ETV Bharat / state

ବୁର୍ଲାରେ ଆକ୍ରୋଶମୂଳକ ଭାବେ ଦୋକାନ ବଜାର ଭଙ୍ଗା ଚାଲିଛି: ବିରୋଧୀ ଦଳ ନେତା

author img

By ETV Bharat Odisha Team

Published : Oct 17, 2023, 9:03 PM IST

ଆଜି ଭୁବନେଶ୍ବରରେ ପ୍ରେସମିଟ କରି ଜୟ କହିଛନ୍ତି ‘‘ଆକ୍ରୋଶ ମୂଳକ ଭାବେ ବୋଲି ଏଥିପାଇଁ କହୁଛି ଯେ, ମୁଁ ସମ୍ବଲପୁରର ବିଧାୟକ ଅଛି । ଆଉ ଅସୁସ୍ଥ ହୋଇ ପଡ଼ିଛି । ହିନ୍ଦୁ ଲୋକଙ୍କ ଘର ଭାଙ୍ଗିଯାଉଛି । କିନ୍ତୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀଙ୍କ ଘର ଭାଙ୍ଗୁ ନାହାଁନ୍ତି । କେବଳ ସଂଖ୍ୟା ଲଘୁ ଭୋଟ ହାତେଇବା ପାଇଁ ସରକାର ଏଭଳି କରୁଛନ୍ତି । ଅଧିକ ପଢନ୍ତୁ

ବୁର୍ଲାରେ ଆକ୍ରୋଶମୂଳକ ଭାବେ ଦୋକାନ ବଜାର ଭଙ୍ଗା ଚାଲିଛି: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର
ବୁର୍ଲାରେ ଆକ୍ରୋଶମୂଳକ ଭାବେ ଦୋକାନ ବଜାର ଭଙ୍ଗା ଚାଲିଛି: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ବୁର୍ଲାରେ ଆକ୍ରୋଶମୂଳକ ଭାବେ ଦୋକାନ ବଜାର ଭଙ୍ଗା ଚାଲିଛି: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ଭୁବନେଶ୍ବର: ସମ୍ବଲପୁର ବୁର୍ଲାରେ ଆକ୍ରୋଶମୂଳକ ଭାବେ ଦୋକାନ ବଜାର ଭଙ୍ଗା ଚାଲିଛି । ପାର୍ବଣ ସମୟରେ ଘର ଗୁଡ଼ିକ ବି ଭଙ୍ଗା ଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାର ବାସହୀନଙ୍କୁ ଘର ଦେଇଛନ୍ତି । ସେତେବେଳେ ଘର କିପରି ଭଙ୍ଗା ଯାଉଛି । ଥଇଥାନ ବନ୍ଦୋବସ୍ତ କରାଯାଇ ଦୋକାନ ଘର ସବୁ ଭଙ୍ଗା ଗଲେ ଆମର କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଆଜି ଭୁବନେଶ୍ବରରେ ପ୍ରେସମିଟ କରି ଜୟ କହିଛନ୍ତି ‘‘ଆକ୍ରୋଶ ମୂଳକ ଭାବେ ବୋଲି ଏଥିପାଇଁ କହୁଛି ଯେ, ମୁଁ ସମ୍ବଲପୁରର ବିଧାୟକ ଅଛି । ଆଉ ଅସୁସ୍ଥ ହୋଇ ପଡ଼ିଛି । ହିନ୍ଦୁ ଲୋକଙ୍କ ଘର ଭାଙ୍ଗିଯାଉଛି । କିନ୍ତୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀଙ୍କ ଘର ଭାଙ୍ଗୁ ନାହାଁନ୍ତି । କେବଳ ସଂଖ୍ୟା ଲଘୁ ଭୋଟ ହାତେଇବା ପାଇଁ ସରକାର ଏଭଳି କରୁଛନ୍ତି । ଆଗକୁ ନିର୍ବାଚନ ଆସୁଛି ସେମାନଙ୍କ ଘର ଭାଙ୍ଗିଲେ ଭୋଟ ପାଇବେ ନାହିଁ । ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ଖାଲି ସମ୍ବଲପୁରରେ ନୁହଁ ସାରା ରାଜ୍ୟରେ ଯେତେ କ୍ରାଇମ ଚାଲିଛି ସବୁଥିରେ ସେମାନେ ସାମିଲ । ଆମେ ବିଧାନସଭାରେ ବି ପ୍ରଶ୍ନ କରିଥିଲୁ କେତେ ବିଦେଶୀ ନାଗରିକ ଓଡ଼ିଶାର ଅଛନ୍ତି ତାର ଉତ୍ତର ଦେଇପାରିଲେ ନାହିଁ ସରକାର ।’’

ଅଧିକ ପଢନ୍ତୁ- ବିଜେପିକୁ ଆସିବାକୁ ଚେଷ୍ଟା ବିଧାୟକ ରୋହିତ ପୂଜାରୀ, ପ୍ରତିକ୍ରିୟା ରଖିଲେ ଜୟ ନାରାୟଣ

ଅନ୍ୟ ଏକ ପ୍ରସଙ୍ଗରେ ଜୟ କହିଛନ୍ତି ବିଜେଡ଼ିର ବହୁ ବିଧାୟକ, ସାଂସଦ, ନେତା ଆମ ସଂପର୍କରେ ଅଛନ୍ତି । ଜାନୁଆରୀ ପରେ ସବୁ ସ୍ପଷ୍ଟ ହୋଇଯିବ । ପଶ୍ଚିମ ଓଡ଼ିଶା କେବଳ ନୁହେଁ ରାଜ୍ୟ ସାରା ଶାସକ ଦଳର ବହୁ ନେତା ଆମ ସମ୍ପର୍କରେ ଅଛନ୍ତି । ଏହାସହିତ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପଦଯାତ୍ରା ଅବଧି ବଢିବା ମନ୍ତବ୍ୟକୁ ନେଇ ବିରୋଧୀ ଦଳ ନେତା ସିଧା ଟାର୍ଗେଟ କରି କହିଲେ, ପଦଯାତ୍ରା ମାଧ୍ୟମରେ ନିର୍ବାଚନୀ ପ୍ରଚାର କରୁଛି ବିଜେଡ଼ି । ବିକାଶ ଏଠି ବଳଦ ଗାଡିରେ ଚାଲିଛି । ଲୋକ ସବୁ ବୁଝିଲେଣି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରରେ ଗତ କିଛି ଦିନ ହେଲା ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଜବରଦଖଲ ଉଛେଦ କରାଯାଉଛି l ମୁଖ୍ୟତଃ ବୁର୍ଲା ସହରର ଗୋପବନ୍ଧୁ ଛକରୁ ପେଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ବହୁତ ଗୁଡିଏ ଜବରଦଖଲ ଉଚ୍ଛେଦ କରାଯାଇଛି l ଯାହାକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି। କହିଛନ୍ତି ସରକାର ଏହା ଉପରେ ଆଲୋଚନା କରନ୍ତୁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.