ETV Bharat / state

War of Words: ଜୁନିୟର ମହାରଥୀଙ୍କୁ ସିଧା ଜବାବ ଦେଲେ ସୂରଜ ସୂର୍ଯ୍ୟବଂଶୀ

author img

By

Published : Feb 22, 2023, 10:11 PM IST

ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ଏହି ଅଭିଯୋଗର ସ୍ପଷ୍ଟ ଓ ସିଧା ଜବାବ ଦେଇଛନ୍ତି ଯୁବ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ । ସୂରଜ ତୁରନ୍ତ ବିଧାନସଭା ପରିସରରେ କହିଛନ୍ତି, ‘‘ପଦ୍ମପୁର ଉପନିର୍ବାଚନ ବେଳେ ଯଦି ନବ ଦାସଙ୍କୁ ଧମକ ମିଳୁଥିଲା ସେତେବେଳେ ତାଙ୍କ ଦଳୀୟ ସଭାପତିଙ୍କୁ କହିପାରିଥାଆନ୍ତେ ?" ଅଧିକ ପଢନ୍ତୁ

Etv Bharat
Etv Bharat

ଜୁନିୟର ମହାରଥୀଙ୍କୁ ସିଧା ଜବାବ ଦେଲେ ସୂରଜ ସୂର୍ଯ୍ୟବଂଶୀ

ଭୁବନେଶ୍ବର: ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ଜବାବ । ଚର୍ଚ୍ଚାରେ ଏବେ ଏହି ଦୁଇ ଯୁବ ବିଧାୟକଙ୍କ ଅଭିଯୋଗ ପ୍ରତିଅଭିଯୋଗ । ଉଭୟ ବିଧାୟକ ନିଜ ନିଜ ଦଳର ସୁରକ୍ଷା ପାଇଁ ନିଜ ନିଜ ସ୍ତରରେ ଲଢେଇ କରୁଛନ୍ତି । ଆଜି ନବ ଦାସ ହତ୍ୟାକାଣ୍ଡକୁ ନେଇ ବିଜେଡି ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଗତକାଲି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଣିଥିବା ଅଭିଯୋଗକୁ ବଳ ଯୋଗାଇଥିଲେ ।

ରୁଦ୍ର ପ୍ରତାପ ଆଜି ବିଧାନସଭା ପରିସରରେ କହିଥିଲେ, ‘‘ପଦ୍ମପୁର ଉପନିର୍ବାଚନ ବେଳେ ଯେତେବେଳେ ସେ ପଦ୍ମପୁର ଦାୟିତ୍ବରେ ଥିଲେ, ସେତେବେଳେ ନବ ଦାସ ତାଙ୍କୁ କହିଥିଲେ ଯେ ଉପନିର୍ବାଚନକୁ ନ ଆସିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ତାଙ୍କୁ(ନବ) ଙ୍କୁ ଧମକ ଦେଇଥିଲେ ।’’ ରୁଦ୍ର ବିସ୍ତୃତ ଭାବେ କହିଥିଲେ କି ପଦ୍ମପୁର ଉପନିର୍ବାଚନ ବେଳେ ପ୍ରତ୍ୟେକ ଦିନ ସଂଧ୍ୟାରେ ନିର୍ବାଚନକୁ ନେଇ ଦଳୀୟ ନେତା ମାନଙ୍କ ବୈଠକ ବସୁଥିଲା । ସେହି ବୈଠକ ବେଳେ ନବ ଦାସ ତାଙ୍କୁ କହିଥିଲେ ଧର୍ମେନ୍ଦ୍ର ପ୍ରଧାନ ବିଶେଷ କରି ଜୟ ମିଶ୍ର ଧମକ ଦେଉଛନ୍ତି । କିନ୍ତୁ ନବ ଦାସ କୌଣସି ଧକମକୁ ଖାତିର ନକରି ନିର୍ବାଚନର ନେତୃତ୍ବ ନେଇଥିଲେ । ଆଉ ଦଳକୁ ବୃହତ ବିଜୟ ଭେଟି ଦେଇଥିଲେ ।

ଏହାବି ପଢନ୍ତୁ- Naba Das Murder Case:କୋର୍ଟ ମନିଟର୍ଡ କହି ଭୂଆଁ ବୁଲାଉଛନ୍ତି ସରକାର : ପୀତାମ୍ବର ଆଚାର୍ଯ୍ୟ

ରୁଦ୍ର କହିଛନ୍ତି ଯେହେତୁ ଜୟ ମିଶ୍ର ଜଣେ ଅପରାଧୀ ବ୍ୟକ୍ତି ଓ ସେ ନବ ଦାସଙ୍କୁ ଧମକ ଦେଇଥିଲେ, ତେଣୁ ତାଙ୍କ ହତ୍ୟା ପଛରେ ଜୟ ନାରାୟଣ ମିଶ୍ରଙ୍କ ସମ୍ପୃକ୍ତି ଅଛି କି ନାହିଁ ତଦନ୍ତ ହେଉ । ରୁଦ୍ର ଦାବି କରିଛନ୍ତି ନବ ଦାସ ହତ୍ୟାକାଣ୍ଡରେ ଜୟ ନାରାୟଣ ଓ ଧର୍ମେନ୍ଦ୍ରଙ୍କ ସମ୍ପୃକ୍ତି ଥାଇପାରେ । ତେଣୁ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।

ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ଏହି ଅଭିଯୋଗର ସ୍ପଷ୍ଟ ଓ ସିଧା ଜବାବ ଦେଇଛନ୍ତି ଯୁବ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ । ସୂରଜ ତୁରନ୍ତ ବିଧାନସଭା ପରିସରରେ କହିଛନ୍ତି, ‘‘ ପଦ୍ମପୁର ଉପନିର୍ବାଚନ ବେଳେ ଯଦି ନବ ଦାସଙ୍କୁ ଧମକ ମିଳୁଥିଲା ସେତେବେଳେ ତାଙ୍କ ଦଳୀୟ ସଭାପତିଙ୍କୁ କହିପାରିଥାଆନ୍ତେ ? ସେହି ସମୟରେ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିପାରିଥାନ୍ତେ କିମ୍ବା ପୋଲିସରେ ଅଭିଯୋଗ କରିପାରିଥାନ୍ତେ । କିନ୍ତୁ କଲେ ନାହିଁ କାହିଁକି ।"

ଏହାବି ପଢନ୍ତୁ- Odisha Assembly: ଅଟଳ ବିରୋଧୀ, ଅଚଳ ବିଧାନସଭା

ସେହିପରି ସୂରଜ କହିଛନ୍ତି ଯଦି ନବ ବାବୁ ରୁଦ୍ର ଭାଇଙ୍କୁ ଏକଥା କହିଥିଲେ? ରୁଦ୍ର ଭାଇ କାହିଁକି ସେତେବେଳେ ନିର୍ବାଚନ କମିଶନରଙ୍କ ପାଖକୁ ଗଲେ ନାହିଁ? କାହିଁକି ଆଇନର ଆଶ୍ରୟ ନେଲେ ନାହିଁ? ଉପନିର୍ବାଚନ ସମୟର କଥା ବର୍ତ୍ତମାନ କାହିଁକି କୁହାଯାଉଛି? ସୂରଜ ଜବାବ ଦେଇ କହିଛନ୍ତି ନବ ଦାସଙ୍କର ଯେଉଁ ସରକାରୀ ପ୍ରାୟୋଜିତ ହତ୍ୟା ହୋଇଛି ଯେଉଁ ପ୍ରାୟୋଜିତ କରାଯାଇଛି ସେହି ଇସ୍ୟୁକୁ ଡାଇଭର୍ଟ ପାଇଁ ଏହି ପ୍ରହେଳିକା ଶାସକ ଦଳ ପକ୍ଷରୁ ସୃଷ୍ଟି କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.