ETV Bharat / state

ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ଆଶାକର୍ମୀ, ସରକାରଙ୍କୁ ଭୋଟ ବର୍ଜନ ଚେତାବନୀ

author img

By ETV Bharat Odisha Team

Published : Sep 26, 2023, 9:49 PM IST

ପୁଣି ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ । 8 ଦଫା ଦାବି ନେଇ ଗର୍ଜିଲେ ଶତାଧିକ ଆଶାକର୍ମୀ । ଅଧିକ ପଢ଼ନ୍ତୁ

ପୁଣି ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ
ପୁଣି ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ

ପୁଣି ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ

ଭୁବନେଶ୍ବର: ୮ ଦଫା ଦାବିକୁ ନେଇ ଗାନ୍ଧୀମାର୍ଗରେ ଗର୍ଜିଲେ ଶତାଧିକ ଆଶାକର୍ମୀ । ବିଶାଳ ସମାବେଶରେ ଆସି ଲୋୟର ପିଏମଜିରେ ବିକ୍ଷୋଭ ସହ ଧାରଣାରେ ବସି ରହିବ ସହ ଦାବି ନ ଶୁଣିଲେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି ଆଶାକର୍ମୀ । ଭାରତୀୟ ମଜଦୁର ସଂଘ ଶହ ମିଳିତ ଭାବେ ଆନ୍ଦୋଳନ କରିଥିବା ବେଳେ ୩୦ଟି ଜିଲ୍ଲାର ଶତାଧିକ ଆଶାକର୍ମୀ ଗାନ୍ଧୀମାର୍ଗରେ ଆସି ଧାରଣା ଦେଇଛନ୍ତି । ବିଭିନ୍ନ ସମୟରେ ଆଶାକର୍ମୀମାନେ ନିଜର ସମସ୍ୟାକୁ ନେଇ ଆନ୍ଦୋଳନ ଧାରଣା ଓ ବିକ୍ଷୋଭ କରିଥିଲେ ମଧ୍ୟ ଏନେଇ ସରକାର କୌଣସି କାର୍ଯ୍ୟନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି । ଯଦି ସରକାର ଆମ ଦାବିକୁ କର୍ଣ୍ଣପାତ ନକରନ୍ତି ତେବେ ଆଗାମୀ ଦିନରେ ସରକାରଙ୍କୁ ନିର୍ବାଚନରେ ଜବାବ ଦେବେ ବୋଲି ଚେତାବନୀ ଦେଇଛି ସଂଘ ।

ଆନ୍ଦୋଳନକାରୀ ଆଶାକର୍ମୀ କହିଛନ୍ତି, ‘‘ସରକାର ଆମ କଥା ନଶୁଣିଲେ ଆମେ ବାଧ୍ୟ ହୋଇ ଭୋଟ ବର୍ଜନ କରିବୁ । ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ଯାହା ଯୋଜନ ରହିଛି ସବୁ କାର୍ଯ୍ୟ କରୁଛୁ । ସରକାରଙ୍କ ଯୋଜନାକୁ ସଫଳ କରିବା ପାଇଁ ଦିନ ରାତି ଏକ କରୁଛୁ । ଏପରିକି କରୋନା ସମୟରେ ଆମମାନଙ୍କର ସେବାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇଲେ । ହେଲେ ଆଜି ଯେତେବେଳେ ଆମେ ସମ୍ମାନର ସହ ବଞ୍ଚିବାକୁ ଚାହୁଁଛୁ ସ୍ଥାୟୀ ଚାକିରିର ଦାବି କରୁଛୁ ସରକାର ଆମ କଥାକୁ କର୍ଣ୍ଣପାତ କରୁନାହିଁ । ସରକାରଙ୍କ ଏହି ବୈମାତୃକ ଭାବକୁ ଆଶାକର୍ମୀମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଳାଇଛିନ୍ତି ।’’

ଏହା ମଧ୍ୟ ପଢନ୍ତୁ: ଲୋୟର ପିଏମଜିରେ ଗର୍ଜିଲେ ଆଦିବାସୀ, ‘ନୋ ପେସା ନୋ ଭୋଟ’ ଚେତାବନୀ

ଦାବି ଗୁଡିକ ହେଲା: ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ ଓ ଆଶା କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦିଆଯିବ । ଯେ ପର୍ଯ୍ୟନ୍ତ ସ୍ଥାୟୀ କର୍ମଚାରୀ ମନ୍ୟତା ନମିଳିଛି ସେ ପର୍ଯ୍ୟନ୍ତ ସର୍ବନିମ୍ନ ମାସିକ ଦରମା ୧୮୦୦ ହଜାର ପ୍ରଦାନ । ସାମାଜିକ ସୁରକ୍ଷା ଅନ୍ତର୍ଗତ ଗ୍ରାଚୁଇଟି ପ୍ରଦାନ । ଅବସରକାଳୀନ ସହାୟତା ୫ ଲକ୍ଷ ସହ ମାସିକ ୫୦୦୦ ପେନସନ ଯୋଗାଇ ଦିଆଯିବା । ଯୋଗ୍ୟତା ଅନୁଯାୟୀ ANM ପଦବୀକୁ ପଦୋନ୍ନତି । ଆକସ୍ମିକ ମୃତ୍ୟୁ ପାଇଁ ୧୦ ଲକ୍ଷ ସହାୟତା ରାଶି ପ୍ରଦାନ । ଆଶାକର୍ମୀ କଲ୍ୟାଣ ବୋର୍ଡ ଗଠନ କରାଯାଇ କର୍ମୀମାନଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା । ଏଭଳି ୮ ଦଫା ଦାବିକୁ ନେଇ ଆଶାକର୍ମୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ସଂଘ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.