ETV Bharat / state

ରାଜଧାନୀରେ ଚୋରା ଗଞ୍ଜେଇ ଗୋଦାମ ଠାବ, ୪ ଗିରଫ

author img

By ETV Bharat Odisha Team

Published : Oct 16, 2023, 6:58 PM IST

ରାଜଧାନୀରେ ହାଇପ୍ରୋଫାଇଲ ଗଞ୍ଜେଇ କାରବାର ପର୍ଦାଫାସ । ଫୁଲବାଣୀରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ଗଚ୍ଛିତ ହେଉଥିବା ଗଞ୍ଜେଇ ଗୋଦାମ ଠାବ । କୋଲକାତା ଚାଲାଣ ହେଉଥିବା ଦେଢ଼ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି କମିସନରେଟ୍ ପୋଲିସ । ଅଧିକ ପଢ଼ନ୍ତୁ

ରାଜଧାନୀରେ ଚୋରା ଗଞ୍ଜେଇ ଗୋଦାମ ଠାବ, ୪ ଗିରଫ
ରାଜଧାନୀରେ ଚୋରା ଗଞ୍ଜେଇ ଗୋଦାମ ଠାବ

ରାଜଧାନୀରେ ଚୋରା ଗଞ୍ଜେଇ ଗୋଦାମ ଠାବ, ୪ ଗିରଫ

ଭୁବନେଶ୍ୱର: ରାଜଧାନୀରେ ହାଇପ୍ରୋଫାଇଲ ଗଞ୍ଜେଇ କାରବାର ପର୍ଦ୍ଦାଫାସ । ଫୁଲବାଣୀରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ଗଚ୍ଛିତ ହେଉଥିବା ଗଞ୍ଜେଇ ଗୋଦାମ ଠାବ । କୋଲକାତା ଚାଲାଣ ହେଉଥିବା ଦେଢ଼ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି କମିସନରେଟ୍ ପୋଲିସ । ୪ ଅଭିଯୁକ୍ତଙ୍କୁ ଗିରଫ ସହ‌ ଦୁଇଟି‌ କାର ଏବଂ ମୋବାଇଲ ଫୋନ ଜବତ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୧୩ଲକ୍ଷ ଟଙ୍କା ଏବଂ ଗାଡି ଦୁଇଟି ୨୦ ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଉଛି ।

ସ୍ପେଶାଲ କ୍ରାଇମ୍ ୟୁନିଟ ଅତିରିକ୍ତ ଡିସିପି ସଞ୍ଜୀବ ଶତପଥିଙ୍କ ସୁଚନା ମୁତାବକ, ଗିରଫ ଅଭିଯୁକ୍ତମାନେ ଭୁବନେଶ୍ୱରର ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳ ଇନ୍ଦିରା କଲୋନିରେ ଏକ ଡୁପ୍ଲେକ୍ସ ଘରକୁ ଭଡ଼ା ନେଇଥିଲେ । ପରେ କଲିକତାର କିଛି‌ ଗଞ୍ଜେଇ ବେପାରୀଙ୍କ ଠାରୁ ୟୁପିଆଇ ଜରିଆରେ ଆଡଭାନ୍ସ ନେଇ ଗଞ୍ଜେଇ ଡେଲିଭେରି ପାଇଁ ଅର୍ଡର ନେଉଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ସତିଶ ପ୍ରଧାନ ଓ ଅନିଲ କୁମାର ଦିଗଲ ଫୁଲବାଣୀରୁ ଗଞ୍ଜେଇ କେଉଁଠୁ ଆସିବ କେଉଁଠୁ ଲୋଡ ହେବ ସେନେଇ ବୁଝାବୁଝି କରୁଥିଲେ । ସେପଟେ‌ ଭୁବନେଶ୍ବରର ଥିବା ଅଭିଯୁକ୍ତ ଚନ୍ଦନ କୁମାର ପୃଷ୍ଟି ନିଜର କାର ସହ ସମ୍ପର୍କୀୟର କାର ନେଇ ଫୁଲବାଣୀ ଯାଉଥିଲେ । ସେଠାରେ ଗଞ୍ଜେଇ ଲୋଡ କରି ମୁଖ୍ୟ ରାସ୍ତା ନଦେଇ ଗଳାବାଟରେ ଗଞ୍ଜେଇ ଆଣୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଫିରିଙ୍ଗିଆ ପୋଲିସକୁ ସଫଳତା, ୨୪କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ୫ ଗିରଫ

ତେବେ ବିଶେଷ କରି ଅଭିଯୁକ୍ତମାନେ କମର୍ସିଆଲ ନମ୍ବର ପ୍ଲେଟ ଥିବା ଗାଡି ବ୍ୟବହାର ନକରି ବରଂ ଧଳା ନମ୍ବର ପ୍ଲେଟ ଗାଡି ବ୍ୟବହାର କରୁଥିଲେ । ଯାହାକୁ ନେଇ କେହି ସନ୍ଦେହ କରିବେ ନାହିଁ । ଭଡା଼ଘର ଭିତର ଗ୍ୟାରେଜରେ ‌ପହଞ୍ଚିବା ପରେ ସେଠାରେ ଗଞ୍ଜେଇ ଷ୍ଟକ୍ ରଖୁଥିଲେ । ସେଠାରୁ ଦୁଇଟି କାର ଯୋଗେ ଗଞ୍ଜେଇ ନେଇ କୋଲକତା ପହଞ୍ଚାଉଥିଲେ । ଫୁଲବାଣୀରୁ କିଣିଥିବା ଗଞ୍ଜେଇ ୧୦ ହଜାର‌ ପ୍ରତି କିଲୋ ମୂଲ୍ୟରେ କିଣି କୋଲକତାରେ ‌୨୦ରୁ ୨୫ହଜାରରେ ବିକ୍ରି କରୁଥିଲେ । ଏଭଳି ଢଙ୍ଗରେ‌ ଗଞ୍ଜେଇ ଗୋଦାମ ଷ୍ଟକ୍ ରଖୁଥିବା ଗଞ୍ଜେଇ ବେପାରୀଙ୍କୁ ଦୀର୍ଘଦିନ ଧରି ପିଛା କରି କରି ଏହି ‌ରାକେଟକୁ ଠାବ କରିଛି‌ ପୋଲିସ ।

ତେବେ ଗିରଫ 4 ଅଭିଯୁକ୍ତଙ୍କ ମଧ୍ୟରୁ ଅନେକଙ୍କ ନାଁରେ ପୁର୍ବରୁ ମଧ୍ୟ ନିଶା କାରବାର କେସ ରହିଛି ‌। ଜବତ ହୋଇଥିବା ଇନ୍ଦିରା କଲୋନିରେ ଘରକୁ ସିଲ୍ କରିଛି ପୋଲିସ । ଏନେଇ ସ୍ପେଶାଲ କ୍ରାଇମ୍ ୟୁନିଟର ଦୀର୍ଘ ଚାରି ମାସ ମଧ୍ୟରେ ୨୦୩କ୍ଟିଣ୍ଟାଲ ଗଞ୍ଜେଇ, ୪୦୮ଗ୍ରାମର ବ୍ରାଉନସୁଗାର ସହ ୧୪ଜଣ ଅଭିଯୁକ୍ତ ଓ ୪ଟି ଗାଡିକୁ ମଧ୍ୟ ଜବତ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.