ETV Bharat / state

ଆନ୍ଦୋଳନରତ ପରୀକ୍ଷାର୍ଥୀଙ୍କୁ ଭେଟିଲେ ବିଜୟ, କହିଲେ ସରକାରଙ୍କର ନାହିଁ ଆନ୍ତରିକତା

author img

By

Published : Aug 1, 2023, 8:12 PM IST

OSSC ପରୀକ୍ଷା ଦୁର୍ନୀତି ନେଇ ଆଶାୟୀ ପ୍ରାର୍ଥୀ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି ସମୟରେ ଆନ୍ଦୋଳନରତ ଆଶାୟୀଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସରକାର ଚାହିଁଲେ ତୁରନ୍ତ ଏହାର ସମାଧାନ ହୋଇପାରନ୍ତା । ହେଲେ ଏଥିପ୍ରତି ସରକାରଙ୍କର ଆନ୍ତରିକତା ନାହିଁ ବୋଲି କହିଛନ୍ତି ବିଜୟ । ଅଧିକ ପଢ଼ନ୍ତୁ

ଆନ୍ଦୋଳନରତ ପରୀକ୍ଷାର୍ଥୀଙ୍କୁ ଭେଟିଲେ ବିଜୟ
ଆନ୍ଦୋଳନରତ ପରୀକ୍ଷାର୍ଥୀଙ୍କୁ ଭେଟିଲେ ବିଜୟ

ଆନ୍ଦୋଳନରତ ପରୀକ୍ଷାର୍ଥୀଙ୍କୁ ଭେଟିଲେ ବିଜୟ

ଭୁବନେଶ୍ବର: OSSC ନିଯୁକ୍ତି ସ୍କାମ ପ୍ରତିବାଦରେ ରାଜରାସ୍ତାରେ ଆଶାୟୀ ପ୍ରାର୍ଥୀ । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟ ପ୍ରଶାସକ ତଥା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ନେଇଥିବା ବେଳେ ନିଯୁକ୍ତି ସ୍କାମ ଭଳି ଦୁର୍ନୀତି ଆଜି ସରକାରଙ୍କ ମୂଳମନ୍ତ୍ର ପାଲଟିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ବିଜୟ କହିଛନ୍ତି, "ଓଡ଼ିଶାରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ପଦବୀ ଖାଲି ପଡିଛି । କିନ୍ତୁ ପିଲାମାନଙ୍କ ପାଖରେ ଚାକିରି ନାହିଁ । ଏହାପରେ ପ୍ରଶ୍ନ ପତ୍ର ଲିକ୍, ମେରିଟ୍‌ ଲିଷ୍ଟ୍‌ରେ ନାଁ ନଥାଇ ମଧ୍ୟ ଟଙ୍କା କାରବାର ଦ୍ବାରା ଅନେକ ଚାକିରି ହାତେଇ ନେଉଛନ୍ତି । ପରୀକ୍ଷାରେ ଏଭଳି ଅବ୍ୟବସ୍ଥା ଥାଇ ମେରିଟ୍ ଲିଷ୍ଟ ବାହାର କରିବାର ଅର୍ଥ କଣ ? ଷ୍ଟାଫ୍‌ ସିଲେକ୍ସନ ହେଉ ଅବା ପବ୍ଲିକ ସିଲେକ୍ସନ ବୋର୍ଡ, ଯେଉଁମାନଙ୍କ ଦ୍ବାରା ଏହିସବୁ ପରୀକ୍ଷା ଆୟୋଜନ କରାଯାଉଛି ସେମାନଙ୍କୁ ପ୍ରାର୍ଥୀ ଚୟନରେ ଟ୍ରାନ୍ସପରେନ୍ସି ରଖିବା ଆବଶ୍ୟକ । ଏହାକୁ ନେଇ ବର୍ଷାରେ ପିଲାମାନେ ବିକ୍ଷୋଭ କରୁଥିବା ବେଳେ ସରକାର ଏବେ ବି ଚୁପ୍ ବସିଛନ୍ତି । ଏଥିରେ ଯେଉଁ ଅବ୍ୟବସ୍ଥା ହେଉଛି ତାହାକୁ ଠିକ୍ କରିବା ପାଇଁ ମାତ୍ର ୫ ମିନିଟ ଲାଗିବ । କିନ୍ତୁ ସରକାର ଏହାପ୍ରତି ଦୃଷ୍ଟି ନଦେବା ପ୍ରମାଣିତ କରୁଛି, ସରକାରଙ୍କ ଏଥିପ୍ରତି ଆନ୍ତରିକତା ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...OSSC Paper Leak: ବର୍ଷାରେ ଭିଜି ଭିଜି ଅଫିସ ସାମ୍ନାରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ

ଉଲ୍ଲେଖଯୋଗ୍ୟ, OSSC ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତ କରୁଛି ବାଲେଶ୍ବର ପୋଲିସ । ଏହି ଘଟଣାରେ ମାଷ୍ଟରମାଇଣ୍ଡକୁ ମଧ୍ୟ ଗିରଫ କରାଯାଇଛି । ପ୍ରଶ୍ନପତ୍ର ଲିକ୍‌ ପ୍ରିଣ୍ଟିଂପ୍ରେସରୁ ହୋଇଥିବା ନେଇ ସୂଚନା ଦେଇଥିଲେ ବାଲେଶ୍ବର ଏସ୍‌ପି ସାଗରିକା ନାଥ । ସେହପରି ଗତ ଜୁଲାଇ ୩୦ ତାରିଖରେ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ନେଇ ମଧ୍ୟ ଅଭିଯୋଗ ଆସିଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ OSSC ଅଧୀନରେ ULB ACCOUTANT EXAMINATION-2023 ପରୀକ୍ଷା ଆରମ୍ଭ ହୋଇଥିଲା । ଯେଉଁଥିରେ ସିଲ୍ ଖୋଲାଯାଇଥିବା ପ୍ରଶ୍ନପତ୍ର ପାଇଥିଲେ ଛାତ୍ରଛାତ୍ରୀ । ଏହାକୁ ନେଇ ଦେଖାଦେଇଥିଲା ଉତ୍ତେଜନା । OSSC ପରୀକ୍ଷା ବେଳେ ବାରମ୍ବାର ଏଭଳି ଅନିୟମିତତା ଖବର ଆସୁଥିବା ବେଳେ ଏନେଇ ରାଜନୀତି ମଧ୍ୟ ତେଜିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.