ETV Bharat / state

ରାଜଧାନୀରେ ଚାରା ଘୋଟାଲାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

author img

By ETV Bharat Odisha Team

Published : Jan 4, 2024, 10:25 PM IST

Plantation Scam In Bhubaneswar : ରାଜଧାନୀରେ ଚାରା ଘୋଟାଲାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଭୁବନେଶ୍ଵରକୁ ସୌନ୍ଦର୍ଯ୍ୟକରଣ କରିବା ନାଁରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

ରାଜଧାନୀରେ ଚାରା ଘୋଟାଲାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି
ରାଜଧାନୀରେ ଚାରା ଘୋଟାଲାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ରାଜଧାନୀରେ ଚାରା ଘୋଟାଲାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

ଭୁବନେଶ୍ବର : ରାଜଧାନୀରେ ଚାରା ଘୋଟାଲାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେପି । ଏନେଇ ବିଜେପି ଜିଲ୍ଳା ସଭାପତି ବାବୁ ସିଂ କରିଛନ୍ତି ସାମ୍ବାଦିକ ସମ୍ମିଳନୀ । ଏନେଇ ସେ କହିଚନ୍ତି ଯେ , ରାଜଧାନୀ ଭୁବନେଶ୍ବରରେ ବୃକ୍ଷରୋପଣ ପାଇଁ ଚାରା ଗୋଟାକୁ ଖର୍ଚ୍ଚ 12 ହଜାର ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟ ସରକାର ରାଜଧାନୀରେ ହକି ଖେଳ ଆଢ଼ୁଆଳରେ ଚାପି ଦେଇଛନ୍ତି ଚାରା ଟଙ୍କା । ବିଭିନ୍ନ ଓଭରବ୍ରିଜ୍ ତଳେ ୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଓଡ଼ିଶାର କଣ ଚାରା ନ ଥିଲା ଯେ ଆନ୍ଧ୍ର ଆଉ ତେଲେଙ୍ଗାନାରୁ ଗଛ ଆସିଛି ।

ସାଧାରଣ ଲୋକଙ୍କ ପଇସାକୁ ସରକାର ହରି ଲୁଟ୍ କରିଛନ୍ତି । ଭୁବନେଶ୍ଵର କୁ ସୌନ୍ଦର୍ଯ୍ୟ କରଣ କରିବା ନାଁରେ ହୋଇଥିବା ଦୁର୍ନୀତିର ଆକଳନ କରିବା ମୁସ୍କିଲ । ହକି ବିଶ୍ବକପ ବେଳେ ରାଜଧାନୀ ର ବିଭିନ୍ନ ଛକରେ ଖର୍ଚ୍ଚ ହୋଇଛି ମୋଟ ୭ କୋଟି ଟଙ୍କା । ଫାୟାର ଷ୍ଟେସନ ଛକରେ ୩୦ ଲକ୍ଷ , ସିଆରପିଏଫ ଛକରେ ୨୩ ଲକ୍ଷ, ଆଚାର୍ଯ୍ୟ ବିହାର ଛକରେ ୨୫ ଲକ୍ଷ, ବାଣୀବିହାର ଛକରେ ୩୦ ଲକ୍ଷ, ଖଣ୍ଡଗିରି ଛକରେ ୭୬ ଲକ୍ଷ , ଶିଖରଚଣ୍ଡୀ ପାହାଡ ଅଞ୍ଚଳରେ ୨ କୋଟି ଟଙ୍କା ଭଳି ସ୍ଥାନରେ ଖର୍ଚ୍ଚ ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା: ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ଜୟନାରାୟଣଙ୍କ ଦାବି

କାମ୍ପା ଫଣ୍ଡରେ ୬୦୦୦ କୋଟି, ଓମ୍ବାଡସିରେ ୬୦୦୦ କୋଟି, ମହାନଦୀ ଗ୍ରୀନ ମିଶନରେ ୧୫୦ କୋଟି ସହ ଡିଏମଏଫ ମିଶାଇ ରାଜ୍ୟରେ ୧୫ ହଜାର କୋଟିର ଚାରା ଘୋଟାଲା ହୋଇଛି । ସେହିପରି ଗଛ ଲଗାଇ ଥିବା ସରକାରୀ ସଂସ୍ଥା ଓଏମସି, ବିଡ଼ିଏକୁ ପ୍ରଶ୍ନ କରିଛନ୍ତି ବାବୁ ସିଂ । ବିଏମସି ମଧ୍ୟ ଅଣ ଓଡ଼ିଆଙ୍କ ହାତରେ ରହିଛି । ଓଡିଶା ବାହାରୁ ଚାରା ଆଣିବାକୁ କେଉଁ ଆଧାରରେ ନିଷ୍ପତ୍ତି କଲେ ଉତ୍ତର ରଖନ୍ତୁ ସରକାର ବୋଲି ବାବୁ ସିଂ ଦାବି ରଖିଛନ୍ତି ।

ଓଡ଼ିଶା ଶାସନ ବ୍ୟବସ୍ଥାରେ ଏହି ଅଣ ଓଡିଆ ଅଫିସରମାନେ ରହି ଓଡ଼ିଶା ବାସୀଙ୍କୁ ପ୍ରତାରଣା କରିବା ସହ ବିଶାସଘାତ କହିଛନ୍ତି । ସିବିଆଇ ତଦନ୍ତ ହେଲେ ଏହି ଅଧିକାରୀ ମାନେ ଜେଲ ଯିବେ । ଚାରା ଦୁର୍ନୀତି ରେ ବିହାର ରେ ଲାଲୁ ପ୍ରସାଦ ଯାଦବ ଙ୍କ ସରକାର ପରି ଓଡ଼ିଶାରେ ବି ନବୀନ ସରକାର ମଧ୍ୟ ପତନ ହେବ । ସୂଚନାଯୋଗ୍ୟ ଯେ, ସୂଚନା ଅଧିକାର ଆଇନରେ ସାମନା କୁ ଆସିଛି ରାଜଧାନୀରେ ଚାରା ଘୋଟାଲା । ଏହି ଘୋଟାଲା ରେ ଯେଉଁ ମାନେ ସାମିଲ ଅଛନ୍ତି ତୁରନ୍ତ ଗିରଫ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ଆସନ୍ତାକାଲି ଠାରୁ ବିଜେପି ପକ୍ଷରୁ ଭୁବନେଶ୍ଵର ସହ ସାରା ରାଜ୍ୟରେ ଚାରା ଘୋଟଲାର ସିବିଆଇ ତଦନ୍ତ ଦାବି କରି ଆନ୍ଦୋଳନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.