ETV Bharat / state

Assembly News: ଜାତୀୟ ରାଜପଥ 55କୁ ନେଇ ଦୀପାଳି-ନାଉରୀ ମୁହାଁମୁହିଁ

author img

By ETV Bharat Odisha Team

Published : Sep 26, 2023, 8:00 PM IST

Updated : Sep 26, 2023, 9:13 PM IST

ବିଧାନସଭାରେ ଉଠିଲା କଟକ-ସମ୍ବଲପୁର ହାଇୱେ ପ୍ରସଙ୍ଗ । ମୁହାଁମୁହିଁ ବିଡେଡି ବିଧାୟିକା ଦୀପାଳି ଓ ବିଜେପି ବିଧାୟକ ନାଉରୀ ନାୟକ । ଅଧିକ ପଢନ୍ତୁ

NH 55 issue in Odisha assembly
NH 55 issue in Odisha assembly

Assembly News: ଜାତୀୟ ରାଜପଥ 55କୁ ନେଇ ଦୀପାଳି-ନାଉରୀ ମୁହାଁମୁହିଁ

ଭୁବନେଶ୍ବର: ଗତକାଲି ବିଧାନସଭାର ମୌସୁମୀ ଅଧିବେଶନର 2ୟ ଦିନରେ ପୁନର୍ବାର ଉଠିଥିଲା ଜାତୀୟ ରାଜପଥ 55 ଓ କେନ୍ଦ୍ର ଅବହେଳା ପ୍ରସଙ୍ଗ । ଏନେଇ କେନ୍ଦ୍ର ସରକାର ଓ ପଶ୍ଚିମ ଓଡିଶାର ସାଂସଦ ଓ ବିଧାୟକଙ୍କୁ ଘେରିଥିଲେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ । ଆଜି ଦୀପାଳିଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ । ଶୀଘ୍ର କାମ ସାରିବାକୁ ଉଦ୍ୟମ ଜାରି ରହିଥିବା ନାଉରୀ କହିଛନ୍ତି ।

ଝାରସୁଗୁଡା ବିଧାୟିକା ଦୀପାଳି କହିଛନ୍ତି, "ଆପଣମାନେ ଜାଣିଥିବେ କଟକ-ସମ୍ବଲପୁର ହାଇୱେ ଅବସ୍ଥା । ଏହି ଜାତୀୟ ରାଜପଥ 55କୁ ନେଇ ଆମେ ବାରମ୍ବାର ପ୍ରଶ୍ନ କରିଛୁ । ଦୀର୍ଘ ବର୍ଷ ବିତିଗଲାଣି । ହେଲେ ସେମାନେ କହୁଛନ୍ତି କାମ ଚାଲିଛି । ଯଦି କାମ ଚାଲିଛି ଆଉ କେତେ ଦିନ ଭିତରେ ସରିବ ଉତ୍ତର ରଖନ୍ତୁ । କଣ ପାଇଁ ଅବହେଳା ହେଉଛି । ଯେହେତୁ ଲୋକଙ୍କ ପାଇଁ ଏହା ବଡ଼ ପ୍ରସଙ୍ଗ ସେଥିପାଇଁ ମୁଁ ଆଜି ଟ୍ବିଟ କରି ପଚାରିଛି । ସବୁଠୁ ବଡ଼ କଥା ହେଲା ପଶ୍ଚିମ ଓଡ଼ିଶାରୁ ୫ ବିଜେପି ସାଂସଦ ଅଛନ୍ତି । 10ରୁ ଅଧିକ ବିଧାୟକ ଅଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଉତ୍ତର ଦେଇନାହାନ୍ତି । କେତେ ଦିନ ଆଉ ଏଭଳି ହୀନସ୍ତା ହେବେ ପଶ୍ଚିମ ଓଡ଼ିଶାର ଲୋକେ ।"

ଏହା ବି ପଢନ୍ତୁ- 55 ନମ୍ବର ଜାତୀୟ ରାଜପଥ ପାଇଁ 499 କୋଟି ମଞ୍ଜୁର

ଦୀପାଳିଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ । ନାଉରୀ କହିଛନ୍ତି, " ଜାତୀୟ ରାଜପଥ 55 କଥା ଶାସକ ଦଳର ନୂଆ ବିଧାୟିକା ଉଠାଇଛନ୍ତି । ସାଂସଦ ଓ ବିଧାୟକ ଚୁପ ଅଛନ୍ତି । 2004ରୁ 2014 ଯାଏଁ କଂଗ୍ରେସ ସରକାର ଓଡ଼ିଶାକୁ 4160 କୋଟି ଟଙ୍କା । 1498 କିଲୋମିଟର ରାସ୍ତା ନିର୍ମାଣ ହୋଇଛି । କିନ୍ତୁ ନରେନ୍ଦ୍ର ମୋଦି 2014ରୁ ଦାୟିତ୍ବ ନେବା ପରେ 28251 କୋଟି ଟଙ୍କା ଦେଇଛନ୍ତି । ନିର୍ମାଣ ହୋଇଛି 4143 ରାସ୍ତା ସରିଲାଣି । ପ୍ରତ୍ୟେକ ଦିନ ଏହି ରାସ୍ତାକୁ ନେଇ ସମୀକ୍ଷା ହେଉଛି ।"

ଏହା ବି ପଢନ୍ତୁ- ଗୋଟିଏ ମାସରେ ସମ୍ବଲପୁର ରେଢାଖୋଲ ରାଜରାସ୍ତା ସମ୍ପୂର୍ଣ୍ଣ ନହେଲେ ଆନ୍ଦୋଳନ

ସେ ଆହୁରି କହିଛନ୍ତି, "କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଏହାକୁ ସବୁଦିନ ସମୀକ୍ଷା କରୁଛନ୍ତି । ଯେଉଁ ଠିକାଦାର କାମ କରୁଥିଲେ କାମ ବିଲମ୍ଵ କରିବାରୁ ତାଙ୍କୁ ହଟାଯାଇଛି । ବର୍ତ୍ତମାନ ନୂଆ ଠିକାଦାର କାମ କରୁଛି । କାମ ଦ୍ରୁତ ଗତିରେ ଚାଲିଛି । ଶୀଘ୍ର କାମ ସାରିବାକୁ ଉଦ୍ୟମ କରୁଛୁ । ବରଗଡ଼ ଓ ସମ୍ବଲପୁର ସାଂସଦ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ଆମେ ସମସ୍ତେ ନିର୍ମାଣ କାର୍ଯ୍ୟର ତଦାରଖ କରୁଛୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 26, 2023, 9:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.