ETV Bharat / state

International Indigenous Day: ବିଜେଡିର ଆଦିବାସୀ କାର୍ଡ ବନାମ କଂଗ୍ରେସର ପେସା ଆଇନ ଦାବି

author img

By

Published : Aug 9, 2023, 9:57 PM IST

ବିଶ୍ବ ଆଦିବାସୀ ଦିବସରେ ଶଙ୍ଖ ଭବନରେ ଆଦିବାସୀ ସମାବେଶ । ବିଜେଡି ଫୋକସରେ ଆଦିବାସୀ ଭୋଟ । କଂଗ୍ରେସ କହିଲା ଆଦିବାସୀଙ୍କ ପାଇଁ ଥିବା ପେସା ଆଇନ ବିଧାନସଭାକୁ ଆଣ । ଅଧିକ ପଢ଼ନ୍ତୁ

ବିଜେଡିର ଆଦିବାସୀ କାର୍ଡ ବନାମ କଂଗ୍ରେସର ପେସା ଆଇନ ଦାବି
ବିଜେଡିର ଆଦିବାସୀ କାର୍ଡ ବନାମ କଂଗ୍ରେସର ପେସା ଆଇନ ଦାବି

ବିଜେଡିର ଆଦିବାସୀ କାର୍ଡ ବନାମ କଂଗ୍ରେସର ପେସା ଆଇନ ଦାବି

ଭୁବନେଶ୍ବର: ରାଜ୍ୟରେ ବିଜେଡି ବିଜୟର ବଡ଼ ଭୂମିକା ନିଅନ୍ତି ଓଡିଶାରେ ବସବାସ କରୁଥିବା ଜନଜାତି ଭୋଟର । ତେବେ ଆଗକୁ ରହିଛି ସାଧାରଣ ନିର୍ବାଚନ । ଏଥିପାଇଁ ରାଜ୍ୟର ପ୍ରାୟ ୨୨ ପ୍ରତିଶତ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯୋଜନା କରିଛି ବିଜୁ ଜନତା ଦଳ । ବିଶ୍ବ ଆଦିବାସୀ ଦିବସ ପାଳନ ବାହାନାରେ ଭୁବନେଶ୍ବରରେ ହଜାରହଜାର ଆଦିବାସୀଙ୍କୁ ଏକଜୁଟ କରିଛି ବିଜେଡି । ତେବେ ଏଥିରେ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ ଦଳ । ଆଦିବାସୀ ଦିବସ ପାଳନ ସହ ରାଜ୍ୟରେ ପେସା ଆଇନ ଲାଗୁ କରି କଡାକଡ଼ି ପାଳନ କରିବାକୁ ଦାବି କରିଛି କଂଗ୍ରେସ ।

ବିଜେଡି ଫୋକସରେ ଆଦିବାସୀ ଭୋଟ । ଟ୍ରାଇବାଲ ଭୋଟ ନେବାକୁ ଦଳର ଜୋରଦାର ପ୍ରୟାସ । ଏଥିପାଇଁ ବିଜେଡି ଆଜି ପାଳିଛି ଆଦିବାସୀ ଦିବସ । ପାରମ୍ପରିକ ଗୀତରେ ନାଚିଲେ ନେତା ଓ କର୍ମୀ । ଶଙ୍ଖ ଭବନରେ ବିଜେଡି ପାଳିଛି ବିଶ୍ବ ଆଦିବାସୀ ଦିବସ । ଆଦିବାସୀଙ୍କ ପାଇଁ ରାଜ୍ୟ ସରକାର କରିଥିବା ଯୋଜନା ବାବଦରେ ବଖାଣିଛନ୍ତି ବିଜେଡି ନେତା । ସଂଖ୍ୟା ଦୃଷ୍ଟିରୁ ଆଦିବାସୀଙ୍କ ଭୋଟ ଓଡ଼ିଶା ରାଜନୀତିକୁ ବିଶେଷ ଭାବରେ ପ୍ରଭାବିତ କରୁଥିବାରୁ ଏହାକୁ ହାତ ଛଡା କରିବାକୁ ଚାହୁଁନାହିଁ ଶାସକ ବିଜେଡି । ରାଜ୍ୟର ୨୨ ପ୍ରତିଶତ ଆଦିବାସୀ ଭୋଟ ବ୍ୟାଙ୍କ ନିଜ ଆଡ଼କୁ ଆଣିବାକୁ କସରତ କରୁଛି ଦଳ । ବିଶ୍ବ ଆଦିବାସୀ ଦିବସରେ ବିଜେଡି ପକ୍ଷରୁ ହାତକୁ ନିଆଯାଇଛି ବ୍ୟାପକ କାର୍ଯ୍ୟକ୍ରମ ।

ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଆଦିବାସୀଙ୍କୁ ସଂଗଠିତ କରିବା, ତାଙ୍କର ଦାବି ପୂରଣ କରିବା ଓ ବିକାଶ କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଆମେ ସ୍ବାଗତ କରୁଛୁ । ସଂସଦରେ ବିଲ ପାରିତ ହୋଇଛି, ବିଜେପି-ବିଜେଡି ମିଶିକି ଅଛନ୍ତି । କାଲି ପିନାକୀ ମିଶ୍ର ସ୍ପଷ୍ଟ କଲେ । ତେବେ ଆଦିବାସୀଙ୍କ ପାଇଁ ଥିବା ପେସା ଆଇନ ବିଧାନସଭାକୁ ଆଣନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...ଆଦିବାସୀଙ୍କ ବନ୍ଧୁ କେବଳ କଂଗ୍ରେସ: ତାରା

ସେପଟେ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, "ଆଦିବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ଆଣିବାକୁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି । ସେମାନଙ୍କ ଐତିହ, କଳା, ସଂସ୍କୃତି, ପରମ୍ପରାର ସଂରକ୍ଷଣ କରିବା ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି । ସ୍ବତନ୍ତ୍ର ଉନ୍ନୟନ ପରିଷଦ ୨୩ ଜିଲ୍ଲାକୁ ବ୍ୟାପିଲାଣି । ଜିଲ୍ଲାସ୍ତରରେ ଆଦିବାସୀଙ୍କ ସଂସ୍କୃତିକୁ ପୁନରୁଦ୍ଧାର କରିବା ଲାଗି କାର୍ଯ୍ୟକ୍ରମ ହେଉଛି । ଏହାସହ ସେମାନଙ୍କ ପୂର୍ବପୁରୁଷଙ୍କୁ ଉଚିତ ସମ୍ମାନ ମଧ୍ୟ ସରକାର ଦେଉଛନ୍ତି । ଲକ୍ଷ୍ମଣ ନାଏକଙ୍କ ନାଁ'ରେ ମେଡିକାଲ କଲେଜ, ପଣ୍ଡିତ ରଘୁନାଥ ମୂର୍ମୁଙ୍କ ନାଁ'ରେ ମେଡିକାଲ କଲେଜ, ରେଣ୍ଡୋ ମାଝୀଙ୍କ ନାଁ'ରେ ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏଙ୍କ ନାଁ'ରେ ମେଡିକାଲ କଲେଜ, ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ହୋଇଛି । ତେଣୁ ଆଦିବାସୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "କଂଗ୍ରେସ ଦୀର୍ଘ ଦିନ ରାଜ୍ୟରେ କ୍ଷମତାରେ ଥିଲା । କିନ୍ତୁ ସେମାନେ ଆଦିବାସୀଙ୍କ ପାଇଁ କିଛି କରିନାହାନ୍ତି । ବିଜେଡି ସରକାରକୁ ଆସିବା ପୂର୍ବରୁ ଆମ୍ବ ଟାକୁଆ ଖାଇ ଆଦିବାସୀଙ୍କ ଜୀବନ ଯାଉଥିଲା । ଅଖାଦ୍ୟ ଖାଇ ଅପପୁଷ୍ଟିର ଶିକାର ହେଉଥିଲେ । ଆଦିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ମିଳିଛି । ମୂଳରୁ ଆଦିବାସୀମାନେ ବିଜେଡି ସହିତ ଅଛନ୍ତି । ଆଗକୁ ରହିବେ । କାରଣ ସେମାନେ ଜାଣିଛନ୍ତି ବିଜେଡି ସରକାର ସେମାନଙ୍କ ପାଇଁ କଣ କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.