ETV Bharat / state

ଜଗନ୍ନାଥଙ୍କୁ ନେଇ ବିଜେପି ଏତେ ଅସହିଷ୍ଣୁତା କାହିଁକି ?: ଦେବୀ ପ୍ରସାଦ

author img

By ETV Bharat Odisha Team

Published : Jan 16, 2024, 10:29 PM IST

BJD MLA Devi Prasad Mishra: ପରିକ୍ରମା ପ୍ରକଳ୍ପର ଉଦଘାଟନକୁ ନେଇ ଅଭିଯୋଗ ଆଣିଛି ବିଜେପି । ଜଗନ୍ନାଥଙ୍କୁ ନେଇ ବିଜେପି ଏତେ ଅସହିଷ୍ଣୁତା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ । ଅଧିକ ପଢ଼ନ୍ତୁ

ଦେବୀ ପ୍ରସାଦ
ଦେବୀ ପ୍ରସାଦ
ଦେବୀ ପ୍ରସାଦ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନର ପୂର୍ବ ଦିନରେ ମଧ୍ୟ ବିବାଦ ଲାଗି ରହିଛି । ପ୍ରକଳ୍ପକୁ ନେଇ ଅଭିଯୋଗ ଆଣିଛି ବିଜେପି । ଏନେଇ ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ । ଜଗନ୍ନାଥଙ୍କୁ ନେଇ ବିଜେପି ଏତେ ଅସହିଷ୍ଣୁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, "ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ପ୍ରତ୍ୟେକ ଓଡ଼ିଆଙ୍କ ପରିଚୟ ଓ ପ୍ରାଣ କେନ୍ଦ୍ର । ମହାପ୍ରଭୁ ଆମ ଆତ୍ମା ଓ ସବୁ କିଛି । ତେଣୁ ଶ୍ରୀ ଜଗନ୍ନାଥଙ୍କର ଇଚ୍ଛାରେ ଅଭିନବ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କ ପାଇଁ ହେଉଛି । ପରିକ୍ରମା ପ୍ରକଳ୍ପ ଆସନ୍ତାକାଲି ଲୋକାର୍ପଣ ହେଉଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହାର ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟାନ୍ୟ ବରେଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ ଦଳ, ମତ, ବର୍ଣ୍ଣରୁ ଉର୍ଦ୍ଧ୍ବରେ ରହି କାର୍ଯ୍ୟ କରୁଛନ୍ତି । ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ ଅର୍ପଣ ରଥ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଓଡିଶାର ଜନଗଣ ଭାବାବେଗ ସହିତ ସେଠାରେ ଯୋଡି ହୋଇଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ସବୁ ସେହି ଜଗନ୍ନାଥଙ୍କ ଇଚ୍ଛାରେ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ । ଜଗନ୍ନାଥଙ୍କ କୃପାରେ ଓଡିଶା ଶାସନରେ ଜନଗଣଙ୍କ ଦାୟୁତ୍ୱ ନିର୍ବାହ କରୁଛନ୍ତି । ଆମ ସମସ୍ତଙ୍କ ବିଶ୍ବ ପ୍ରସିଦ୍ଧ ଐତିହ କ୍ଷେତ୍ର ପୁରୀର ସଂସ୍କୃତି ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ କାର୍ଯ୍ୟକ୍ରମ ହୋଇଛି । ଶ୍ରଦ୍ଧାଳୁଙ୍କୁ ଅଧିକ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । କେହି କାହାକୁ କପି କରୁଥିବେ ସେ ଜାଣିଥିବେ । ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ହେଉଛି, ସେ ହେଉ । ଶ୍ରୀ ଜଗନ୍ନାଥଙ୍କ କଥା କହି ଯିଏ ବିଜେଡି ପ୍ରତି ଅସହିଷ୍ଣୁ ହେଉଛନ୍ତି ହୁଅନ୍ତୁ । ଜଗନ୍ନାଥଙ୍କୁ ନେଇ ଏତେ ଅସହିଷ୍ଣୁତା କାହିଁକି ?"

ଏହା ମଧ୍ୟ ପଢନ୍ତୁ........ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦଳୀୟ କାର୍ଯ୍ୟକ୍ରମ: ରାଜ୍ୟ ବିଜେପି ସଭାପତି

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଏଥିପାଇଁ ଆସନ୍ତାକାଲି ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.