ETV Bharat / state

ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି, ୪ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

author img

By

Published : Apr 25, 2023, 8:29 PM IST

ମେ 5 ତାରିଖ ଯାଏଁ ଜାରି ରହିବ ଏହି କାଳବୈଶାଖୀ ଜନିତ ବର୍ଷା । ୨୬ ତାରିଖରେ ରାଜ୍ୟରେ ଏକ ପଶ୍ଚିମା ଝଡ ସୃଷ୍ଟି ହେବାକୁ ଯାଉଥିବା ବେଳେ ୨୯ ତାରିଖ ବେଳକୁ ଟ୍ରପ ଲାଇନ ସକ୍ରିୟ ହେବ । ଅଧିକ ପଢନ୍ତୁ

thunderstorm in odisha
thunderstorm in odisha

thunderstorm in odisha

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ମେ 5 ତାରିଖ ଯାଏଁ ଜାରି ରହିବ ଏହି କାଳବୈଶାଖୀ ଜନିତ ବର୍ଷା। ତେବେ ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଛି । ଏହାସହ ୨୬ ତାରିଖରେ ରାଜ୍ୟରେ ଏକ ପଶ୍ଚିମା ଝଡ ସୃଷ୍ଟି ହେବାକୁ ଯାଉଥିବା ବେଳେ ୨୯ ତାରିଖ ବେଳକୁ ଟ୍ରପ ଲାଇନ ସକ୍ରିୟ ହେବ। ପାଣିପାଗର ଏହି ଦୁଇ ନିୟାମକକୁ ନେଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଘଡଘଡି ବିଜୁଳି ସହ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଏହି ସମୟରେ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ। ବିଶେଷ ଭାବେ ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଆଜି ଘଡଘଡ଼ି ବିଜୁଳି ସହିତ ବର୍ଷା ପାଇଁ ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ରାୟଗଡା ଏବଂ ବୌଦ୍ଧରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାକୁ ନେଇ ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ତେବେ ସେ ଜିଲ୍ଲାଗୁଡ଼ିକ ହେଲା ମୟୁରଭଞ୍ଜ, କେଉଁଝର, କନ୍ଧମାଳ, ଦେଓଗଡରେ କୁଆପଥର ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଏହା ମଧ୍ୟ ପଢନ୍ତୁ-ରତ୍ନ ଭଣ୍ଡାରର ଚାବି ହଜିବା ଘଟଣା, ଜୁଲାଇ ୧୦ ସୁଦ୍ଧା ଜବାଵ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ-ଓ୍ବାଇଏସ ଶର୍ମିଲାଙ୍କୁ ସର୍ତ୍ତମୂଳକ ଜାମିନ, ପୋଲିସକୁ ମାଡ ମାରି ହୋଇଥିଲେ ଗିରଫ

ସେହିପରି ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ଥିବା ବେଳେ ୨୧ ଜିଲ୍ଲାକୁ ବିଜୁଳି ଘଡଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାଇଛି। ଏଥିସହ ଝଡ଼ବର୍ଷା ବେଳେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

ସେପଟେ ଆଜି ଟ୍ୱିନ୍ ସିଟି କଟକ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି । ବର୍ଷା ସମୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ସହ ୪ଟି ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, କନ୍ଧମାଳ ଏବଂ କେନ୍ଦୁଝରରେ ପ୍ରବଳ କୁଆପଥର ବୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.