ETV Bharat / state

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ

author img

By

Published : Mar 6, 2023, 10:44 PM IST

ଜୟ କହିଛନ୍ତି ବିଜେପି କର୍ମୀଙ୍କୁ ଆନ୍ଦୋଳନ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଗିରଫ କରାଯାଇଛି । ଏବିଭିପିର ଦୁଇ ଜଣ ଛାତ୍ର ନେତାଙ୍କୁ ମଧ୍ୟ ଗିରଫ କରିବାକୁ ନେଇ ନିନ୍ଦା କରିଛନ୍ତି ଜୟନରାୟଣ । ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଛି । ଅଧିକ ପଢନ୍ତୁ

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ବିଧାୟକ
ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ବିଧାୟକ

ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ ଦଳ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଭେଟିଲା ବିଜେପି ଟିମ । ରାଜ୍ୟପାଳଙ୍କୁ ସାକ୍ଷାତପରେ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।

ଜୟ କହିଛନ୍ତି ବିଜେପି କର୍ମୀଙ୍କୁ ଆନ୍ଦୋଳନ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଗିରଫ କରାଯାଇଛି । ଏବିଭିପିର ଦୁଇ ଜଣ ଛାତ୍ର ନେତାଙ୍କୁ ମଧ୍ୟ ଗିରଫ କରିବାକୁ ନେଇ ନିନ୍ଦା କରିଛନ୍ତି ଜୟନରାୟଣ । ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଛି । ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଗଲା । ମମିତା ମେହେର ଓ ମାହାଙ୍ଗା ଡବଲ ମର୍ଡର ଭଳି ବିଭିନ୍ନ ଘଟଣାରେ ବିଜେଡ଼ି ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛି ବିଜେପି। ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି । 2022ରେ 1379ଟି ହତ୍ୟାକାଣ୍ଡ ଓ 3184 ଟି ଦୁଷ୍କର୍ମ ରାଜ୍ୟରେ ଘଟିଛି । ରାଜ୍ୟରେ ପୋଲିସ ଶାସକ ଦଳ ପାଇଁ କାମ କରୁଛି। ରାଜ୍ୟରେ ପୋଲିସ ଏଫଆଇଆର ରଖୁନାହିଁ, କୋର୍ଟ ନିର୍ଦ୍ଦେଶ ଦେଲେ ପୋଲିସ ଏଫଆଇଆର ରଖୁଛି।

ସେହିପରି ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ ବେଳେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ଓ ଷଡ଼ଯନ୍ତ୍ର ହୋଇଥିଲା । ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଅଛନ୍ତି । ଓଡିଶା ସରକାର ଅହଙ୍କାର ଚରମ ସୀମାରେ । ବିରୋଧୀ ଦଳଙ୍କୁ ଭୂମିକା ନିର୍ବାହନ ସମୟରେ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ସରକାର । ଏହା ଏକ ଛତ୍ରବାଦ ଶାସନର ପରିଚୟ । ସରକାର ଦମନ ମୂଳକ ନୀତି କରୁଛନ୍ତି । ଭୟଙ୍କର ସ୍ଥିତିରେ ଓଡ଼ିଶାର ଆଇନ ଶୃଙ୍ଖଳା । ମହିଳା ନିର୍ଯାତନାରେ ଓଡିଶା ସବୁଠୁ ଆଗରେ । ପୋଲିସର ଅକ୍ଷମତା କାରଣରୁ ଲୋକ ଥାନାକୁ ଯିବାକୁ ଡ଼ରୁଛନ୍ତି । ରାଜ୍ୟ ସରକାର ଆଇନଶୃଙ୍ଖଳା ସମ୍ଭାଳିବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ବିଜେଡ଼ିର ଲୋକମାନେ ବିଭିନ୍ନ ଅପରାଧରେ ସାମିଲ ଅଛନ୍ତି । ନବ ଦାସ ହତ୍ୟାର ମୋଟିଭ ଜଣା ପଡୁନାହିଁ କହି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ଜୟ ନାରାୟଣ ମିଶ୍ର । ନବଦାସ ହତ୍ୟାକାଣ୍ଡ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ବିଜେପି ବିଧାନସଭାରେ ମଧ୍ୟ ଉଠାଇଥିଲା । ବିରୋଧୀ ଦଳ ନେତାଙ୍କ ଶାଣିତ ଆକ୍ରମଣ ବିଧାନସଭାରେ ମଧ୍ଯ ସରକାରଙ୍କ ଚିନ୍ତା ବଢାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.