ETV Bharat / state

ଅମିତ ଶାହଙ୍କ ଗସ୍ତକୁ ଛାତ୍ର କଂଗ୍ରେସର ବିରୋଧ, 20 ଜଣଙ୍କୁ ଉଠାଇ ନେଲା ପୋଲିସ

author img

By

Published : Aug 5, 2023, 2:18 PM IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ବିରୋଧ କଲା ଛାତ୍ର କଂଗ୍ରେସ । 20 ଜଣଙ୍କୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

youth congress protest in jaydev vihar
youth congress protest in jaydev vihar

ଅମିତ ଶାହଙ୍କ ଗସ୍ତକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ବିରୋଧ କରି ଜୟଦେବ ବିହାରରେ ବିରୋଧ ପ୍ରଦର୍ଶନ କଲା ଛାତ୍ର କଂଗ୍ରେସ । ଗୃହମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରିବାକୁ ଅପେକ୍ଷା କରିଥିବା ବେଳେ ଆନ୍ଦୋଳନକରୀଙ୍କୁ ଉଠାଇ ନେଲା କମିଶନରେଟ ପୋଲିସ । ଅମିତ ଶାହଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ଅଟକ କର୍ମକର୍ତ୍ତାକୁ ମୁକ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ମଣିପୁରରେ ହିଂସା ଓ ସାରାଦେଶରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳକୁ ନେଇ ମେ ଫେୟାର ହୋଟେଲ ଛକ ନିକଟରେ ଆଜି ଛାତ୍ର କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲା । ଗୃହମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରିବାକୁ ଅପେକ୍ଷା କରିଥିଲା । କିନ୍ତୁ ଏହା ପୂର୍ବରୁ ସୂଚନା ପାଇଁ କମିଶନରେଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ପ୍ରଥମେ ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା ପୋଲିସ । କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କୁ ଘଟଣାସ୍ଥଳରୁ ପୋଲିସ ଉଠାଇ ନେଇଥିଲା । 20ରୁ ଅଧିକ ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ତେବେ ଗୃହମନ୍ତ୍ରୀଙ୍କ କାରକେଡ ଆସିବା ପୂର୍ବରୁ ପୋଲିସ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଥିଲା । ଗୃହମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରେ ଅଟକ କର୍ମକର୍ତ୍ତାକୁ ମୁକ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ-Amit Shah Arrives in Odisha: ମଧ୍ୟ ରାତ୍ରିରେ ପହଞ୍ଚିଲେ ଶାହ, ଭେଟି ଦେବେ NH ପ୍ରକଳ୍ପ, ନକ୍ସଲ ଦମନ ନେଇ କରିବେ ଆଲୋଚନା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ବିଜେପିର ବହୁ ନେତା ଓ କର୍ମୀଙ୍କୁ ତାଙ୍କୁ ସ୍ବାଗତ କରିଥିଲେ । ପରେ କଡା ସୁରକ୍ଷା ମଧ୍ୟରେ ରାତ୍ର ରହଣି ପାଇଁ ମେ ଫେୟାର ହୋଟେଲକୁ ଯାଇଥିଲେ ଶାହ । ଏହାପରେ ଆଜି ଦୁଇଟି ଏନଏଚ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏନଏଚ 53କେ କାମାକ୍ଷାନଗର-ଡୁବୁରିକୁ 4 ଲେନ ବିଶିଷ୍ଟ ରାସ୍ତା ଓ କଳାହାଣ୍ଡି ମୋଟେର ଠାରୁ ବାନେର ପର୍ଯ୍ୟନ୍ତ ଭାୟା ଲଡୁଗାଁ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପକୁ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମ ଜରିଆରେ ପରସ୍ପରକୁ ଧନ୍ୟବାଦ ଦେଇଥିଲେ ଶାହ, ନବୀନ । ଏହାପରେ ଭୁବନେଶ୍ୱର ବିଜେପି ମୁଖ୍ୟାଳୟ ଅଭିମୁଖେ ବାହାରିଥିଲେ ଅମିତ ଶାହ । ଦଳୀୟ କର୍ମକର୍ତ୍ତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ଶାହ । ଗସ୍ତ ଶେଷ ହେବା ପରେ ଆଜି ସନ୍ଧ୍ୟା ସମୟରେ ବିମାନ ଯୋଗେ ଦିଲ୍ଲୀ ଫେରିଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.