ETV Bharat / state

ଜୟ ନାରାୟଣଙ୍କ ମାନସିକି ସ୍ଥିତି ବିଗିଡି ଯାଇଛି: ବିଜେଡି

author img

By

Published : Feb 9, 2023, 9:54 PM IST

ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ କଟାକ୍ଷ କରି ଦଳୀୟ ସମାବେଶ କହିଥିଲେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର । ଏନେଇ ବିରୋଧି ଦଳ ନେତାଙ୍କୁ କାଉଣ୍ଟର ଆଟାକ କରିଛି ବିଜେଡି । ଏଭଳି ଦୁଃଖଦ ଘଡିରେ ବିରୋଧୀ ଦଳ ନେତାଙ୍କ ଏଭଳି ମନ୍ତବ୍ୟ ଠିକ ନୁହେଁ । ତୁରନ୍ତ ତାଙ୍କ ମାନସିକ ଅବସ୍ଥା ପରୀକ୍ଷା କରାଯାଉ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ । ଅଧିକ ପଢ଼ନ୍ତୁ

ଜୟ ନାରାୟଣଙ୍କ ମାନସିକି ସ୍ଥିତି ବିଗିଡି ଯାଇଛି କହିଲା ବିଜେଡି
ଜୟ ନାରାୟଣଙ୍କ ମାନସିକି ସ୍ଥିତି ବିଗିଡି ଯାଇଛି କହିଲା ବିଜେଡି

ଜୟ ନାରାୟଣଙ୍କ ମାନସିକି ସ୍ଥିତି ବିଗିଡି ଯାଇଛି କହିଲା ବିଜେଡି

ଭୁବନେଶ୍ବର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ନେଇ ଶାସକ ଓ ବିରୋଧି ଦଳ ମଧ୍ୟରେ ଜାରି ରହିଛି ରାଜନୈତିକ ବୟାନବାଜି । ବାରମ୍ବାର ବିଜେପି ଓ କଂଗ୍ରେସ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛନ୍ତି । ତେବେ ଆଜି ଝାରସୁଗୁଡ଼ାରେ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ କଟାକ୍ଷ କରିଥିଲେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର । ଏହା ଶ୍ରଦ୍ଧାଞ୍ଜଳି ସଭା ନୁହେଁ ବରଂ ବିଜେଡିର ଦଳୀୟ ସମାବେଶ ବୋଲି ସେ ମନ୍ତବ୍ୟ ରଖିଥିଲେ । ଏନେଇ ବିରୋଧି ଦଳ ନେତାଙ୍କୁ କାଉଣ୍ଟର ଆଟାକ କରିଛି ଶାସକ ଦଳ ।

ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ ବିରୋଧି ଦଳ ନେତାଙ୍କ ଏହି ମତ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ମାନସିକ ଅବସ୍ଥା ଖରାପ ହେଉଛି । ଜୟ ନାରାୟଣ ବାବୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ । ନବ ଦାସଙ୍କ ଆଜି ଦ୍ଵାଦଶ ଦିବସ ଝାରସୁଗୁଡାରେ ଅନୁଷ୍ଠିତ ହୋଇଛି । ହେଲେ ଏଭଳି ଏକ ଦୁଃଖଦ ଘଡିରେ ବିରୋଧୀ ଦଳ ନେତାଙ୍କ ଏଭଳି ଘୃଣ୍ୟ ମନ୍ତବ୍ୟ ଠିକ ନୁହେଁ ।" ତୁରନ୍ତ ତାଙ୍କ ମାନସିକ ଅବସ୍ଥା ପରୀକ୍ଷା କରାଯାଉ ବୋଲି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ ।

ତେବେ ଗୁରୁବାର ଝାରସୁଗୁଡ଼ା ସରବାହଲରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ଶ୍ରଦ୍ଧାଞ୍ଜଳି ସଭା ହୋଇଥିଲା । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ । କିନ୍ତୁ ଏହି ସଭାକୁ ନେଇ ବିଜେଡିକୁ କଟାକ୍ଷ କରିଥିଲେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର । ସେ କହିଥିଲେ, "ଏହା ନବଙ୍କ ଶ୍ରଦ୍ଧାଞ୍ଜଳି ସଭା ନୁହେଁ ବରଂ ବିଜେଡିର ଦଳୀୟ ସମାବେଶ । ନବଙ୍କ ଶ୍ରଦ୍ଧାଞ୍ଜଳି ସଭା ହୋଇଥିଲେ ମୋତେ ଡାକିଥାନ୍ତେ । ଏହା ବିଜେଡିର ରାଜନୈତିକ ସଭା, ତେଣୁ ମୋତେ ଡାକି ନାହାନ୍ତି । ଡକା ଯାଇଥିଲେ ବି ମୁଁ ଯାଇନଥାନ୍ତି । ଏହା ଶ୍ରଦ୍ଧାଞ୍ଜଳି ସଭା ନୁହେଁ ।" ଶ୍ରଦ୍ଧାଞ୍ଜଳି ସଭା ହୋଇଥିଲେ ନିଶ୍ଚିତ ଭାବେ ଯାଇଥାନ୍ତି ବୋଲି କହିଥିଲେ ଜୟ ନାରାୟଣ । ବିଜେଡି ସମାବେଶକୁ କାହିଁକି ଯିବି ବୋଲି କହି ବିଜେଡିକୁ ତେରେଛା ବାଣ ମାରିଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.