ETV Bharat / state

ଚାରା ଘୋଟାଲାର ସିବିଆଇ ତଦନ୍ତ ଦାବି, ରାଜଧାନୀରେ ବିଜେପିର ବିକ୍ଷୋଭ

author img

By ETV Bharat Odisha Team

Published : Jan 7, 2024, 11:20 AM IST

BJP protest over plantation scam: ଭୁବନେଶ୍ଵର ରସୁଲଗଡ଼ ଛକରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଚାରା ଘୋଟାଲା ଘଟଣାର ସିବିଆଇ ତଦନ୍ତ ଦାବି କଲା ସାଙ୍ଗଠନିକ ଜିଲ୍ଲା ବିଜେପି । ଆଗକୁ ପଢ଼ନ୍ତୁ

ବିଜେପି ପକ୍ଷରୁ ବିକ୍ଷୋଭ
ବିଜେପି ପକ୍ଷରୁ ବିକ୍ଷୋଭ

ବିଜେପି ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର: ରାଜଧାନୀରେ ଚାରା ଘୋଟାଲାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସାଙ୍ଗଠନିକ ଜିଲ୍ଲା ବିଜେପି । ଭୁବନେଶ୍ଵର ରସୁଲଗଡ଼ ଛକରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଭୁବନେଶ୍ବରରେ ୧୫ ହଜାର କୋଟି ଟଙ୍କାର ଚାରା ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ କରିବା ସହ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛି ।

ରାଜଧାନୀରେ ଚାରା ଘୋଟାଲାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସାଙ୍ଗଠନିକ ଜିଲ୍ଲା ବିଜେପି । ଭୁବନେଶ୍ଵର ରସୁଲଗଡ଼ ଛକରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜଧାନୀରେ ହୋଇଥିବା ଚାରା ଘୋଟଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ରାଜ୍ୟରେ ପ୍ରାୟ ୧୫ ହଜାର କୋଟି ଟଙ୍କାର ଚାରା ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଛି । ରାଜଧାନୀରେ ହକି ଖେଳ ସମୟରେ ଲାଗିଥିବା ଚାରା ଏବଂ ବିଭିନ୍ନ ଓଭରବ୍ରିଜ୍ ତଳେ ଗଛ ଲଗାଇବାକୁ ୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ତେବେ କେଉଁ କାରଣରୁ ଆନ୍ଧ୍ର ଆଉ ତେଲେଙ୍ଗାନାରୁ ଗଛ ଆସିଛି ବୋଲି ପ୍ରଶ୍ନ ମଧ୍ୟ କରିଛି ବିଜେପି ।

ବିଜେପି ଅଭିଯୋଗ କରିଛି ଯେ, ଗୋଟିଏ ଗଛ ପିଛା ୧୨ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କଣ ନର୍ସରୀ ନଥିଲା ଯେ ରାଜ୍ୟ ବାହାରୁ ଗଛ କିଣିଲେ । ସାଧାରଣ ଲୋକଙ୍କ ପଇସାକୁ ହରିଲୁଟ୍ କରୁଛି ବିଜେଡି ସରକାର । ଏହାର ଉତ୍ତର ସରକାରଙ୍କ ଠାରୁ ଦାବି କରାଯାଇଛି । ଏହି ଦୁର୍ନୀତିର ନେତୃତ୍ୱ ଅଣ ଓଡ଼ିଆ ଅଫିସର ନେଇଥିବା ମଧ୍ୟ ଅଭିଯୋଗ ଆଣିଛି ଦଳ। ତା' ଛଡା ଓଡ଼ିଶା ଶାସନ ବ୍ୟବସ୍ଥାରେ ରହି ଓଡ଼ିଶାବାସୀଙ୍କୁ ପ୍ରତାରଣା କରିବା ସହ ବିଶ୍ୱାସଘାତ କରୁଥିବା କୁହାଯାଇଛି । ଏନେଇ ସିବିଆଇ ତଦନ୍ତ ଦାବି କରିବା ସହ ଦୋଷୀକୁ ଦଣ୍ଡ ଦେବା ପାଇଁ ଦାବି କରିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ... ନ୍ୟାସନାଲ ଜିଓଗ୍ରାଫିରେ ଆଜି ପ୍ରଦର୍ଶିତ ହେବ ଲୋୟର ସୁକତେଲର କାହାଣୀ

ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, ’’ଭୁବନେଶ୍ଵରକୁ ସୌନ୍ଦର୍ଯ୍ୟକରଣ କରିବା ନାଁରେ ରାଜ୍ୟ ସରକାର କେତେ ଦୁର୍ନୀତି କରିଛନ୍ତି ତାର ଠିକଣା ନାହିଁ । କେବଳ ଚାରା ବାବଦକୁ ଗୋଟିଏ ଗଛ ପିଛା ୧୨ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । କାମ୍ପା ଫଣ୍ଡ, ମହାନଦୀ ଗ୍ରୀନ ମିଶନ ଓ ଡିଏମଏଫକୁ ମିଶାଇ ରାଜ୍ୟରେ ୧୫ ହଜାର କୋଟିର ଚାରା ଘୋଟାଲା ହୋଇଛି । ଗଛ ଲଗାଇଥିବା ସରକାରୀ ସଂସ୍ଥା ଓଏମସି, ବିଡ଼ିଏ, ବିଏମସି ଅଣ ଓଡ଼ିଆଙ୍କ ହାତରେ । ବିଭିନ୍ନ ଓଭରବ୍ରିଜ ତଳେ ୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଓଡ଼ିଶା ଶାସନ ବ୍ୟବସ୍ଥାରେ ରହି ଓଡ଼ିଶାବାସୀଙ୍କୁ ପ୍ରତାରଣା କରିବା ସହ ବିଶ୍ବାସଘାତ କହିଛନ୍ତି ।’’

ଏନେଇ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, କ'ଣ ଓଡ଼ିଶାର ଗଛ ମିଳିଲା ନାହିଁ ଯେ, ସେମାନେ ଅନ୍ୟ ରାଜ୍ୟରୁ ଗଛ ଆଣିଛନ୍ତି । ଆନ୍ଧ୍ର ଆଉ ତେଲେଙ୍ଗାନାରୁ ଗଛ ଆସିଛି । ଏହା କ'ଣ ଓଡ଼ିଶାର ଉଦ୍ୟାନ ବିଭାଗରେ ଅପାରଗତା । ତେବେ ଏହି ଘୋଟାଲାରେ ତଦନ୍ତ ସାଙ୍ଗକୁ ଯେଉଁମାନେ ସାମିଲ ଅଛନ୍ତି ତାଙ୍କର ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.