ETV Bharat / state

5T Fight: କେନ୍ଦ୍ର ଚିଠିର ଉତ୍ତର ଦେଲେନି ମୁଖ୍ୟ ଶାସନ ସଚିବ, ପୁଣି ଟାର୍ଗେଟ କଲା ବିଜେପି

author img

By

Published : Jul 3, 2023, 7:21 PM IST

ରାଜ୍ୟରେ ଆଇନ ଉଲ୍ଲଂଘନ କରୁଥିବା ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ DOPT ବିଭାଗ ମୁଖ୍ୟ ଶାସନ ସଚବିଙ୍କୁ ଚିଠି ଲେଖିଥିଲା । ଏହାକୁ ସପ୍ତାହେ ବିତିବାକୁ ବସିଥିବା ବେଳେ ଆଜି ଯାଏଁ ଏହାର ଉତ୍ତର ରଖିନାହାନ୍ତି ମୁଖ୍ୟ ଶାସନ ସଚିବ । ଯାହାକୁ ନେଇ ଆଜି ପ୍ରେସ୍‌ମିଟ୍‌ କରି ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଅଧିକ ପଢ଼ନ୍ତୁ

BJP Press Meet
BJP Press Meet

BJP Press Meet

ଭୁବନେଶ୍ବର: 5T ସଚିବ ପ୍ରସଙ୍ଗରେ ପୁଣି ବିଜେପିର ଟାର୍ଗେଟ୍‌ । ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳ ଓ ମୁଖ୍ୟ ଶାସନ ସଚିବଙ୍କୁ ଟାର୍ଗେଟ୍‌ କଲେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । କାହିଁକି ମୁଖ୍ୟ ଶାସନ ସଚିବ ଡିଓପିଟିଙ୍କ ଚିଠିର ଉତ୍ତର ଦେଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସତ୍ୟବ୍ରତ ପଣ୍ଡା । ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ମିଶ୍ରଙ୍କ ଭଳି ବରିଷ୍ଠ ନେତା ଜଣେ ସରକାରୀ ଅଫସିରଙ୍କ ସୁରକ୍ଷା ପାଇଁ ବାହାରିବା ଦୁର୍ଭାଗ୍ୟଜନକ ସେ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଡିଓପିଟି ବିଭାଗର ଚିଠି ଉତ୍ତର ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ନଦିଆଯିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସତ୍ୟବ୍ରତ କହିଛନ୍ତି, "ମୁଖ୍ୟ ଶାସନ ସଚିବଙ୍କ ନୀରବତା ସୁଚାଉଛି ଯେ, ରାଜ୍ୟରେ ଶାସନ ବ୍ୟବସ୍ଥା ପଙ୍ଗୁ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଯେଉଁ କାର୍ଯ୍ୟ ନକରିବା କଥା, ସେହି କାର୍ଯ୍ୟରେ ତାଙ୍କର ଆଗ୍ରହ ବେଶି ଦେଖାଯାଉଛି । ରଥଯାତ୍ରାର ସୁନାବେଶ ଦିନ ଗଣମାଧ୍ୟମରେ ଟ୍ରାଫିକ ବିଭାଗର ମୁଖ୍ୟଙ୍କ ପରି ସେ ବିବୃତି ଦେଉଥିଲେ, ଯାହା ମୁଖ୍ୟ ଶାସନ ସଚିବଙ୍କ ପାଖରେ ଶୋଭା ପାଏନି । ମୁଖ୍ୟ ଶାସନ ସଚିବ ନିଜର ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ । ଯାହା ଖବର ଅଛି, ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମିଳିବା ପରେ ତାହା ବର୍ତ୍ତମାନ ସାଧାରଣ ପ୍ରଶାସନ ବିଭାଗର ସଚିବ ସୁରେନ୍ଦ୍ର କୁମାରଙ୍କ ପାଖରେ ପଡି ରହିଛି । ସୁରେନ୍ଦ୍ର କୁମାର କିନ୍ତୁ ଏହାକୁ ଚାପି ରଖି ବସିଛନ୍ତି ।"

ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀ ଜଣେ ସଚିବଙ୍କର ଚାଟୁକାରିତା କରୁଥିବା ଅଭିଯୋଗ କରି ସତ୍ୟବ୍ରତ କହିଛନ୍ତି, "ବିଜେଡି ବିଧାୟକ, ସାଂସଦ ଏବଂ ଜନ ପ୍ରତିନିଧିମାନେ କଣ ଗୌଣ ହୋଇଗଲେ କି ? ମୁଖ୍ୟମନ୍ତ୍ରୀ ଆଉ କଣ ଜନ ପ୍ରତିନିଧି ମାନଙ୍କୁ ବିଶ୍ଵାସ କରିପାରୁନାହାନ୍ତି କି ? ସଚିବଙ୍କ ପାଇଁ ଚେୟାର ପକାଇବା କେବଳ ମନ୍ତ୍ରୀ ଓ ସାଂସଦ ମାନଙ୍କର କାମ ବୋଲି ଲୋକମାନେ କହିଲେଣି । 5T ସଚିବଙ୍କ ପାଇଁ କେତେ ଲୋକ ଆଣିବେ କେମିତି ପରିଚାଳନା କରିବେ ସେଥିପାଇଁ ବିଜେଡି ତାର ନେତା ମାନଙ୍କୁ ଦାୟିତ୍ବ ଦେଉଛି । ଏଥିପାଇଁ ସେମାନଙ୍କୁ ପାଣ୍ଠି ଯୋଗାଉଛି ଦଳ ।"

ଏହା ମଧ୍ୟ ପଢ଼ନ୍ତୁ...ସ୍ବାଭିମାନ ଥିଲେ ବିଜେଡି ନେତା 5T ସଚିବଙ୍କୁ ସମର୍ଥନ କରନ୍ତେନି: ପୃଥ୍ବୀରାଜ

ସେହିପରି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତା ଜଣେ ସରକାରୀ ଅଫସିରଙ୍କ ସୁରକ୍ଷା ପାଇଁ ବାହାରିବା ଦୁର୍ଭାଗ୍ୟ ଜନକ ସେ କହିଛନ୍ତି । ସେ ଆହୁରି କହିଛନ୍ତି, "ଦେବୀ ମିଶ୍ର ମଧ୍ୟ ଅଫିସରଙ୍କ ସୁରକ୍ଷାରେ ବାହାରିବା ପୂର୍ବରୁ ନିଜ ବିବେକକୁ ନିଜେ ଥରେ ପଚାରନ୍ତୁ । ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ମିଶ୍ର ବୋଧହୁଏ ନିଜକୁ ରାଜନୀତିରେ ବଞ୍ଚାଇ ରଖିବା ପାଇଁ ସଚିବଙ୍କ ସପକ୍ଷରେ ଯୁକ୍ତି ବାଢିବା ପାଇଁ ବାଧ୍ୟ ହେଉଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯଦି ବିଭିନ୍ନ ଅଞ୍ଚଳକୁ ଯାଇ ଜିଲ୍ଲାର ବିକାଶ ଓ ସମସ୍ୟା ବୁଝିବେ, ତେବେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ମାନଙ୍କ ଭୂମିକା କଣ ? କଣ ବ୍ୟକ୍ତିଗତ ସଚିବଙ୍କ ଗସ୍ତର ପୂର୍ବ ପ୍ରସ୍ତୁତି କରାଇବା ସେମାନଙ୍କ ଦାୟିତ୍ବ ? ଚେୟାର ପକାଇବା ନା ମଞ୍ଚ ବାନ୍ଧିବା ?" ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହାର ଉତ୍ତର ରଖିବାକୁ ବିଜେପି ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.