ETV Bharat / state

ବିଜେପି କର୍ପୋରେଟରଙ୍କୁ ଗିରଫ ଘଟଣା, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

author img

By ETV Bharat Odisha Team

Published : Jan 14, 2024, 11:00 PM IST

Bjp Yuva Morcha Protest : ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଜୀବନ ରାଉତଙ୍କ ଗିରଫ ଘଟଣାକୁ ନେଇ ତାତିଲା ଦଳ । ତାଙ୍କୁ ସମ୍ମାନର ସହ ଜେଲ୍‌ରୁ ଛାଡିବା ପାଇଁ ଦାବି କରିଛି ଦଳ । ନଚେତ୍ ଆଗାମୀ ଦିନରେ ତୀବ୍ର ଅନ୍ଦୋଳନ ହେବା ନେଇ ଦେଲା ଚେତାବନୀ । ଅଧିକ ପଢନ୍ତୁ

ବିଜେପି କର୍ପୋରେଟରଙ୍କୁ ଗିରଫ ଘଟଣା: ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ବିଜେପି କର୍ପୋରେଟରଙ୍କୁ ଗିରଫ ଘଟଣା: ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ବିଜେପି କର୍ପୋରେଟରଙ୍କୁ ଗିରଫ ଘଟଣା: ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର: ବିଜେପି କର୍ପୋରେଟର ଜୀବନ ରାଉତଙ୍କୁ ଅମାନୁଷିକ ଭାବରେ ମାଡ଼ମାରି ଗିରଫ କରାଯାଇଥିବା ଘଟଣାକୁ ବିରୋଧ କରିଛି ରାଜ୍ୟ ଯୁବମୋର୍ଚ୍ଚା । ଏନେଇ ଶୋଭାଯାତ୍ରା କରି ସରକାର ବିରୋଧୀ ନାରାବାଜି ଦେଇ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି ଯୁବମୋର୍ଚ୍ଚା । ରାଜ୍ୟ କାର୍ଯ୍ୟାଳୟରୁ ଯୁବ ବିଜେପି କର୍ମକର୍ତ୍ତାମାନେ ବିରାଟ ଶୋଭାଯାତ୍ରାରେ ବାହାରି ହାଲା ବୋଲ ସହ ରାମମନ୍ଦିର ଛକଠାରେ ରାସ୍ତା ଅବରୋଧ କରିଥିଲେ ।

ତେବେ ଓଡିଶା ପୋଲିସର ବର୍ବରତାକୁ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଜୀବନ ରାଉତଙ୍କୁ ଅମାନୁଷିକ ଭାବେ ମାଡମାରି ରାଜ୍ୟ ସରକାରଙ୍କ ମିଛ ମାମଲା ଫସାଇଥିବା ଅଭିଯୋଗ କରିଛି ଦଳ । ସରକାରଙ୍କ ଏହି ମିଥ୍ୟା ପ୍ରହେଳିକା ସହ ସରକାରୀ ଗୁଣ୍ଡା ସାଜିଥିବା ପୋଲିସର ଲାଠିକୁ ଯୁବମୋର୍ଚ୍ଚା ଖାତିର କରେ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ଅଭିଳାଷ ପଣ୍ଡା । କାରଣ ଓଡିଶାରେ ପୋଲିସର ଅତ୍ୟାଚାର ସୀମା ଉଲଘଂନ କରିଛି । ରାଜ୍ୟ ସରକାର ସ୍ୱାଭିମାନୀ ଯୁବକଙ୍କ ପାଟି ଚୁପ୍ ପାଇଁ ପ୍ରଶାସନକୁ ବ୍ୟବହାର କରୁଛି । ଓଡ଼ିଶା ପୋଲିସ ଏବେ ବିଜୁ ଜନତା ଦଳର ଗୁଣ୍ଡା ଭଳି କାର୍ଯ୍ୟ କରୁଛି । ତେଣୁ ଓଡ଼ିଶାରେ ଚାଲିଥିବା ଭ୍ରଷ୍ଟାଚାର ଶାସନକୁ ଆଉ ଯୁବ ବିଜେପି ସହ୍ୟ କରିବା ନାହିଁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ଏହି ସରକାରର ଭ୍ରଷ୍ଟାଚାର ଶାସନ ବିରୋଧରେ ଯିଏ ମୁହଁ ଖୋଲିଛି ତାହାକୁ ପୋଲିସ ନିର୍ଯାତନା ଦେଉଛି । କର୍ପୋରେଟରଙ୍କୁ ଚକ୍ରାନ୍ତ କରି ଜାଣିଶୁଣି ପୋଲିସ ବାନ୍ଧିଛନ୍ତି । କାରଣ ବିଜୁ ଜନତା ଦଳ ମହାପ୍ରଭୁ ଜଗନ୍ନାଥଙ୍କୁ ବ୍ୟବହାର କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନାଁରେ ପ୍ରତି ୱାର୍ଡକୁ ଯେଉଁ ୫ଲକ୍ଷ ଟଙ୍କା ଦେଉଛନ୍ତି । ତାହାର ହିସାବ ରାଜ୍ୟ ସରକାର ଦିଅନ୍ତୁ ବୋଲି ଗତ ୧୧ତାରିଖ ଦିନ ବିଏମ୍‌ସିର ୨୯ନଂ କର୍ପୋରେଟର ତଥା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଜୀବନ ରାଉତ ଦାବି କରିଥିଲେ । ଏହାପରେ ଗତ ୧୨ତାରିଖ ଦିନ ରାତିରେ ଜୀବନ ରାଉତଙ୍କୁ ଉଠାଇ ପିସିଆର ଭିତରେ ନୃଶଂସ ଭାବେ ମାଡମାରି ପୋଲିସ ତାଙ୍କୁ ଗିରଫ କରିଥିଲା । "

ଏହା ମଧ୍ୟ ପଢନ୍ତୁ..... ବିଜେପି କର୍ପୋରେଟର ଗିରଫ ଘଟଣା, ରାଜଧାନୀରେ ଗର୍ଜିଲା ଦଳ


ସେ ଆହୁରି କହିଛନ୍ତି," ଆମର ଦାବି ରାଜ୍ୟ ସରକାର ତୁରନ୍ତ ଜୀବନ ରାଉତଙ୍କୁ ସମ୍ମାନର ସହ ଜେଲ୍‌ରୁ ଛାଡନ୍ତୁ । ଯେଉଁ ପୋଲିସ ଗୁଣ୍ଡାମାନେ ତାଙ୍କ ପ୍ରତି ଅସଭ୍ୟଭାଷା ବ୍ୟବହାର କରିଛନ୍ତି ସେମାନଙ୍କୁ ବହିଷ୍କାର କରନ୍ତୁ । ଓଡିଶାରେ ପୋଲିସଙ୍କ ଅତ୍ୟାଚାର ସୀମା ଉଲ୍ଲଙ୍ଘନ କରିଥିବା ବେଳେ ଏହି ପୋଲିସ ପ୍ରଶାସନ ବିରୋଧରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । ଯଦି ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ନଦେବେ ତାହାଲେ ବିଜେପି ଯୁବମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ଓ ରାଜ୍ୟସାରା ଆନ୍ଦୋଳନ ହେବ ।"

ଇଟିଭି ଭାରତ , ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.