ETV Bharat / state

ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

author img

By ETV Bharat Odisha Team

Published : Jan 16, 2024, 8:48 PM IST

BJP complains to Chief Electoral Officer : ନିର୍ବାଚନ କମିଶନଙ୍କ ସୁପାରିଶକୁ ରାଜ୍ୟ ସରକାର କାର୍ଯ୍ୟକାରି ନକରିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ । ୩ ବର୍ଷ ରୁ ଅଧିକ ସମୟ ଧରି ଗୋଟାଏ ପଦବୀରେ ଥିବା ସରକାରୀ ଅଧିକାରୀଙ୍କୁ ବଦଳ କରିବା ପାଇଁ କରିଥିଲେ ସୁପାରିଶ । ଅଧିକ ପଢନ୍ତୁ

ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି
ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି
ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ବର : ଆଗାମୀ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଠାରୁ ସରଗରମ ହେବାକୁ ଲାଗିଛି । ନିର୍ବାଚନ କମିଶନଙ୍କ ସୁପାରିଶକୁ ରାଜ୍ୟ ସରକାର କାର୍ଯ୍ୟକାରି ନକରିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ୩ ବର୍ଷ ରୁ ଅଧିକ ସମୟ ଧରି ଗୋଟାଏ ପଦବୀରେ ଥିବା ସରକାରୀ ଅଧିକାରୀଙ୍କୁ ବଦଳ କରିବା ପାଇଁ ନିର୍ବାଚନ କମିଶନ ଏନେଇ ରାଜ୍ୟ ସରକାରଙ୍କୁ ଡିସେମ୍ବର ୧ ରେ ଚିଠି କରିଥିଲେ । ଜାନୁଆରୀ ୩୧ ଶେଷ ତାରିଖ ଥିବା ସତ୍ତ୍ବେ ମଧ୍ୟ ଏ ଯାଏଁ ରାଜ୍ୟ ସରକାର ସେ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ନାହଁନ୍ତି କିମ୍ବା କୌଣସି ପ୍ରକ୍ରିୟା ଆରମ୍ଭ କରି ନାହାଁନ୍ତି ।

ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ଦାୟିତ୍ବ ହେଉଛି ନିର୍ବାଚନ କମିଶନଙ୍କର ଏବଂ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟିତ୍ବ ହେଉଛି ରାଜ୍ୟ ସରକାରଙ୍କର । ଅତୀତରେ ଅବସ୍ଥାପିତ ଥିବା ଜିଲ୍ଲା ତଥା ବ୍ଲକରେ ସରକାରୀ ଅଧିକାରୀମାନେ ପୁନଃ ଅବସ୍ଥାପିତ ହୋଇପାରିବେ ନାହିଁ । ଏପରିକି ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ସରକାରୀ ଅଧିକାରୀମାନେ ନିଜ ନିଜ ଗୃହ ଜିଲ୍ଲାରେ ମଧ୍ୟ ଅବସ୍ଥାପିତ ହୋଇପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ଗତ ୨୦୨୩ ଡିସେମ୍ବର ୨୧ତାରିଖ ଦିନ ଜାତୀୟ ମୁଖ୍ୟ ନିର୍ବାଚନ କମିଶନ ଏକ ନିର୍ଦ୍ଦେଶାନାମା ଜାରି କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ରୂପାନ୍ତିକରଣ ହିସାବ ମାଗିଲେ ଧର୍ମେନ୍ଦ୍ର, କହିଲେ ଦିନରେ ଲଣ୍ଠନ ଦେଖାଉଛନ୍ତି ସରକାର

ନିର୍ଦ୍ଦେଶ ଜାରି ହେବାର ପାଖାପାଖି ମାସେ ବିତିବାକୁ ଗଲାଣି, କିନ୍ତୁ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଲେ ନାହିଁ । ରାଜ୍ୟରେ ୧୦ ଜିଲ୍ଲାରେ ଜିଲ୍ଲାପାଳ ମାନେ ୩ ବର୍ଷରୁ ଅଧିକ ସମୟ ଧରି ଜିଲ୍ଲାରେ ରହିଛନ୍ତି । ସେହିପରି ଏକାଧିକ ଆଇଏଏସ ଏବଂ ଆଇପିଏସ ମଧ୍ୟ ଲମ୍ବା ସମୟ ଧରି ଗୋଟିଏ ପଦବୀରେ ରହିଛନ୍ତି । ଉଦାହରଣ ସ୍ବରୂପ ୨୦୧୮ ମସିହା ଜାନୁଆରୀ ୧୯ ରୁ ଆଶିଷ ଠାକରେ କେନ୍ଦୁଝର ଜିଲ୍ଲାପାଳ ଭାବେ, ୨୦୧୮ ମସିହା ଏପ୍ରିଲ ୨୧ ତାରିଖରୁ ବିନିତ ଭରଦ୍ବାଜ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଆସୁଛନ୍ତି । ଏପରି ଆହୁରି ଅନେକ ଅଧିକାରୀ ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି ।

ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଥିବାରୁ ରାଜ୍ୟ ସରକାର ଜାଣିଶୁଣି ସେମାନଙ୍କୁ ବଦଳି କରୁନାହାନ୍ତି । ଏହା ଦ୍ବାରା ଅବାଧ ଓ ନିରପେକ୍ଷ ନିର୍ବାଚନ ଅସମ୍ଭବ । ଅନ୍ୟ ପଟେ ସରକାରୀ ଅଧିକାରୀମାନେ ନିଜ କର୍ତବ୍ୟ ଓ ଦାୟିତ୍ବ ଭୁଲି ଯାଇ ଏଭଳି ଅପରାଧିକ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅବିଶ୍ବସନୀୟ । ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ପରିଚାଳନା ଦାୟିତ୍ବରେ ସରକାରୀ ଅଧିକାରୀମାନେ ଶାସକ ବିଜେଡିର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.