ETV Bharat / state

ଆଦିବାସୀଙ୍କ ବନ୍ଧୁ କେବଳ କଂଗ୍ରେସ: ତାରା

author img

By

Published : Aug 9, 2023, 9:37 PM IST

ବିଶ୍ବ ଆଦିବାସୀ ଦିବସରେ ଆଦିବାସୀଙ୍କୁ ନିଜର କରିବାକୁ ରାଜନୈତିକ ବୟାନବାଜି । ବିଜେଡି ଓ ବିଜେପି କହିଲେ ଆଦିବାସୀ ଆମର । କଂଗ୍ରେସ କହିଲା ଆଦିବାସୀଙ୍କ ବନ୍ଧୁ କେବଳ କଂଗ୍ରେସ । ଅଧିକ ପଢ଼ନ୍ତୁ

ଆଦିବାସୀଙ୍କ ବନ୍ଧୁ କେବଳ କଂଗ୍ରେସ କହିଲେ ତାରା
ଆଦିବାସୀଙ୍କ ବନ୍ଧୁ କେବଳ କଂଗ୍ରେସ କହିଲେ ତାରା

ଆଦିବାସୀଙ୍କ ବନ୍ଧୁ କେବଳ କଂଗ୍ରେସ କହିଲେ ତାରା

ଭୁବନେଶ୍ବର: ଆଜି ବିଶ୍ବ ମୂଳନିବାସୀ ଦିବସ । ନିର୍ବାଚନ ପାଖେଇ ଆସୁଥିବାବେଳେ ଆଜିର ଦିନକୁ ହାତଛଡ଼ା କରିନାହାନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ଆଦିବାସୀମାନଙ୍କ ପ୍ରତି କେତେ ଦରଦ ଅଛି, ତାହା ଛାତି ବାଡେଇ ଯୁକ୍ତି ବାଢ଼ିଛନ୍ତି ଦଳର ନେତା । ଆଦିବାସୀମାନଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ସମ୍ବେଦନଶୀଳ ବୋଲି ବିଜେଡି କହିଛି । ସେହିପରି ବିଜେପି ମଧ୍ୟ ଆଦିବାସୀଙ୍କ କାର୍ଡ ଖେଳିବାକୁ ପଛାଇ ନାହିଁ । ସେପଟେ ଏହି ବର୍ଗର ବନ୍ଧୁ କେବଳ କଂଗ୍ରେସ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

ଆଦିବାସୀ ବର୍ଗ କାହାର ? କେଉଁ ରାଜନୈତିକ ଦଳ ଏମାନଙ୍କ ଦରଦୀ ବନ୍ଧୁ ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଶାସକ ବିଜେଡିର କହିବା କଥା, ଆଦିବାସୀ ବର୍ଗଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ସମ୍ବେଦନଶୀଳ । ବିଜେପି ମଧ୍ୟ ଆଦିବାସୀଙ୍କ ପାଇଁ ମୋଦି ସରକାର ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ବୋଲି କହିଛି । ରାଜ୍ୟ ସରକାର ସେମାନଙ୍କ ପ୍ରତି ଚରମ ଅବହେଳା ପଦର୍ଶନ କରୁଛନ୍ତି ଓ ବିଜେଡି ସରକାର ଆଦିବାସୀ ବିରୋଧୀ ବୋଲି ଅଭିଯୋଗ କରିଛି ବିଜେପି । ନିର୍ବାଚନ ଆସିଲେ ରାଜ୍ୟ ସରକାରଙ୍କର ଆଦିବାସୀଙ୍କ କଥା ମନେପଡେ ବୋଲି ଅଭିଯୋଗ କରିଛନ୍ତି ବିଜେପି ଏସ୍‌ଟି ମୋର୍ଚ୍ଚା ସଭାପତି ନିତ୍ୟାନନ୍ଦ ଗଣ୍ଡ ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ଆସିଲେ ବିଜେଡିର ଆଦିବାସୀଙ୍କ କଥା ମନେ ପଡ଼େ: ନିତ୍ୟାନନ୍ଦ ଗଣ୍ଡ

ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ବିଜେଡି ଓ ବିଜେପି ସଂସଦରେ ଗତକାଲି ପ୍ରମାଣିତ କରିଛନ୍ତି ତାଙ୍କ ସମ୍ପର୍କ କଣ । ଆଦିବାସୀଙ୍କ ପାଇଁ ବିଜେଡି ଆନ୍ଦୋଳନ କରିବା ହାସ୍ୟାସ୍ପଦ । ED ଓ CBI ଭୟରେ ବିଜେପି ପାଖରେ ସମର୍ପିତ ହୋଇଯାଇଛି ବିଜେଡି । ସେମାନେ କଣ ଆଦିବାସୀଙ୍କ ପାଇଁ ଲଢ଼ିବେ । ମୁଁ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ବିଧାୟକ ଭାବେ ଜିତୁଛି, କାରଣ ଆଦିବାସୀମାନେ ମୋତେ ଭୋଟ ଦେଉଛନ୍ତି । ରାଜ୍ୟରେ ବିଜେଡିକୁ ବିଜେପି ସମର୍ଥନ କରୁଥିବା ବେଳେ କେନ୍ଦ୍ରରେ ବିଜେପିକୁ ବିଜେଡି ସବୁବେଳେ ସମର୍ଥନ କରୁଛି । ଉଭୟ ମିଶି କଂଗ୍ରେସକୁ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି ।

ଆଦିବାସୀଙ୍କର ଯେଉଁ ଅଧିକାର ଜଳ, ଜମି ଏବଂ ଜଙ୍ଗଲ, ତାକୁ ଉଭୟ ସରକାର ଦେଲେନାହିଁ । ସଂସଦରେ କଂଗ୍ରେସ ସମୟରେ ପେସା ଆଇନ ଗୃହୀତ ହୋଇଥିଲା । ହେଲେ ବିଜେଡି ରାଜ୍ୟରେ ଲାଗୁ କରୁନାହିଁ । ଯଦି ପେସା ଆଇନ ଲାଗୁ କରିବେ, ତାହେଲେ ଆମେ ଜାଣିବୁ ସେମାନଙ୍କର ଆଦିବାସୀଙ୍କ ପାଇଁ ମମତା ଅଛି । ସରକାର ବିଧାନସଭାରେ ପେସା ଆଇନ ଆଣିବେ ବୋଲି ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର । କଂଗ୍ରେସ ସରକାର ଅମଳରେ ଆଦିବାସୀଙ୍କ ଉନ୍ନୟନ ପାଇଁ ଅନେକ କିଛି ହୋଇଛି ।" ଆଦିବାସୀମାନଙ୍କ ବିକାଶ ପାଇଁ କଂଗ୍ରେସ ସରକାର ବହୁ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି କହିଛନ୍ତି ତାରା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.