ETV Bharat / state

ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଛନ୍ତି ବିଜେପି ଓ ବିଜେଡି: କଂଗ୍ରେସ

author img

By

Published : May 2, 2023, 10:21 PM IST

ବିଜେପି ସଂସଦୀୟ କମିଟି ଆଜି ସମ୍ବଲପୁର ଗସ୍ତ କରି ହିଂସା ଘଟଣାର CBI ତଦନ୍ତ ଦାବି କରିଛି । ସେପଟେ ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ବିଜେଡି ଓ ବିଜେପି ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ବିଜେପି ସଂସଦୀୟ କମିଟିର ସମ୍ବଲପୁର ଗସ୍ତ ନେଇ ସୁର ରାଉତରାୟଙ୍କ ପ୍ରତିକ୍ରିୟା
ବିଜେପି ସଂସଦୀୟ କମିଟିର ସମ୍ବଲପୁର ଗସ୍ତ ନେଇ ସୁର ରାଉତରାୟଙ୍କ ପ୍ରତିକ୍ରିୟା

ବିଜେପି ସଂସଦୀୟ କମିଟିର ସମ୍ବଲପୁର ଗସ୍ତ ନେଇ ସୁର ରାଉତରାୟଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ସମ୍ବଲପୁର ହିଂସା ଘଟଣାରେ ବିଜେପି ପକ୍ଷରୁ ୩ ଜଣିଆ ସଂସଦୀୟ ଟିମ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଆସି ଆଜି ସମ୍ବଲପୁରରେ ବିଭିନ୍ନ ବର୍ଗର ଗୋଷ୍ଠୀଙ୍କ ସହ ଭେଟି ଆଲୋଚନା କରିଥିଲେ । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ବ୍ରିଜଲାଲ ସମ୍ବଲପୁର ଦଙ୍ଗା ଘଟଣାର CBI ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ବିଜେଡି ଓ ବିଜେପି ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ସମ୍ବଲପୁର ହିଂସା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ବ୍ରିଜଲାଲ । ସମ୍ବଲପୁର ଦଙ୍ଗାରେ ଜିହାଦୀଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରି CBI ତଦନ୍ତ ଦାବି କରିଛନ୍ତି ଟିମ ମୁଖ୍ୟ ବ୍ରିଜଲାଲ । ସେ କହିଥିଲେ, "ସମ୍ବଲପୁରକୁ ପାକିସ୍ତାନ ହେବାକୁ ଦେବୁନାହିଁ । ପଡୋଶୀ ପଶ୍ଚିମବଙ୍ଗରେ ଯେଉଁ ଶାସନ ଚାଲିଛି, ସେହିଭଳି ଶାସନ ନୀତିରେ ଚାଲିଛନ୍ତି ଓଡିଶା ସରକାର । ସମ୍ବଲପୁରରେ ଯୋଜନାବଦ୍ଧ ଭାବେ ଦଙ୍ଗା କରିବାକୁ ଉଦ୍ୟମ କରାଯାଇଛି । ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ କିଛି ଶିଖନ୍ତୁ ଓଡିଶା ସରକାର ।" ତେବେ ବିଜେପି ସାଂସଦଙ୍କ ଏଭଳି ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି । ବିଜେପିର ସଂସଦୀୟ ଟିମର ଦାବିକୁ ନେଇ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ବିଜେଡି ଓ ବିଜେପି ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି ।

ଏହି ଘଟଣାରେ ପ୍ରତିକ୍ରିୟା ରଖି ସୁର କହିଛନ୍ତି, "ମୋଦିଙ୍କର ଗଣତନ୍ତ୍ର ଉପରେ ବିଶ୍ବାସ ନାହିଁ । CBIକୁ ମନମୁଖୀ ବ୍ୟବହାର କରୁଛନ୍ତି । ଓଡିଶା ରାଜ୍ୟ ହେଉଛି ଶାନ୍ତିପ୍ରିୟ ରାଜ୍ୟ । ବିଜେପିର ସଂସଦୀୟ ଟିମ ଆସି CBI ତଦନ୍ତ ନିଷ୍ପତ୍ତି କଣ ନେବେ ? କଣ ଏମିତି ଆଇନ ଶୃଙ୍ଖଳା ହେଲା ଯେ ରାଜ୍ୟ ସରକାର କର୍ଫ୍ୟୁ ଜାରି କଲେ ? ଉଭୟ ବିଜେଡି ବିଜେପି ଠାକୁରଙ୍କ ନାଁରେ ରାଜନୀତି କରୁଛନ୍ତି । ତାହା ବରଦାସ୍ତ କରାଯିବ ନାହିଁ ।" ତେବେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଯେଉଁ ହିଂସା ଦେଖା ଦେଇଥିଲା, ଏହା ପୂର୍ବରୁ ଗୁଇନ୍ଦା ବିଭାଗ ସମ୍ବଲପୁର ଏସପି ଏବଂ ପୋଲିସ ଡିଜିଙ୍କୁ ଦଙ୍ଗାର ସମ୍ଭାବନା ଥିବା ନେଇ ସୂଚନା ଦେଇଥିଲେ । କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ମଧ୍ୟ ଏନେଇ ଏକ ଆଡଭାଇଜରୀ ଜାରି କରିଥିଲା । ହେଲେ ଏନେଇ ପୂର୍ବରୁ ରାଜ୍ୟ ସରକାର କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିନଥିବାରୁ ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି । ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ଏକ ସଂସଦୀୟ ଟିମ ସମ୍ବଲପୁର ଗସ୍ତ କରିଥିଲେ । ଏହି ଟିମ ଆଜି ଆସି ସମ୍ବଲପୁରରେ ସରଜମିନ ଅନୁଧ୍ୟାନ କରି CBI ତଦନ୍ତ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.