ETV Bharat / state

ଆବାସ ନାଁରେ ରାଜନୀତି କରୁଛନ୍ତି କେନ୍ଦ୍ର ସରକାରଙ୍କ ପ୍ରତିନିଧି: ପଞ୍ଚାୟତିରାଜ ମନ୍ତ୍ରୀ

author img

By

Published : Jun 24, 2023, 6:20 PM IST

ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ହେଲା ସ୍ବଚ୍ଛତା । ସ୍ବଚ୍ଛତା ଆଧାରରେ ହିଁ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ଜାରି ରହିଛି । ବିଶେଷ କରି ପଞ୍ଚାୟତିରାଜ ବିଭାଗ 5ଟି ଆଧାରରେ ସ୍ବଚ୍ଛତାର ସହିତ ସମସ୍ତ କାର୍ଯ୍ୟକ୍ରମ ଜାରି ରଖିଛି । ଆବାସ ବଣ୍ଟନରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛତା ଅବଲମ୍ବନ କରୁଛୁ । ଅଧିକ ପଢନ୍ତୁ

ଆବାସ ନାଁରେ ରାଜନୀତି କରୁଛନ୍ତି କେନ୍ଦ୍ର ସରକାରଙ୍କ ପ୍ରତିନିଧି : ପଞ୍ଚାୟତିରାଜ ମନ୍ତ୍ରୀ
ଆବାସ ନାଁରେ ରାଜନୀତି କରୁଛନ୍ତି କେନ୍ଦ୍ର ଆବାସ ନାଁରେ ରାଜନୀତି କରୁଛନ୍ତି କେନ୍ଦ୍ର ସରକାରଙ୍କ ପ୍ରତିନିଧି : ପଞ୍ଚାୟତିରାଜ ମନ୍ତ୍ରୀସରକାରଙ୍କ ପ୍ରତିନିଧି : ପଞ୍ଚାୟତିରାଜ ମନ୍ତ୍ରୀ

ଆବାସ ନାଁରେ ରାଜନୀତି କରୁଛନ୍ତି କେନ୍ଦ୍ର ସରକାରଙ୍କ ପ୍ରତିନିଧି : ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ଆବାସ ଯୋଜନାକୁ ନେଇ ପୁନର୍ବାର ରାଜନୈତିକ ଆରମ୍ଭ ହୋଇଛି । ଆବାସରେ ଅବ୍ୟବସ୍ଥା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ମନ୍ତ୍ରୀ । ବିଜେପି ନେତାଙ୍କ ଅଭିଯୋଗର ଜବାବ ରଖିଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଆବାସ ନାଁରେ ରାଜନୀତି କରିବାକୁ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓଡିଶା ଆସୁଥିବା ସେ କହିଛନ୍ତି ।

ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ହେଲା ସ୍ବଚ୍ଛତା । ସ୍ବଚ୍ଛତା ଆଧାରରେ ହିଁ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ଜାରି ରହିଛି । ବିଶେଷ କରି ପଞ୍ଚାୟତିରାଜ ବିଭାଗ 5ଟି ଆଧାରରେ ସ୍ବଚ୍ଛତାର ସହିତ ସମସ୍ତ କାର୍ଯ୍ୟକ୍ରମ ଜାରି ରଖିଛି । ଆବାସ ବଣ୍ଟନରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛତା ଅବଲମ୍ବନ କରୁଛୁ । ଯେଉଁଠି ଯେକୌଣସି ଦୋଷ ତ୍ରୁଟି ପରିଲକ୍ଷିତ ହେଉଛି କିମ୍ବା ଯେଉଁଠି ନିର୍ଦ୍ଦିଷ୍ଟ ଅଭିଯୋଗ ଆସୁଛି ତାହାର ତଦନ୍ତ ହେଉଛି । ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଥମ ନାଁ ଇନ୍ଦିରା ଆବାସ ଥିଲା । ଏହି ଯୋଜନାରେ କେନ୍ଦ୍ର ସରକାରଙ୍କର ଅନୁଦାନ ଶତପ୍ରତିଶତ ରହଥିଲା । ପରବର୍ତ୍ତୀ ସମୟରେ ଏହା କେନ୍ଦ୍ର ଓ ରାଜ୍ୟ ଅନୁପାତ ୯୦:୧୦ ହୋଇଥିଲା । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଗଠନ ହେଲା, ସେତେବେଳେ ଏହା ଇନ୍ଦିରା ଆବାସ ବଦଳରେ ପ୍ରଧାନମନ୍ତ୍ରୀ ଆବାସ ହେଲା । ଏହି ଯୋଜନା ଏବେ କେନ୍ଦ୍ର ଓ ରାଜ୍ୟ ଅନୁପାତ ୬୦:୪୦ ହୋଇଛି । କେନ୍ଦ୍ର ସରକାରଙ୍କର ୬୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ଅଂଶଧନ ରହିଛି । ଏହା ବାଦ ରାଜ୍ୟ ସରକାରଙ୍କ ଇନସେନଟିଭ ରହିଛି । ଏହା ସହିତ ମରାମତି ବାବଦକୁ ଅର୍ଥ, କର୍ମଚାରୀଙ୍କ ପାରିଶ୍ରମିକ ମଧ୍ୟ ରହିଛି । ଯଦି ଏହାକୁ ମିଶାଯାଏ, ତେବେ ରାଜ୍ୟ ସରକାର ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ଅପେକ୍ଷା ଅଧିକ ଅର୍ଥ ବ୍ୟୟ ବରାଦ କରୁଛନ୍ତି । ତେଣୁ ଆବାସ ନାଁ କହି ଆମେ ଦେଇଛୁ ବୋଲି କହିବା ଲଜ୍ୟାର କଥା । କାରଣ ଅଧିକ ଅର୍ଥ ରାଜ୍ୟ ସରକାର ବହନ କରୁଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଆବାସ ଘର ପାଇଁ ୪୦ ଲକ୍ଷ ଘର ମାଗିଥିଲୁ । ୨୦, ୧୫ ଲକ୍ଷର ପ୍ରସ୍ତାବ ଦେଇଥିଲୁ । କିନ୍ତୁ ତାହାକୁ କାଟି ଫନି ସମେତ ସାଢ଼େ ୯ ଲକ୍ଷ ଆବାସ ଘର ଦେଇଛନ୍ତି । ସେହି ସମୟରେ କର୍ଣ୍ଣାଟକ ରାଜ୍ୟକୁ କେନ୍ଦ୍ର ସରକାର ୨୫ ଘର ଦେଇଥିଲେ । କାରଣ ସେତେବେଳେ ସେଠାରେ ସାଧାରଣ ନିର୍ବାଚନ ଆସନ୍ନ ଥିଲା । ଫଳାଫଳ କଣ ହେଲା ଆମେ ସମସ୍ତେ ଜାଣିଛେ । ଆବାସ ନାଁରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ରାଜନୀତି କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ ହୁଅନ୍ତୁ ବା ନେତା ଓଡିଶା ଆସି ଆବାସ ନାଁରେ ରାଜନୀତି କରିବାକୁ ଆସୁଛନ୍ତି । ସେମାନେ ଗରିବ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବାକୁ ଆସୁନାହାନ୍ତି । ଅଧିକ ସଂଖ୍ୟକ ଲୋକ କିପରି ଘର ପାଇବେ ସେଥିପାଇଁ ରାଜ୍ୟ ସରକାର ଯତ୍ନବାନ ଅଛନ୍ତି ।

ବିଭିନ୍ନ ବର୍ଗର ଗରିବ ଲୋକ କିପରି ଘର ପାଇବେ ସେ ନେଇ ମୋ ଘର ଯୋଜନା ହୋଇଛି । ଆବାସରୁ ବଞ୍ଚିତ ଲୋକ ଏଥିରୁ ଉପକୃତ ହେବେ । ଏସବୁ ଦିଗକୁ ଦେଖିଲା ପରେ ବିଜେପି ନେତା ଭୟଭୀତ ହୋଇଛନ୍ତି । ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଗରିବ ଲୋକଙ୍କ ସହିତ ଅଛନ୍ତି । ଗରିବ ଲୋକ କିପରି ଘର ପାଇବେ ରାଜ୍ୟ ସରକାର ବ୍ୟସ୍ତ ରହିଛି । ସେହି ସମୟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ରାଜନୀତି କରିବା ଦୁର୍ଭାଗ୍ୟଜନକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.