ETV Bharat / state

ଝାରସୁଗୁଡାରେ ଧାମନଗର ବିଜୟର ପୁନରାବୃତ୍ତି ହେବ: ମୋହନ ମାଝୀ

author img

By

Published : Apr 2, 2023, 7:00 AM IST

ମୋହନ କହିଛନ୍ତି କି, ଝାରସୁଗୁଡା ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଲଢେଇ ଜୋରଦାର ହେବ । ଖୁବ ଶୀଘ୍ର ବିଜେପି ତାର ପ୍ରାର୍ଥୀ ଘୋଷଣା କରିବ । ଦଳ ପକ୍ଷରୁ ଏହାକୁ ନେଇ କମିଟି ଗଠନ କରାଯାଇଛି । ଅଧିକ ପଢନ୍ତୁ

ଧାମନଗର ବିଜୟର ପୁନରାବୃତ୍ତି ହେବ ଝାରସୁଗୁଡାରେ: ମୋହନ ମାଝୀ
ଧାମନଗର ବିଜୟର ପୁନରାବୃତ୍ତି ହେବ ଝାରସୁଗୁଡାରେ: ମୋହନ ମାଝୀ

ଧାମନଗର ବିଜୟର ପୁନରାବୃତ୍ତି ହେବ ଝାରସୁଗୁଡାରେ: ମୋହନ ମାଝୀ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଲଢେଇ ଜୋରଦାର ହେବ । ଝାରସୁଗୁଡାରେ ବିଜେପିର ସଙ୍ଗଠନ ଅଛି, ଭୋଟ ଅଛି, ଭିତ୍ତିଭୂମି ଅଛି । ଖୁବ ଶୀଘ୍ର ବିଜେପି ତାର ପ୍ରାର୍ଥୀ ଘୋଷଣା କରିବ । ଦଳ ପକ୍ଷରୁ ଏହାକୁ ନେଇ କମିଟି ଗଠନ କରାଯାଇଛି । ଯୋଗ୍ୟ ପ୍ରାର୍ଥୀ ଉପରେ କମିଟି ମୋହର ମାରିବ । ଗତକାଲି ଏପରି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେପି ବିଧାୟକ ମୋହନ ମାଝୀ ।

ମୋହନ କହିଛନ୍ତି କି, ଝାରସୁଗୁଡା ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଲଢେଇ ଜୋରଦାର ହେବ । ଝାରସୁଗୁଡାରେ ବିଜେପିର ସଙ୍ଗଠନ ଅଛି, ଭୋଟ ଅଛି, ଭିତ୍ତିଭୂମି ଅଛି । ଖୁବ ଶୀଘ୍ର ବିଜେପି ତାର ପ୍ରାର୍ଥୀ ଘୋଷଣା କରିବ । ଦଳ ପକ୍ଷରୁ ଏହାକୁ ନେଇ କମିଟି ଗଠନ କରାଯାଇଛି । ଯୋଗ୍ୟ ପ୍ରାର୍ଥୀ ଉପରେ କମିଟି ମୋହର ମାରିବ । ଝାରସୁଗୁଡା ପାଇଁ ସ୍ୱତନ୍ତ୍ର ରଣନୀତି ହେବ । ଧାମନଗରରେ ଦଳ ଯେଉଁଭଳି ଯୋଜନାବଦ୍ଧ ଭାବେ ବାଜିମାତ କରିଥିଲା । ଝାରସୁଗୁଡାରେ ମଧ୍ୟ ଦଳ ସ୍ୱତନ୍ତ୍ର ରାଣନୀତି କରିବ । ବିଜେଡି ସରକାର ବିରୋଧରେ ଭୋଟର ନାରାଜ ଅଛନ୍ତି । ସେମାନେ ବିଜେପି ସପକ୍ଷରେ ଭୋଟ ଦେବେ । ଧାମନଗର ବିଜୟର ପୁନରାବୃତ୍ତି ହେବ । ଝାରସୁଗୁଡାରେ ବିଜେପି ସପକ୍ଷରେ ରାୟ ଆସିବ ।

ଏହା ପଢନ୍ତୁ: Jharsuguda By Poll: ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ

ଜାନୁଆରୀ 29 ତାରିଖରେ ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ଝାରସୁଗୁଡ଼ା ଆସନ ଖାଲି ପଡିଥିଲା । ଗତ 29 ତାରିଖରେ ନିର୍ବାଚନ ଆୟୋଗ ଏହି ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି । ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

ଏହା ମଧ୍ୟ ପଢନ୍ତୁ: Dipali Das Reaction: ବାପାଙ୍କ ସ୍ବପ୍ନ ପୂରଣ କରିବି କହିଲେ ଦିପାଳୀ ଦାସ

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ବିଧାନସଭା ଆସନରେ ତତ୍କାଳୀନ ମନ୍ତ୍ରୀ ନବ ଦାସ ତିନିଥର ନିର୍ବାଚିତ ହୋଇଥିଲେ । ଦୁଇଥର କଂଗ୍ରେସରୁ ବିଜୟ ହୋଇଥିଲେ 2019ରେ ବିଜେଡିରୁ ଜିତି ମନ୍ତ୍ରୀ ହୋଇଥିଲେ । ବିଜେଡି ପୁଣି ଭରସା କରିଛି ତାଙ୍କ ଝିଅ ଦୀପାଳୀ ଉପରେ । ବିଜେପି କଂଗ୍ରେସ କାହାକୁ ଟିକେଟ ଦେବ ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.