ETV Bharat / state

CEOଙ୍କ ଭୋଟ ଗଣତି ସମୀକ୍ଷା; କେନ୍ଦ୍ର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : May 11, 2023, 10:44 PM IST

ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ପରିସରରେ ସକାଳ ୮ ଘଟିକା ସମୟରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ । ଠିକ ୮.୩୦ ମିନିଟରେ ଇଭିଏମ ଗଣତି ଆରମ୍ଭ ହେବ । ଭୋଟ ଗଣତି ନିମନ୍ତେ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି । ଅଧିକ ପଢନ୍ତୁ

CEOଙ୍କ ଭୋଟ ଗଣତି ସମୀକ୍ଷା; କେନ୍ଦ୍ର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡାକଡି
CEOଙ୍କ ଭୋଟ ଗଣତି ସମୀକ୍ଷା; କେନ୍ଦ୍ର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ଭୋଟ ଗଣତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା 13ରେ ଭୋଟ ଗଣିତ ହୋଇ ଫଳାଫଳ ପ୍ରକାଶ ପାଇବ । ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିବ ନିକୁଞ୍ଜ ବିହାରୀ ଧଳ ସମୀକ୍ଷା କରିଛନ୍ତି । ଭୋଟ ଗଣତି ସଂପର୍କରେ ସେ ଭିସି ଜରିଆରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଏସପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ପରିସରରେ ସକାଳ ୮ ଘଟିକା ସମୟରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ । ଠିକ ୮.୩୦ ମିନିଟରେ ଇଭିଏମ ଗଣତି ଆରମ୍ଭ ହେବ । ଭୋଟ ଗଣତି ନିମନ୍ତେ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି । ଭୋଟ ଗଣତି କେନ୍ଦ୍ର ତଥା ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ଚତୁଃପାର୍ଶ୍ବରେ ଭୋଟ ଗଣତି ଦିନ ସମ୍ଭାବ୍ୟ ଜନଗହଳିକୁ ପରିଚଳାନା ସହ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାବି ପଢନ୍ତୁ- ଭଙ୍ଗା ଘରେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର, ଦିଦିଙ୍କ ଘରେ ଚାଲିଛି ପିଲାଙ୍କ ପାଠପଢା

ଭୋଟ ଗଣତି ଦିନ ଯେପରି କୌଣସି ପ୍ରକାରର ଅସୁବିଧା ନହେବ, ସେଥି ଲାଗି ପ୍ରସ୍ତୁତ ରହିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଉପସ୍ଥିତ ଥିବା ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ, ଏସପି ସ୍ମିଥ ପି. ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ ଓ ଲଙ୍କେଶ୍ବର ଅମାତ, ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର କିଶୋର ଚନ୍ଦ୍ର ସ୍ବାଇଁ, ଝାରସୁଗୁଡ଼ା ଡିଆଇଓ, ଏନଆଇସି ଅକ୍ଷୟ କୁମାର ମିଶ୍ର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଓଏସଡି ଭବାନୀ ପ୍ରସାଦ ରାୟ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ, ବିତ୍ତ ଅଧିକାରୀ ସଂଜୟ କୁମାର ଲୁଗୁନ, ଆଇଟି ନୋଡାଲ ଅଧିକାରୀ ଦେବରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପଟେ ଭୋଟ ଗଣତି ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ବିଜୟ ନେଇ ଦମ୍ଭୋକ୍ତି ବାଢିଛନ୍ତି । ବିଜେପି ନିଜ ଝାରସୁଗୁଜାରୁ ପରିବର୍ତ୍ତନର ଶୁଭାରମ୍ଭ ହେବ ବୋଲି ଆଶା ରଖିଥିବା ବେଳେ, କଂଗ୍ରେସ କିଛି ଚମତ୍କାରିତା ଅପେକ୍ଷାରେ ରହିଛି । ବିଜୁ ଜନତା ଦଳ କିନ୍ତୁ ବିଜୟକୁ ନେଇ ଆଶ୍ବସ୍ତ ଥିବା ବେଳେ କେବଳ ଭୋଟ ମାର୍ଜିନ ଅଧିକ ହେବ ବୋଲି ଆଶା ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.