ETV Bharat / state

ବିଚ୍ ରାସ୍ତାରେ କନଷ୍ଟେବଳଙ୍କୁ ଆକ୍ରମଣ, BSF ଯବାନ ଗିରଫ

author img

By

Published : Feb 26, 2023, 3:09 PM IST

Updated : Feb 26, 2023, 8:13 PM IST

ପାର୍କିଂକୁ ନେଇ କନଷ୍ଟେବଳଙ୍କ ଉପରେ ଆକ୍ରମଣ କଲେ ବିଏସଏଫ ଯବାନ । ଏହି ଘଟଣାରେ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

କନଷ୍ଟେବଳକୁ ମାଡ ମାରିଲେ ବିଏସଏଫ ଯବାନ
କନଷ୍ଟେବଳକୁ ମାଡ ମାରିଲେ ବିଏସଏଫ ଯବାନ

ବିଚ୍ ରାସ୍ତାରେ କନଷ୍ଟେବଳଙ୍କୁ ଆକ୍ରମଣ

ଭୁବନେଶ୍ବର: ରାଜଧାନୀରେ ପୋଲିସକୁ ଆକ୍ରମଣ । ବିଚ୍‌ ରାସ୍ତାରେ କନଷ୍ଟେବଳକୁ ମାଡ ମାରିଲେ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ । ଡ୍ୟୁଟିରେ ଥିବା କନେଷ୍ଟବଳଙ୍କୁ ତଳେ ପକାଇ ମାଡ ମାରିବା ସହ ୟୁନିଫର୍ମ ଭିଡ଼ି ଆକ୍ରମଣ କଲେ ବିଏସଏଫ ଯବାନ । ଗାଡି ସାଇଟ କରିବାକୁ ନେଇ ସହିଦନଗର ଥାନା ଭିଏସଏସ ନଗର ରେଲୱେ କ୍ରସିଂ ନିକଟରେ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଏଥିରେ କନଷ୍ଟେବଳ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାରେ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଗିରଫ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ 12ଟା 30 ମିନିଟ ସମୟରେ ଭିଏସଏସ ନଗର ରେଲୱେ କ୍ରସିଂ ନିକଟରେ ଥିବା ମର୍ଟନ କାଉଣ୍ଟରରେ ଗ୍ରାହକଙ୍କ ଭିଡ ଜମିଥିଲା । ଏହି ସମୟରେ ଡ୍ୟୁଟିରେ ଥିବା କନେଷ୍ଟବଳ ମନୋଜ ବେହେରା ସେଠାରେ ପହଞ୍ଚିଥିଲେ । ରାସ୍ତା ଉପରେ ଅନେକ ଗୁଡିଏ ଗାଡି ଥିବାରୁ ସାଇଟ କରିବାକୁ ବିଏସଏଫର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ବାଳଙ୍କୁ କହିଥିଲେ । ଏହି ସମୟରେ ହଠାତ୍‌ ସେହି ବ୍ୟକ୍ତି ନିଜକୁ ଡିଏସପି କହି କନେଷ୍ଟବଳ ଜଣଙ୍କୁ ଚୁପ ରହିବାକୁ କହିଥିଲେ । ଏନେଇ କନଷ୍ଟେବଳ ଜଣଙ୍କ ଗହଳି ହୋଇଛି ଗାଡି ସାଇଟ କରନ୍ତୁ ବୋଲି କହିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ସଂଗ୍ରାମ ବିଶ୍ବାଳ ୟୁନିଫର୍ମରେ ଥିବା କନଷ୍ଟେବଳକୁ ଆକ୍ରମଣ କରି ମାଡ ମାରିଥିଲେ । ପରେ ତଳେ ପକାଇ ୟୁନିଫର୍ମ ଭିଡ଼ିଥିଲେ । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି କନେଷ୍ଟବଳଙ୍କୁ ବିଏସଏଫ ଯବାନଙ୍କ କବଳରୁ ଉଦ୍ଧାର କରିଥିଲେ । ଏହି ଘଟଣା ନେଇ ପୋଲିସ ଉକ୍ତ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟକୁ ଗିରଫ କରିଛି । ଆଇପିସି ଦଫା 307 ହତ୍ୟା ଉଦ୍ୟମ, 341 ଅବରୋଧ କରିବା ସତ୍ତ୍ବେ ଆକ୍ରମଣ, 326 ସର୍ବସାଧାରଣରେ ଆକ୍ରମଣ, 353 ସରକାରୀ କର୍ମଚାରୀଙ୍କୁ ବାଧା, 294 ସର୍ବସାଧାରଣରେ ଗାଳି ଗୁଲଜ, 332 ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଆଧାରରେ ଉକ୍ତ ବିଏସଏଫ କମାଣ୍ଡାଣ୍ଟକୁ ଗିରଫ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି ।

ସେପଟେ ଗୁରୁତର କନଷ୍ଟେବଳଙ୍କ ବେକରେ ଓ ପିଠିରେ ଗଭୀର ଆଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନା ଅଧିକାରୀ ଉଭୟ ପକ୍ଷଙ୍କ ରିପୋର୍ଟକୁ ଆଧାର କରି ତଦନ୍ତ ଚଳାଇଛନ୍ତି । ତେବେ ଏହି ଘଟଣାକୁ ନେଇ ଭିଏସଏସ ନଗରରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି ଭିଏସଏସ ନଗର ମାର୍କେଟ ଆସୋସିଏସନର ସଭାପତି ।

ଏନେଇ ମନୋରଞ୍ଜନ ସାହୁ କହିଛନ୍ତି ଯେ, ''ସହିଦନଗର ଥାନର ଜଣେ ପୋଲିସ କର୍ମୀଙ୍କୁ କେହି ମାଡ ମାରୁଥିବା ମୁଁ ଖବର ପାଇଥିଲି । ଏହାପରେ ଘଟଣାସ୍ଥଳରେ ପହଞ୍ଚି ମାଡ ମାରୁଥିବା ବ୍ୟକ୍ତିଙ୍କୁ କାହିଁକି ମାଡ ମାରୁଛନ୍ତି ବୋଲି ପଚାରିଥିଲି । ସେ ସାଧା ପୋଷାକରେ ଥାଇ ନିଜକୁ ଡିଏସପିର ପରିଚୟ ଦେଇଥିଲେ । ମୁଁ କନେଷ୍ଟବଳଙ୍କୁ ପଚାରିବାରୁ ସେ କହିଥିଲେ ଯେ ମୁଁ ଗାଡି ସାଇଡ କରିବାକୁ କହିବାରୁ ସେ ମୋ ଗାଲକୁ ମାରିଥିଲେ । ଏହାପରେ ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା । ''

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 26, 2023, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.