ETV Bharat / state

Dakota Aircraft: ପୁଷ୍ପ ବୃଷ୍ଟି କରି ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ, କହିଲେ ବିମାନରେ ବିଜୁ ବାବୁ କରିଥିଲେ ସାହସିକତାର ପ୍ରତିପାଦନ

author img

By

Published : Jan 18, 2023, 10:59 PM IST

Updated : Jan 18, 2023, 11:07 PM IST

ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ । ବିମାନ ବନ୍ଦରରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି ନବୀନ । ଅଧିକ ପଢନ୍ତୁ

dakota aircraft
dakota aircraft

ଡାକୋଟା ବିମାନ

ଭୁବନେଶ୍ବର: ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ଉପସ୍ଥିତ ଥିଲେ ତାଙ୍କର ସାନ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନ ବନ୍ଦରରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି ନବୀନ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ ଆଜି ଭୁବନେଶ୍ଵରରେ ପହଞ୍ଚିଛି । ସେଥିପାଇଁ ସେ ବହୁତ ଖୁସି । ଏହି ବିମାନରେ ବିଜୁ ବାବୁ ଅନେକ ସାହସିକ କାର୍ଯ୍ୟ କରିଛନ୍ତି । ଏହା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି ଇଣ୍ଡୋନେସିଆର ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଡଚ୍ ମାନଙ୍କ କବଜାରୁ ମୁକ୍ତ କରିବାରେ ଅପାର ସଫଳତା । ସେଥିରେ ବିଜୁ ବାବୁଙ୍କ ସହିତ କେବଳ ଜଣେ ସହ ପାଇଲଟ୍ ଥିଲେ, ସେ ହେଉଛନ୍ତି 'ମୋ ମା' ଜ୍ଞାନ୍ ପଟ୍ଟନାୟକ । ଏହି ସ୍ୱାଗତ୍ ସମାରୋହରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ତେବେ ଏହି ସ୍ୱାଗତ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି କେ ପାଣ୍ଡିଆନ୍ ବିମାନବନ୍ଦରକୁ ଯାଇଥିଲେ । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, IT ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ରଙ୍କ ସମେତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।



ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 18, 2023, 11:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.