ETV Bharat / state

ଭୁବନେଶ୍ୱରରେ ଶେଷ ହେଲା ଗୁଆ ଓ ଚାଉଳ ସଂଗ୍ରହ

author img

By ETV Bharat Odisha Team

Published : Jan 15, 2024, 10:37 PM IST

Arpana Ratha In Bhubaneswar: ରାଜଧାନୀରେ ଶେଷ ହୋଇଛି ଗୁଆ ଓ ଚାଉଳ ସଂଗ୍ରହ, ଯୋଗଦେଲେ ମେୟର ସୁଲୋଚନା ଦାସ । ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଅଧିକ ପଢନ୍ତୁ

ଭୁବନେଶ୍ୱରରେ ଶେଷ ହେଲା ଗୁଆ ଓ ଚାଉଳ ସଂଗ୍ରହ
ଭୁବନେଶ୍ୱରରେ ଶେଷ ହେଲା ଗୁଆ ଓ ଚାଉଳ ସଂଗ୍ରହ

ଭୁବନେଶ୍ୱରରେ ଶେଷ ହେଲା ଗୁଆ ଓ ଚାଉଳ ସଂଗ୍ରହ

ଭୁବନେଶ୍ୱର: ରାଜଧାନୀରେ ଶେଷ ହୋଇଛି ଅର୍ପଣ ରଥର ଚାଉଳ ଓ ଗୁଆ ସଂଗ୍ରହ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଶେଷ ଦିନରେ ବୁଲିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜଗନ୍ନାଥଙ୍କ ଅର୍ପଣ ରଥ । ଲିଙ୍ଗରାଜ ମନ୍ଦିରରୁ ଆଜି ଏହି ଅର୍ପଣ ରଥ ବାହାରିଥିଲା । ନାମ ସଂକୀର୍ତ୍ତନ ଧ୍ଵନିରେ ଗଗନ ପବନ ମୁଖରିତ ହେଉଥିବାବେଳେ ଶ୍ରଦ୍ଧା ସୁମନ ଓ ସମର୍ପଣ ଭାବ ସହ ଗୁଆ ଚାଉଳ ଓ ନଡ଼ିଆ ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ କରିଛନ୍ତି ରାଜଧାନୀବାସୀ । ୱାର୍ଡ ନମ୍ବର ୫୯ରେ ଏହି କାର୍ଯ୍ୟକ୍ରମ ଶେଷ ହେଉଥିବା ବେଳେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇଥିଲେ । ହାତରେ ଗାଉଣି ଧରି ବୁଲି ବୁଲି ଲୋକଙ୍କ ଠାରୁ ଚାଉଳ ନେଇ ଅର୍ପଣ ରଥରେ ଦେଇଥିଲେ ।



ତେବେ ଅର୍ପଣ ରଥରେ ଯେତେବେଳେ ଶ୍ରଦ୍ଧାଳୁମାନେ ଗୁଆ ଓ ନଡ଼ିଆ ଦେଉଥିଲେ ସେତେବେଳେ ସମସ୍ତଙ୍କ ମୁଖରେ ଉଚ୍ଚାରିତ ହେଲା ଜୟ ଜଗନ୍ନାଥ ଧ୍ୱନି । ୫୯ ୱାର୍ଡରୁ ପ୍ରତ୍ୟେକ ଘରୁ ବୁଲି ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରିଥିଲା ଅର୍ପଣ ରଥ । ପରିକ୍ରମା ବେଳେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଜଗନ୍ନାଥଙ୍କ ଉଦେଶ୍ୟର ଗୁଆ ଓ ଚାଉଳ ଦେଇ ନିଜକୁ ଧନ୍ୟ ମନେ କରିଥିଲେ ଲୋକେ । ଆଜି ବିଭିନ ୱାର୍ଡରେ ୨୦ ରୁ ଅଧିକ ରଥ ଭୁବନେଶ୍ୱରର 3 ଟି ଯୋନରେ ପରିକ୍ରମା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ପରିକ୍ରମା ପ୍ରକଳ୍ପରେ ଯେପରି ଅଧିକରୁ ଅଧିକ ନାଗରିକ ସାମିଲ ହୋଇପାରିବେ ଏବଂ ଭବ୍ୟ ଯଜ୍ଞରେ ନିଜର ସହଭାଗିତା କରିପାରିବେ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ବିଏମସି ।

ଏହା ମଧ୍ୟ ପଢନ୍ତୁ .....ଭୁବନରେ ବୁଲିଲା ଜଗନ୍ନାଥଙ୍କ ଅର୍ପଣ ରଥ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ସମଗ୍ର ଅଞ୍ଚଳ


ଏଠାରେ ସୂଚନା ଥାଉକି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖରେ କରାଯିବ । ଏହି ପ୍ରକଳ୍ପ ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ପ୍ରତିଟି ଭକ୍ତଙ୍କୁ ସମର୍ପିତେ ହେବ । ତେଣୁ ପ୍ରତିଟି ଭକ୍ତଙ୍କ ସାମିଲକୁ ନେଇ ସହଭାଗୀତାକୁ ନେଇ ସାରା ରାଜ୍ୟର କୋଣ ଅନୁକୋଣରୁ ଅର୍ପଣ ରଥ ମାଧ୍ୟମରେ ଗୁଆ ନଡ଼ିଆ ଓ ଚାଉଳ ସଂଗ୍ରହ କରାଯାଉଛି । ଏହି ସଂଗ୍ରହ ଜାନୁଆରୀ ୬ ତାରିଖରୁ ଆରମ୍ଭ ହୋଇଥିଲା । ଏଥିରେ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ଅମରେଶ ଜେନା, ଅଜିତ ବେହାର ଓ ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁଙ୍କ ଉପସ୍ଥିତରେ ଭୁବନେଶ୍ୱର ମେୟର ସୁଲୋଚନା ଏହି ଅର୍ପଣ ରଥର ଶେଷ ପର୍ଯ୍ୟାୟ କାର୍ଯ୍ୟ ସମାପନ କରିଥିଲେ ।



ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.