ବିରୋଧୀ କଂଗ୍ରେସକୁ ବହୁତ ଦିନ ଧରି ମ୍ୟାନେଜ କରି ନିର୍ବାଚନ ବୈତରଣୀ ପାର୍‌ ହେଉଥିଲେ । ଆଜି ଆମେ ଅଛୁ ବିରୋଧୀରେ । ଏଠି ଆମକୁ ମ୍ୟାନେଜ କରିବାର ପ୍ରଶ୍ନ ଉଠୁନି । ସେ କେନ୍ଦ୍ରକୁ ଧରିବାକୁ ଚେଷ୍ଟା କରୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 11, 2022, 10:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.