ETV Bharat / state

Amit Shah To Meet CM Naveen: ମେଣ୍ଟ ନୁହେଁ, ସୌଜନ୍ୟତା: ବଦ୍ରି ପାତ୍ର

author img

By

Published : Aug 4, 2023, 6:50 PM IST

ବଦ୍ରି କହିଛନ୍ତି ଯେ, ଦେଶର ଗୃହମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ । ଉଭୟଙ୍କ ମଧ୍ୟରେ ଆଲୋଚନାରେ ନୂତନତ୍ବ କିଛି ନାହିଁ । ଆଗରୁ ଭେଟ ହୋଇଛି । ଭେଟଘାଟକୁ ନେଇ ବିରୋଧୀଙ୍କୁ କିଛି କହିବାକୁ ମନା ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସମଦୂରତା କଥା କହି ଆସୁଛନ୍ତି ତାହା ଏବେ ବଜାୟ ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ମେଣ୍ଟ ନୁହେଁ, ସୌଜନ୍ୟତା: ବିଜେଡି ବିଧାୟକ ବଦ୍ରି ପାତ୍ର

ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ବରରେ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ଅମିତ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅମିତ ଶାହଙ୍କ ଭେଟଘାଟ ହେବ । ଏଥିରେ ରାଜନୈତିକ ବାସ୍ନା ବାରିଛନ୍ତି ବିରୋଧୀ । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ।

ଏହାବି ପଢନ୍ତୁ- Amit Shah To Visit Odisha: ଆଜି ଓଡିଶା ଆସୁଛନ୍ତି ଅମିତ ଶାହ

ବଦ୍ରି କହିଛନ୍ତି, "ଦେଶର ଗୃହମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ । ଉଭୟଙ୍କ ମଧ୍ୟରେ ଆଲୋଚନାରେ ନୂତନତ୍ବ କିଛି ନାହିଁ । ଆଗରୁ ଭେଟ ହୋଇଛି । ଭେଟଘାଟକୁ ନେଇ ବିରୋଧୀଙ୍କୁ କିଛି କହିବାକୁ ମନା ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସମଦୂରତା କଥା କହି ଆସୁଛନ୍ତି ତାହା ଏବେ ବଜାୟ ରହିଛି । ଏବେ ନୁହେଁ ସଂସଦରେ ବିଭିନ୍ନ ବିଲ ଆସିଲେ ବିଲର ଗୁରୁତ୍ଵ ଦୃଷ୍ଟିକୁ ନଜରରେ ରଖି ବିଜେଡି ତାର ପକ୍ଷ ନିଏ । କାହାକୁ ବିରୋଧ କରେ ତ କାହାକୁ ସମର୍ଥନ କରିଥାଏ । ଚଳିତ ବିଲକୁ ବିଜେଡି ସମର୍ଥନ ଦେଇଦେଲା ବୋଲି କଣ ବୁଝାବଣା ହୋଇଯିବା ଚର୍ଚ୍ଚା ମୋତେ ବିଶ୍ବାସ ହେଉନାହିଁ । କଂଗ୍ରେସ ଏଭଳି କହିକି ମାଇଲେଜ ନେବାକୁ ଚେଷ୍ଟା କରୁଛି । ମାଇଲେଜ ନେବା ଦିନ ତାଙ୍କର ଶେଷ ହୋଇଯାଇଛି । ବହୁତ ଚେଷ୍ଟା କରି ମଧ୍ୟ ମାଇଲେଜ ନେଇପାରିନାହାଁନ୍ତି । ଏ ଘଟଣାରୁ କଣ ମାଇଲେଜ ନେବେ କାହିଁ ମୋତେ ସେମିତି କିଛି ଲାଗୁନି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂସଦରେ କେନ୍ଦ୍ର ସରକାରଙ୍କୁ ଆମେ ସମର୍ଥନ କରିଛୁ । ଆଗରୁ ବହୁବାର ମଧ୍ୟ ଆମେ କରିଛୁ । ଯେହେତୁ ଦେଶର କଥା ତେଣୁ ମୁଖ୍ୟମନ୍ତ୍ରୀ ତାକୁ ନଜରରେ ରଖି ନିଷ୍ପତ୍ତି ନେଉଛନ୍ତି । ଦେଶ ସ୍ବାର୍ଥରେ ଥିବା ପ୍ରସଙ୍ଗରେ ନବୀନ ପଟ୍ଟନାୟକ ସମର୍ଥନ ଦେଇଛନ୍ତି । ଯାହାକୁ ବିରୋଧ କରିବା କଥା ମଧ୍ୟ କରୁଛନ୍ତି । ବିଜେପି-ବିଜେଡି ମେଣ୍ଟ କଥାକୁ ମୁଁ ବିଶ୍ବାସ କରୁନାହିଁ । ସରକାରୀ ଆଲୋଚନା ହୋଇପାରେ । ଆସିଲେ ଆଲୋଚନା ଖାଲି ହେବ ତାହା ନୁହେଁ । ଫୋନରେ ମଧ୍ୟ ଆଲୋଚନା ହୋଇଛି, ହୋଇପାରିବ । ଯେହେତୁ କେନ୍ଦ୍ର ଗୃହମନ୍ତ୍ରୀ ଆସୁଛନ୍ତି, ସୌଜନ୍ୟତା ଦୃଷ୍ଟିରୁ ଭେଟିବେ । ଆଲୋଚନା ଉଭୟଙ୍କ ମଧ୍ୟରେ ହେବ । ଆଲୋଚନା କଣ ହେବ, ତାହା ଉଭୟ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ହିଁ ଜାଣିଥିବେ ।

ବିଜେଡି-ବିଜେପି ମେଣ୍ଟ ହେଲା ପରି ଲାଗୁନାହିଁ । ତେଣୁ କ୍ଷତି କଥା କାହିଁ ଚିନ୍ତା କରିବା । ରାଜ୍ୟରେ ଲଢେଇ ଉଭୟ ବିଜେପି ଓ କଂଗ୍ରେସ ସହ ହେବ । ଆମେ ରାଜ୍ୟ ବିଜେପି ସହ ଲଢ଼ୁଛୁ, କେନ୍ଦ୍ର ବିଜେପିକୁ କାହିଁକି କହିବୁ । କେନ୍ଦ୍ର ଅବହେଳା ନାରା ଶୁଭିବ । ଆମ ଦାବି ଆମେ ରଖିବୁ । ମୁଖ୍ୟମନ୍ତ୍ରୀ ଆମକୁ କେବେ କହିନାହାନ୍ତି ତୁମେ ବିଜେପି ବିରୋଧରେ କିଛି କୁହନାହିଁ । ସେ କାହିଁ ଆମକୁ କହିବେ ଆମେ ଦେଶ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିରୋଧ କରିବୁ ।

ଏହାବି ପଢନ୍ତୁ- BJD to Support NDA: ସମର୍ଥନ ନେଇ ରାଜ୍ୟରେ ଦୁର୍ବଳ ହେଉଛି କି ବିଜେପି ?

ଆଗୁଆ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ : ମନମୋହନ ସାମଲ, ଅମିତ ଶାହା କି ପ୍ରଧାନମନ୍ତ୍ରୀ ମୋଦି କିମ୍ବା ଯିଏ ବି କୁହନ୍ତୁ ଆଗୁଆ ନିର୍ବାଚନ ହେବା କଥା ଆମେ ସବୁ ବେଳେ ପ୍ରସ୍ତୁତ । ଯେବେ ହେଉ ନିର୍ବାଚନ ଆମେ ସବୁବେଳେ ପ୍ରସ୍ତୁତ । ଅମିତଙ୍କ ଗସ୍ତ କେତେ ପ୍ରଭାବ ପଡ଼ିବ ତାହା ସମୟ କହିବ । ବିଜେପିର ଭଲ ସ୍ଥିତି ନାହିଁ । ତେଣୁ ସେ ବାଛିବାଛି ଆସନରେ ଲଢେଇ ଜିତେଇବା ପାଇଁ ଚାହିଁବେ । ସିଟ କମେଇବେ କି ବଢ଼େଇବେ ତାଙ୍କ ଉପରେ ନିର୍ଭର କରେ । ଆମେ ସବୁ ବେଳେ ନିର୍ବାଚନକୁ ନେଇ ପ୍ରସ୍ତୁତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.