ETV Bharat / state

Odisha Weather: ଛେଚିବ କୁଆପଥର ବର୍ଷା ! ୧୨ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

author img

By

Published : Mar 21, 2023, 4:52 PM IST

ଆସନ୍ତା ୨୪ ଘମ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କୁଆ ପଥର ବର୍ଷା ସମ୍ଭାବନା ରହିଛି । ଏଣୁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Odisha Weather
Odisha Weather

ରାଜ୍ୟରେ କିଛି ସ୍ଥାନରେ କୁଆ ପଥର ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ତା' ସହ କୂଆ ପଥର ବର୍ଷା ଓ ଝଡ଼ ପବନ ମଧ୍ୟ ଅନୁଭୂତ ହୋଇଛି । ଏବେବି ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ବର୍ତ୍ତମାନ ବି ଜାରି ରହିଥିବା ବେଳେ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହେଉଥିବାରୁ ଭୁବନେଶ୍ବରରେ ଦେଖିବାକୁ ମିଳିଛି ପ୍ରବଳ ବର୍ଷା । ବର୍ତ୍ତମାନର ଆକଳନ ଅନୁସାରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବର୍ତ୍ତମାନର ଆକଳନ ଅନୁସାରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ୨ ପ୍ରକାର ପାଣିପାଗର ସ୍ଥିତି ରହିଛି ଅର୍ଥାତ ବାୟୁମଣ୍ଡଳରେ ୦.୯ କିମି ପର୍ଯ୍ୟନ୍ତ ୨ଟି ନିମ୍ନ ଚାପରେଖା ରହୁଛି । ଏହି ଦୁଇ ପ୍ରକାର ପାଣିପାଗ ନିୟାମକର ପ୍ରଭାବରେ ବାୟୁମଣ୍ଡଳର ଉପରି ଭାଗରେ ଯେଉଁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବା ବେଳେ ସ୍ଥଳଭାଗରେ ବହୁଥିବା ଜଳୀୟବାଷ୍ପ ପୂର୍ଣ୍ଣବାୟୁ ପ୍ରବାହିତ ହେଉଛି । ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ କୁଆପଥର ଜନିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ୧୨ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ଓ କୁଆପଥର ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ।

ଏହା ବି ପଢନ୍ତୁ- ଓଡିଶାର 4 ଶିକ୍ଷା ଅଧିକାରୀ ପାଇବେ ଜାତୀୟ ପୁରସ୍କାର

ତେବେ ବର୍ଷା ଯୋଗୁଁ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଅନୁଗୋଳ, ନୟାଗଡ଼, ଦେବଗଡ଼, ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର। ସେହିପରି ଉପକୂଳ ଓଡ଼ିଶାର ୧୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡା, ଝାରସୁଗୁଡ଼ା ଓ ସୁନ୍ଦରଗଡ଼।

ରାଜଧାନୀ ଭୁବନେଶ୍ବରରେ ଏବେ ମେଘୁଆ ପାଗ ଲାଗି ରହିଥିବା ରହିଛି । ସେପଟେ ସୋନପୁରର ଉଲ୍ଲୁନ୍ଦାରେ ସର୍ବାଧିକ ୩୩.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଯାଜପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ବଲାଙ୍ଗୀରରେ କୁଆପଥର ବର୍ଷା ହୋଇଛି । ଅନ୍ୟପଟେ ବୁଧବାରଠାରୁ ବର୍ଷାର ପରିମାଣ ଧୀରେ ଧୀରେ କମିବ। ପୁଣି ୫ତାରିଖରୁ କିଛି ସ୍ଥାନରେ ବର୍ଷା ଆରମ୍ଭ ହେବ । ତେଣୁ ଆଗାମୀ ୨ରୁ ୩ଦିନ ପର୍ଯ୍ୟନ୍ତ ତାପମାତ୍ରା ରାଜ୍ୟରେ ୨ରୁ ୩ଡିଗ୍ରୀ କମିବ ବୋଲି ଆକଳନ କରିଛି ବିଭାଗ । ପରବର୍ତ୍ତୀ ସମୟରେ ଏଥିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ତେଣୁ ଆଗକୁ ପୁଣି ବଢିବ ତାପମାତ୍ରା । ଏହାକୁ ନେଇ ପୁଣି ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ସେପଟେ ପୁଣି ୨୩ରୁ ରାଜ୍ୟରେ ରହିବ ପଶ୍ଚିମା ଝଡ଼ର ପ୍ରଭାବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.