ETV Bharat / state

ଖବର ପ୍ରସାରଣ ପରେ ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଲେ ସ୍ବେଚ୍ଛାସେବୀ

author img

By

Published : Nov 20, 2020, 7:54 PM IST

ଇଟିଭି ଭାରତରେ ଖବର ପ୍ରସାରଣ ପରେ ମୁଗମୁଣ୍ଡା ସ୍କୁଲ ବାରଣ୍ଡାରେ ଜୀବନ ବିତାଉଥିବା ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଲେ ସ୍ବେଚ୍ଛାସେବୀ । ଅଧିକ ପଢନ୍ତୁ...

ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଲେ ସ୍ବେଚ୍ଛାସେବୀ
ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଲେ ସ୍ବେଚ୍ଛାସେବୀ

ଖୋର୍ଦ୍ଧା: ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଲେ ସ୍ବେଚ୍ଛାସେବୀ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ମୁଗମୁଣ୍ଡା ସ୍କୁଲ ବାରଣ୍ଡାରେ ଜୀବନ ବିତାଉଥିବା ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଲେ ସ୍ବେଚ୍ଛାସେବୀ ।

ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଲେ ସ୍ବେଚ୍ଛାସେବୀ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମୁଗମୁଣ୍ଡା ସ୍କୁଲରେ ପୁଅ ବୋହୂ ନିଜ ଜନ୍ମିତ ବାପା ମାଙ୍କୁ ପର କରିଦେବା ପରେ ସ୍କୁଲ ବାରଣ୍ଡାରେ ଦୁଃଖର ସହ ଜୀବନ ବିତାଉଥିଲେ ବୃଦ୍ଧ ଦମ୍ପତି । ଏସମ୍ପର୍କରେ ଇଟିଭି ଭାରତରେ ଗତ 15 ତାରିଖରେ ଖବର ପ୍ରସାରଣ କରାଯାଇଥିଲା । ଏ ଖବର ପ୍ରସାରଣ ପରେ ସରକାରଙ୍କ ପ୍ରଶାସନିକ କଳ ଯେତିକି ତତ୍ପରତା ଦେଖାଇ ନାହିଁ ତା ଠାରୁ ଅଧିକ ତତ୍ପରତା ଦେଖାଇଛନ୍ତି ସ୍ବେଛାସେବୀ ମାନେ ।

ଖବର ପ୍ରକାଶ ପରେ ଭୁବନେଶ୍ବରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବ୍ରଦରହୁଡ ଗ୍ଲୋବାଲ ଫାଉଡେସନ ପକ୍ଷରୁ ଶୁକ୍ରବାର ସ୍କୁଲ ବାରଣ୍ଡାରେ ଜୀବନ ବିତାଉଥିବା ବୃଦ୍ଧ ଦମ୍ପତିଙ୍କୁ ତିନି ମାସର ରାସନ ସାମଗ୍ରୀ ଓ ଶୀତ ବସ୍ତ୍ର ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ବିଭାଗ କେବେ ଏମାନଙ୍କୁ ନ୍ୟାୟ ଦେବ ତାକୁହିଁ ଅପେକ୍ଷା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.