ETV Bharat / state

ଏପ୍ରିଲ ୧୧ରେ ପାଳନ ହେବ ଛେନାପୋଡ ଦିବସ, ସମସ୍ତଙ୍କୁ ନିମନ୍ତ୍ରଣ ଦେଲା ନୟାଗଡ ବିକାଶ ମଞ୍ଚ

author img

By

Published : Apr 9, 2023, 6:07 PM IST

ଏପ୍ରିଲ ୧୧ରେ ପାଳିତ ହେବ ଛେନାପୋଡ଼ ଦିବସ । ଛେନାପୋଡ଼କୁ ଜିଆଇ ମାନ୍ୟତା ଦେବା ପାଇଁ ଚାଲିଛି ଜୋରଦାର ପ୍ରୟାସ । ଓଡ଼ିଆଙ୍କ ପ୍ରିୟ ମିଠାର ସ୍ୱାଭିମାନକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ପ୍ରୟାସ ସବୁ ଓଡିଆଙ୍କ ପ୍ରୟାସ ହେବା ଦରକାର ବୋଲି ଆହ୍ବାନ ଦେଲା ମଞ୍ଚ । ଅଧିକ ପଢ଼ନ୍ତୁ

ଏପ୍ରିଲ ୧୧ରେ ପାଳିତ ହେବ ଛେନାପୋଡ଼ ଦିବସ
ଏପ୍ରିଲ ୧୧ରେ ପାଳିତ ହେବ ଛେନାପୋଡ଼ ଦିବସ

ଏପ୍ରିଲ ୧୧ରେ ଛେନାପୋଡ଼ ଦିବସ ପାଳନ କରିବ ନୟାଗଡ ବିକାଶ ମଞ୍ଚ

ଭୁବନେଶ୍ବର: ଏପ୍ରିଲ ୧୧ରେ ପାଳିତ ହେବ ଛେନାପୋଡ଼ ଦିବସ । ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ଅଧିକ ଲୋକପ୍ରିୟ ଓ ପ୍ରୋତ୍ସାହନ ଦେବା ପାଇଁ ପାଳନ କରାଯିବ ଏହି ପର୍ବ । ଭୁବନେଶ୍ବର ଜୟଦେବଭବନ ଠାରେ ଛେନାପୋଡ଼ ଦିବସ ଧୂମଧାମରେ ପାଳିତ ହେବ । ଏନେଇ ନୟାଗଡ ବିକାଶ ମଞ୍ଚ ସୂଚନା ଦେଇଛି । ତେବେ ରାଜ୍ୟ ତମାମ ଏହି ଦିବସକୁ ପାଳନ କରିବା ପାଇଁ ମଞ୍ଚ ପକ୍ଷରୁ ପ୍ରୟାସ କରାଯାଇଛି ।

ଭୁବନେଶ୍ବରରେ ଛେନାପୋଡ଼ ଦିବସ ପାଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ମଞ୍ଚ । ତେବେ ନୟାଗଡ ବିକାଶ ମଞ୍ଚ କହିଛି, ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ଅଧିକ ଲୋକପ୍ରିୟ କରିବାର ଆବଶ୍ୟକତା ରହିଛି । ଭୁବନେଶ୍ବରରେ ପାଳନ ହେବାକୁ ଥିବା ଏହି ମହାସମାରୋହରେ ଛେନାପୋଡ଼ ସଙ୍ଗୀତର ଲୋକାର୍ପଣ ହେବ । ନୟାଗଡ ଓଡିଶା ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା ଏହି ଗୀତ ଲେଖିଥୁବା ବେଳେ ଛେନାପୋଡ଼ ଦିବସର ଅଧ୍ୟକ୍ଷତା କରିବେ । ସେହିପରି ଏହି ସମାରୋହରେ ଓଡିଶାର ପାରମ୍ପାରିକ ଲୋକନୃତ୍ୟ, ପାଲା, ଦାସ କାଟିଆ ବାଘ ଭାଲୁନାଚ ଠକରା, ଘୁଡୁକୀ ନାଚ, ଖଞ୍ଜଣୀ ପାରମ୍ପରିକ ସହ ଆଧୁନିକ ସଂଗୀତ ପରିବେଷଣ କରାଯିବ ।


ଅନ୍ୟପଟେ ଏହି ଦିବସରେ ଛେନାପୋଡ଼କୁ ଜିଆଇ ମାନ୍ୟତା ବା ଭୌଗଳିକ ସ୍ୱୀକୃତି କିଭଳି ଦିଆଯିବ ସେନେଇ ଆଲୋଚନା ସହ ଦାବି ମଧ୍ୟ କରାଯିବ । ଏହାସହ ଅବହେଳିତ ହୋଇପଡ଼ୁଥିବା ଜ୍ୟୋତିର୍ବିଦ ପାଠାଣି ସାମନ୍ତଙ୍କ ଜନ୍ମ ସ୍ଥଳୀରେ ଏକ ସ୍ମାରକୀ ନିର୍ମାଣ ଦାବି କରାଯିବ ବୋଲି କୁହାଯାଇଛି । ଏହାସହ କବି ଯଦୁମଣି ଓ ପାଠାଗାର ଆନ୍ଦୋଳନର ପିତାମହ ଦାସିଆ ଅଜାଙ୍କ ଜନ୍ମପୀଠର ବିକାଶ ପାଇଁ ମଧ୍ୟ ମଞ୍ଚ ସମାରୋହରେ ନିଜର ମତ ରଖିବ ।

ସର୍ବୋପରି ଛେନାପୋଡ଼ ଓଡ଼ିଆଙ୍କ ପ୍ରିୟ ମିଠାଖାଦ୍ୟ ହୋଇଥିବା ବେଳେ ଏହା ଆମ ଓଡିଶାର ଗର୍ବ ଓ ଗୌରବର ଉତ୍ସବ ହେଉ ବୋଲି କହିଛି ମଞ୍ଚ । ତେଣୁ ଏହି ଛେନାପୋଡ଼ ଦିବସର ଏହି ସମାରୋହରେ ସମସ୍ତଙ୍କର ଯୋଗଦାନ ସହ ଓଡ଼ିଆଙ୍କ ପ୍ରିୟ ମିଠାଖାଦ୍ୟର ପ୍ରଚାର ପ୍ରସାର କିଭଳି ବିଶ୍ୱରେ ହେବ ଏନେଇ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛି ମଞ୍ଚ । କାରଣ ଓଡ଼ିଆଙ୍କ ପ୍ରିୟ ମିଠାଖାଦ୍ୟର ସ୍ୱାଭିମାନକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ପ୍ରୟାସ ସବୁ ଓଡିଆଙ୍କ ପ୍ରୟାସ ହେବା ଦରକାର ବୋଲି ମଞ୍ଚ କହିଛି ।


ସେପଟେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନୟାଗଡ ବିଧାୟକ ଅରୁଣ ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ବେହେରା, ବରିଷ୍ଠ କଣ୍ଠଶିଳ୍ପୀ ତାନସେନ ସିଂ ଓ ସମାଜସେବୀ ପଦ୍ମଶ୍ରୀ ସାବରମତୀ ଅତିଥି ଭାବେ ଯୋଗ ଦେବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.