ETV Bharat / state

'ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାଦାଗିରି କଲାଭଳି ହେଲିକପ୍ଟରରେ ବୁଲୁଛନ୍ତି'

author img

By ETV Bharat Odisha Team

Published : Sep 5, 2023, 7:37 PM IST

Updated : Sep 5, 2023, 8:02 PM IST

୫T ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ପୁଣି ଟାର୍ଗେଟ । ବିଜେପି ବିଧାୟକ ନାଉରୀ ନାଏକ କହିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାଦାଗିରି କଲାଭଳି ହେଲିକପ୍ଟରରେ ବୁଲୁଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

'ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାଦାଗିରି କଲାଭଳି ହେଲିକପ୍ଟରରେ ବୁଲୁଛନ୍ତି'

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ହେଲିକପ୍ଟରରେ ଓଡ଼ିଶା ଗସ୍ତକୁ ନେଇ ବଢୁଛି ବିବାଦ। ଉଭୟ ବିଜେପି ଏବଂ କଂଗ୍ରେସ ଏହାକୁ ବିରୋଧ କରୁଛନ୍ତି । ଏହାକୁ ନେଇ ପୁଣି ଆଜି ବିଜେପି ବିଧାୟକ ନାଉରୀ ନାୟକ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅଗଣତାନ୍ତ୍ରିକ ଭାବେ ଦାଦାଗିରି କଲାଭଳି ହେଲିକପ୍ଟରରେ ବୁଲୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଗୁଆ ନିର୍ବାଚନ ପ୍ରଚାର ଲାଗି ଏପରି କରୁଥିବା ଅଭିଯୋଗ ଆଣିଛନ୍ତି ବିଧାୟକ ।

କିଛିଦିନ ତଳେ ବିଜେପି ସାମ୍ବାଦିକ ସମ୍ମିଳନୀ କରି 5T ସଚିବଙ୍କ ହେଲିକପ୍ଟର ଗସ୍ତର ତଥ୍ୟ ଆରଟିଆଇ ରିପୋର୍ଟ ଅନୁସାରେ ବିଜେପି ଅଭିଯୋଗ ଆଣିଥିଲା । ଏହି ପ୍ରସଙ୍ଗରେ କଂଗ୍ରେସ ବି ସମାଲୋଚନା କରିଥିଲା । ରାଜ୍ୟବାସୀ ଏହାକୁ ଗ୍ରହଣ କରିବେ ନାହିଁ ବୋଲି କଂଗ୍ରେସ କହିଥିଲା । ଏହାକୁ ନେଇ ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅଗଣତାନ୍ତ୍ରିକ ଭାବେ ଦାଦାଗିରି କଲାଭଳି ହେଲିକପ୍ଟରରେ ବୁଲୁଛନ୍ତି । ଯେତେବେଳେ ବିରୋଧୀ ପ୍ରଶ୍ନ ଉଠାଉଛନ୍ତି, ସେତେବେଳେ ଜଣେ ସଚିବଙ୍କ ପାଇଁ ଜଣେ ମନ୍ତ୍ରୀ ଉତ୍ତର ରଖୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।"

ଏହା ବି ପଢନ୍ତୁ-5T Secretary Issue: ପାଣ୍ଡିଆନଙ୍କ ସୁରକ୍ଷାରେ ମୁଖ୍ୟମନ୍ତ୍ରୀ ! ସଂସଦରେ ପ୍ରସଙ୍ଗ ଉଠାଇବ କଂଗ୍ରେସ

ସେ ଆହୁରି କହିଛନ୍ତି, " ମନ୍ତ୍ରୀଙ୍କ କଥାରେ ମଧ୍ୟ ସତ୍ୟତା ନାହିଁ, ଏ ସରକାର କେମିତି ଚାଲିଛି ସାଢେ ୪ କୋଟି ଓଡ଼ିଆ ଜାଣିଛନ୍ତି । ମନ୍ତ୍ରୀ କହୁଛନ୍ତି 50 କୋଟି ଖର୍ଚ୍ଚ ହୋଇଛି, ଏପଟେ ଆରଟିଆଇ ଉତ୍ତରରେ ଆସିଛି ବିଭାଗ ପାଖେ ତଥ୍ୟ ନାହିଁ । ଜଣେ ସଚିବ ଲାଗି ମନ୍ତ୍ରୀ ଅଣ୍ଟା ଭିଡ଼ି ବାହାରିବା ଦୁର୍ଭାଗ୍ୟଜନକ । ବିଭାଗ ପାଖରେ ଯଦି ତଥ୍ୟ ନାହିଁ ମନ୍ତ୍ରୀ କଣ ତାଙ୍କ ଘରେ ରଖି ହିସାବ କରୁଥିଲେ କି ? ତଥ୍ୟ କେଉଁଠୁ ଆଣିଲେ ? ଏହା ଲୋକଙ୍କୁ ଭୁଆଁ ବୁଲାଇବାକୁ ପ୍ରହସନ କରୁଛନ୍ତି।" ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟସାରା ବୁଲୁଥିଲେ ଏବଂ ଚର୍ଚ୍ଚା ବି ହେଉଥିଲା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଗୁଆ ବିଧାନସଭା ନିର୍ବାଚନ କରିବେ ।

ଏନେଇ ବିଧାୟକ ନାଉରୀ କହିଛନ୍ତି, "ବ୍ୟକ୍ତିଗତ ଭାବେ ଅନେକ ବିଜେଡି ନେତା ଆମ ସହିତ ଆଲୋଚନା କରିଛନ୍ତି, ଦଳ ପକ୍ଷରୁ ତାଙ୍କୁ ଆଗୁଆ ନିର୍ବାଚନ ଲାଗି ପ୍ରସ୍ତୁତ ହେବାକୁ କୁହାଯାଇଛି । ତାଙ୍କ ମତ ଦିନକୁ ଗୋଟେ ହୋଇପାରେ, କିନ୍ତୁ ସେଥିରେ ବିଜେପି ବିଚଳିତ ନୁହେଁ । ବିରୋଧୀ ଦଳ ଭାବେ ଲୋକଙ୍କ ପାଖକୁ ଯିବୁ, ଏ ସରକାରରେ ମୁଖ୍ୟମନ୍ତ୍ରୀ ନିଜେ କିଛି କରିପାରୁନାହାନ୍ତି । କୌଣସି ନିଷ୍ପତ୍ତି ନେଇ ପାରୁନାହାନ୍ତି । ଶାସନ ଚଳାଇବାରେ ମଧ୍ୟ ସମର୍ଥ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ କେଉଁ ଦୁର୍ବଳତା କାରଣରୁ ଜଣେ ସଚିବ ଯାହା କହୁଛନ୍ତି ସେଥିରେ ସେ ଉଠବସ ହେଉଛନ୍ତି, ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି । ତାଙ୍କ ନେତାମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାର ସାହସ ନାହିଁ । ରାଜ୍ୟବାସୀ ଦେଖୁଛନ୍ତି ଉଚିତ ସମୟରେ ଜବାବ ଦେବେ ।"

ନିର୍ବାଚନ ଲାଗି ବିଜେପି ସବୁବେଳେ ପ୍ରସ୍ତୁତ, ସାଙ୍ଗଠନିକ କାର୍ଯ୍ୟ ଚାଲିଛି । ଆମର ଏବେ କୋର୍ କମିଟି ବୈଠକ ସରିଲା। ଏହି ବୈଠକରେ ଅନେକ କଥା ଆଲୋଚନା ହୋଇଥିଲା। 2024 ପାଇଁ ଆମେ କିପରି ଜିତିବୁ ଏବଂ ଓଡ଼ିଶାରେ ବିଜେପି ସରକାର ଆଣିବା ପାଇଁ ଆମେ ପ୍ରସ୍ତୁତ ହେଉଛୁ। ସବୁ ପଞ୍ଚାୟତରେ ଆନ୍ଦୋଳନ ଚାଲିଛି । ନିର୍ବାଚନ ଲାଗି ବିଜେଡି ଏବେ ପ୍ରଶିକ୍ଷଣ ଦେଉଛି, କିନ୍ତୁ ବିଜେପି ନିରନ୍ତର ଭାବେ ପ୍ରଶିକ୍ଷଣ ଦେଇଥାଏ । ଗତଥର ଲୋକଙ୍କୁ ବୁଝାଇ ପାରିନଥିଲୁ କିନ୍ତୁ ଏଥର ଲୋକମାନେ ବୁଝିସାରିଲେଣି ଏବଂ ଆମେ ସଫଳ ହେବୁ। ସାଧାରଣ ନିର୍ବାଚନରେ ଆମେ ଭଲ ରେଜଲ୍ଟ କରିବୁ ବୋଲି କହିଛନ୍ତି ବିଧାୟକ ନାଉରୀ ନାଏକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 5, 2023, 8:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.